ତୁମ୍ଭେମାନେ ସବୁବେଳେ ମନେ ମନେ ଚିନ୍ତା କରୁଥାଅ କିପରି ସ୍କୁଲ ପ୍ରୋଜେକ୍ଟରେ ଫୁଲ୍ ମାର୍କ ପାଇପାରନ୍ତିନି? ତୁମେ ଅନ୍ୟମାନଙ୍କଠାରୁ ଅଲଗା ପ୍ରୋଜେକ୍ଟ ତିଆରି କରିବାକୁ ଚାହଁ କି? ଯଦି ହଁ, ତେବେ ଏହାର ଗୁପ୍ତ ସୂତ୍ର ଯାହାକି ଆମେ ଆପଣଙ୍କୁ ଜଣାଇବୁ- ତାହା ହେଉଛି ଟେକ୍ନୋଲୋଜି!
ବିଦ୍ୟାଳୟରେ ଟେକ୍ନୋଲୋଜି ଏକ କମ୍ପ୍ୟୁଟର କ୍ଲାସରୁ ଆରମ୍ଭ ହୋଇଥିଲା, ଯାହାକି ଏକ ପରିବର୍ତ୍ତନଶୀଳ ଶିକ୍ଷଣ ସାଧନର ରୂପ ନେଇ କିପରି ଭାବରେ ବିଷୟ ବର୍ଣ୍ଣନା କରିବେ ଓ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବେ ତାହାର ଧାରାରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଇପାରେ। ସବୁଠାରୁ ଭଲ କଥା ହେଉଛି ଏହା ତୁମ୍ଭମାନଙ୍କୁ ଭଲ ଗ୍ରେଡ୍ ପାଇବାରେ ସାହାଯ୍ୟ କରିବ।
ପ୍ରୋଜେକ୍ଟ ପାଇଁ ଭଲ ଗ୍ରେଡ୍ ସ୍କୋର କରିବାର କି କି ଉପାୟ ରହିଛି?
ଟ୍ୟୁନିଙ୍ଗ ଫର୍କ ଭାଇବ୍ରେସନ କିପରି ଧ୍ୱନୀ ସୃଷ୍ଟି କରେ ଦର୍ଶାଇବା ପାଇଁ ଏକ ଉପଯୁକ୍ତ ଗ୍ରହଣୀୟ ଉପାୟ କିନ୍ତୁ ଇଭୋଲ୍ୟୁସନ ବା ଉତ୍ପତ୍ତି କଣ ଦର୍ଶାଇବା କଠିନ ହୋଇଥାଏ, ବିଭିନ୍ନ ପରିସ୍ଥିତିରେ ଅଣୁଗୁଡ଼ିକ କିପରି ଆଚରଣ ପ୍ରଦର୍ଶନ କରିଥାନ୍ତି, କିମ୍ବା କାହିଁକି ଦୁଇଟି ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ ମିଶାଇବା ବିପଦଜନକ ହୋଇଥାଏ ସହଜରେ ଦେଖାଇ ହୁଏନାହିଁ। ଏହା ଅନଲାଇନରେ ଉପଲବ୍ଧ ବିଭିନ୍ନ ସିମୁଲେସନ ଏବଂ ମଡେଲ ମାଧ୍ୟମରେ କରାଯାଇପାରିବ। ସବୁଠାରୁ ଜଟିଳ ବିଜ୍ଞାନତତ୍ୱ ପାଇଁ ସିମୁଲେସନ ଏବଂ ମଡେଲ ଖୋଜି ଦେଖନ୍ତୁ। କୌଣସି ବିଷୟକୁ ବୁଝାଇବା ପାଇଁ ଏବଂ ପ୍ରୋଜେକ୍ଟ ପ୍ରାଞ୍ଜଳ ଭାବରେ ଦର୍ଶାଇବା ପାଇଁ ସେଗୁଡ଼ିକ ବ୍ୟବହାର କରନ୍ତୁ!
