ଆପଣ କିପରି ପ୍ରଭାବଶାଳୀ ଭାବରେ ଆପଣଙ୍କ ପିସିର ଷ୍ଟୋରେଜ୍ ସଂଯୋଜିତ କରିବେ

 

ଆପଣଙ୍କ ପିସିରେ ଉପଲବ୍ଦ ସ୍ଥାନ କିପରି ଭଲଭାବରେ ବ୍ୟବହାର କରିବେ ସେ ବିଷୟରେ ପ୍ରଶ୍ନ ରହିଛି କି କିମ୍ବା ଆପଣ ଅଧିକ ସ୍କୁଲ୍ ୱାର୍କ ଚାହୁଁଛନ୍ତି କି? ଆପଣଙ୍କ ପିସି ଷ୍ଟୋରେଜକୁ ସୁସଂଯୋଜିତ କରିବା ପାଇଁ ଏହି ପାଞ୍ଚଟି ଜିନିଷ କରନ୍ତୁ ଏବଂ ଆପଣଙ୍କର ସମସ୍ୟା ସମାଧାନ ହେବ।

1. ଧୂଳି ପୋଛି ଦିଅନ୍ତୁ

ଆପଣଙ୍କ ପିସି ଉପରେ ଜମି ରହିଥିବା ଧୂଳି ଏତେ କ୍ଷତିକାରକ ହୋଇଥାଏ ଯେ ଆପଣ ଚିନ୍ତା କରିପାରିବେ ନାହିଁ। ଯେପରି ଭାବରେ ମାଲ୍ ଓୟାର ଆପଣଙ୍କ ପିସି ଧ୍ୱଂସ କରିଦେଇଥାଏ ଧୂଳି ମଧ୍ୟ ପିସି ଭିତରେ ଲାଗି ହାର୍ଡଓୟାରର ଦୀର୍ଘକାଳୀନ ସ୍ଥାୟିତ୍ୱ ହ୍ରାସ କରିଥାଏ। ଆପଣ ଖଣ୍ଡିଏ କପଡ଼ା ଏବଂ ପୋଛିବା କପଡ଼ା ସହିତ କାର୍ଯ୍ୟ ଆରମ୍ଭ କରିପାରିବେ କିମ୍ବା କି ବୋର୍ଡ, ମାଉସ୍, ମନିଟର୍ ଏବଂ ଆସେସରି ସଫା କରିବା ପାଇଁ ଏକ ଫେଲ୍-ସେଫ୍ ଷ୍ଟିକି ନୋଟ୍ ରଖିପାରିବେ। ସୁନିଶ୍ଚିତ କରନ୍ତୁ ଯେ ଆପଣ କ୍ଲିନଅପ୍ ଆରମ୍ଭ କରିବା ପୂର୍ବରୁ ସବୁକିଛି ଅଫ୍ କରିଛନ୍ତି।

2. ଆପଣଙ୍କ ହାର୍ଡ ଡ୍ରାଇଭ୍ କ୍ଲିୟର୍ କରନ୍ତୁ

ଆମ୍ଭେମାନେ ଦୈନନ୍ଦିନ ଭାବରେ ଏକାଧିକ ଫାଇଲ୍ ଡାଉନଲୋଡ୍ କରିଥାଉ। କିନ୍ତୁ ଏବେବି କ’ଣ ଆପଣ ସେସବୁ ଆବଶ୍ୟକ କରନ୍ତି? ପରିଷ୍କାର କରିବା ପାଇଁ ଆପଣଙ୍କ ଫୋଲଡର ଦେଖନ୍ତୁ ଏବଂ ଡୁପ୍ଲିକେଟ୍ ହୋଇଥିବା ବା ଆପଣଙ୍କ ପାଇଁ ଏବେ ଯଥାର୍ଥତା ନଥିବା କିମ୍ବା ସ୍ପାମ୍ ପ୍ରକୃତିର ଫାଇଲ୍ଗୁଡ଼ିକ ଡିଲିଟ୍ କରିଦିଅନ୍ତୁ। ଏତେ ଷ୍ଟୋରେଜ୍ ଆପଣଙ୍କ ପାଖରେ ଅଛି ଦେଖି ଆଶ୍ଚର୍ଯ୍ୟ ହେବ।

3. ଆପଣଙ୍କ ଫାଇଲ୍ଗୁଡ଼ିକ ରିସଫଲ୍ କରନ୍ତୁ

ଆପଣ କେବେ ଡିସ୍କ ଡିଫ୍ରାଗମେଣ୍ଟେସନ୍ ବିଷୟରେ ଶୁଣିଛନ୍ତି କି? ଏହା କଠିନ ଶବ୍ଦ ପରି ମନେ ହୋଇପାରେ କିନ୍ତୁ ଏହା ଆପଣଙ୍କ ଷ୍ଟୋରେଜର ସମସ୍ତ ଫାଇଲକୁ ପରିଷ୍କାର ଭାବରେ ଏବଂ କ୍ରମଅନୁଯାୟୀ ବିକ୍ଷିପ୍ତ ଫାଇଲଗୁଡ଼ିକୁ ସଜାଇ ଆପଣଙ୍କ ହାର୍ଡଡିସ୍କର ସର୍ବୋତ୍ତମ ଉପଯୋଗିତା ପାଇଁ ଏକ ସରଳ ପ୍ରକ୍ରିୟା, ତେଣୁ ଏହାଆପଣଙ୍କ ପିସିକୁ ଅଧିକ କାର୍ଯ୍ୟକ୍ଷମ ଓ ଦ୍ରୁତ କରିଥାଏ।

4. ଆପଣଙ୍କ ଇନବକ୍ସ ଡିକ୍ଲଟର୍ କରନ୍ତୁ

କେବଳ ଆପଣଙ୍କ ପିସି ଷ୍ଟୋରେଜ୍ ପ୍ରତି ଦୃଷ୍ଟି ଦେବାକୁ ହେବ ତାହା ନୁହେଁ। ଆପଣଙ୍କ ପାଇଁ ଅନାବଶ୍ୟକ ଓ ସ୍ପାମ, ଇମେଲ୍ କ୍ଲିନ୍ କରିବା ପାଇଁ ଆପଣଙ୍କ ଇନବକ୍ସ (ଗୁଡ଼ିକ) ଚେକ୍ କରନ୍ତୁ। ଏହା ସହିତ ଅନ୍ୟ ଫୋଲଡରରେ ରହିଥିବା ଅନାବଶ୍ୟକ ଇମେଲ୍ ଯାଞ୍ଚ କରନ୍ତୁ ଯାହାକି ସ୍ପାମ୍ ଫୋଲଡରକୁ ଯାଏ ନାହିଁ ଏହାଫଳରେ ଆପଣଙ୍କ ଇନବକ୍ସ ସୁସଂଯୋଜିତ ହେବ ଓ ଯଥେଷ୍ଟ ଖାଲିସ୍ଥାନ ରହିବ।

5. ଆସନ୍ତୁ ବ୍ୟବହୃତ ହେଉନଥିବା ପ୍ରୋଗ୍ରାମ୍ ବାଦ୍ ଦେବା

ପ୍ରକୃତରେ ଆପଣଙ୍କର ଆବଶ୍ୟକ ହେଉନଥିବା ପ୍ରୋଗ୍ରାମ୍ ଅନ୍ ଇନଷ୍ଟଲ୍ କରିବାର ସହଜ ଉପାୟ ହେଉଛି କଣ୍ଟ୍ରୋଲ୍ ପ୍ୟାନେଲ୍। ‘ଆଡ୍ ଅର୍ ରିମୁଭ୍ ପ୍ରୋଗ୍ରାମ୍’ ବିଭାଗକୁ ଯାଆନ୍ତୁ। ଆପଣ ଆବଶ୍ୟକ କରୁନଥିବା ସଫ୍ଟ ଓୟାର (ଗୁଡ଼ିକ) ଚିହ୍ନଟ କରନ୍ତୁ ଏବଂ ଆପଣଙ୍କ ପିସିରେ କିଛି ସ୍ପେସ୍ ଖାଲି କରନ୍ତୁ।

ବର୍ତ୍ତମାନ ଆପଣ ଷ୍ଟୋରେଜ୍ ସ୍ପେସ୍ ସଜାଇ ଦେଇଛନ୍ତି, ଏବେ ଆପଣଙ୍କ କମ୍ପ୍ୟୁଟର ଭିତରେ କ’ଣ ରହିଛି ଶିଖିବାର ସମୟ!