କାହାଣୀ କହିବାଠାରୁ ବୁଝାଇବାର ସରଳ ଉପାୟ ଆଉ କିଛି ନାହିଁ। କାହାଣୀ କହିବା ସହିତ ଅଡିଓ ଭିଜୁଆଲ୍ ଟୁଲ୍ ଆମ ପ୍ରକଳ୍ପକୁ ଭିନ୍ନ କରି ଦର୍ଶାଇବାରେ ସହାୟକ ହୋଇଥାଏ! ଆପଣ ମଧ୍ୟ ପାଠ୍ୟପୁସ୍ତକରେ ଦର୍ଶାଯାଇନଥିବା ବିଷୟ ଶିକ୍ଷା କରିପାରନ୍ତି। ଏସବୁ କେବଳ ଏହି ଧାରା ବା ଉପାୟ ଯୋଗୁଁ ସମ୍ଭବ ହୋଇପାରିବ ଓ ଶିକ୍ଷା ଗ୍ରହଣ କୌତୁକିଆ ମନେହେବ।
"କାହାଣୀ କହିବା ମାଧ୍ୟମ ଆପଣ ଗ୍ରହଣ କରିଥିବାରୁ ଓ କାହାଣୀ ମାଧ୍ୟମରେ ସମସ୍ତ ସୂଚନା ଦେଇଥିବାରୁ ଆପଣଙ୍କ ପ୍ରୋଜେକ୍ଟକୁ 10/10 ମିଳୁଛି।" କହନ୍ତି ମୋନିକା ସେୱାନୀ, ଯେ କି କ୍ଷମାନି ସ୍କୁଲ ଉଲ୍ଲାସନଗର, ମହାରାଷ୍ଟ୍ରର ଅଧ୍ୟକ୍ଷ ଓ ସିନିଅର୍ ଫାକଲ୍ଟି ମେମ୍ବର ଅଛନ୍ତି।
ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କର ଉପସ୍ଥାପନ କରିବାର କ୍ଷମତା ପରୀକ୍ଷା କରିଥାନ୍ତି। ଆଜନା ନାଇନ, ଏଜୁକେସନରେ ପିସି ଷ୍ଟୋରୀ ଟେଲର ବିଜେତା କହନ୍ତି "ଅନ୍ୟ ଦକ୍ଷତା ତୁଳନାରେ ବ୍ୟାବହାରିକ ଦକ୍ଷତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏମଏସ ପାୱାର ପଏଣ୍ଟ ଆସାଇନମେଣ୍ଟ ବ୍ୟବହାର କରି ଛାତ୍ରଛାତ୍ରୀମାନେ ସୁନ୍ଦର ଭାବରେ ତାଙ୍କର ଉପସ୍ଥାପନା ଦକ୍ଷତା ପ୍ରତିପାଦନ କରିପାରିବେ। ଏଥିପାଇଁ ଦରକାର କେବଳ ଗୋଟିଏ କମ୍ପ୍ୟୁଟର ଏବଂ ଭଲ ଇଣ୍ଟରନେଟ ସଂଯୋଗ, ଆଉ ମାତ୍ର କେତୋଟି କ୍ଲିକ୍ରେ ଆକର୍ଷଣୀୟ ପ୍ରେଜେଣ୍ଟେସନ ପ୍ରସ୍ତୁତ!"
ଛାତ୍ରଛାତ୍ରୀମାନେ କାହାଣୀ କହିବାର କଳା ଶିକ୍ଷା କରିବେ ଏବଂ ତାହା ସହିତ ଟେକ୍ନୋଲୋଜି ସହାୟତାରେ ଯଥାର୍ଥ ବକ୍ତବ୍ୟ ରଖିପାରିବେ।
ଆପଣ ଚିତ୍ର ଓ ଲେଖା ସହିତ ନିଜର ବଳିଷ୍ଠ ଉପସ୍ଥାପନା ପ୍ରଦର୍ଶନ କରିପାରିବେ, ଶିକ୍ଷକ ଓ ସହପାଠୀଙ୍କ ମଧ୍ୟରେ ନିଜର ଦକ୍ଷତା ଦର୍ଶାଇପାରିବେ!
ସରଳ କାଗଜକଲମ ପ୍ରୋଜେକ୍ଟ ପାଇଁ ଆଜିକାଲିକା କମ୍ପ୍ୟୁଟର ଆମକୁ ଆମେ ଶିଖିଥିବା ବିଷୟ ଅଧିକ ଆକର୍ଷଣୀୟ ଢ଼ଙ୍ଗରେ ଦର୍ଶାଇବାକୁ ଦେଇଥାଏ। କେବଳ ସୂଚନା ପ୍ରଦର୍ଶନ କରିବା ବ୍ୟତୀତ ପିସି ଆମକୁ ଆମେ ଶିକ୍ଷାଲାଭ କରିଥିବା ବିଷୟ ଭିନ୍ନ ଉପାୟରେ ଦର୍ଶାଇବାକୁ ଦେଇଥାଏ, ଯାହାଫଳରେ ଆମେ କେବଳ ପ୍ରୋଜେକ୍ଟରେ ଅଧିକ ନମ୍ବର ପାଇନଥାଉ ଅଧିକ ଭଲ ଭାବରେ ଶିକ୍ଷା କରିଥାଉ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.