ଏହା ଏକ ବିଦ୍ୟାଳୟର ନିୟମ ହୋଇପାରେ କିନ୍ତୁ ଏକ ଦ୍ୱିତୀୟ ଭାଷା ଶିଖିବା ଆପଣଙ୍କ ଶିଶୁକୁ କାର୍ଯ୍ୟ ଦୁନିଆ ପାଇଁ ପ୍ରସ୍ତୁତ କରିଥାଏ। ଏହା ଖୁବ୍ ସରଳ ହୋଇଥାଏ କାରଣ ଏହା ପ୍ରମାଣିତ କରିଥାଏ ଯେ ଆପଣଙ୍କ ଶିଶୁ ଯେ କୌଣସି ଆହ୍ୱାନର ମୁକାବିଲା କରିପାରିବ। ଏପରିକି ଘରେ କୁହାଯାଉନଥିବା ଭାଷା ଶିକ୍ଷା କରିପାରିବ।
ଆପଣଙ୍କ ଶିଶୁ ପାଇଁ ଗୋଟିଏ ପିସି ସହିତ ଘରେ ଭାଷା ଶିଖିବା ବହୁତ ସହଜ ହୋଇଥାଏ। ପ୍ରକୃତରେ କିଛି ମାତ୍ରାରେ ଏହା ଦ୍ରୁତତର ମଧ୍ୟ ହୋଇଥାଏ। ଶିକ୍ଷଣ ସାମଗ୍ରୀ ଅବିରାମ ଉପଲବ୍ଧ ରହିଥାଏ। ଆପଣଙ୍କ ଶିଶୁ ଯେ କୌଣସି ସମୟରେ ନିଜର କ୍ଷମତା ଅନୁଯାୟୀ ମୌଳିକ ବିଷୟଗୁଡ଼ିକ ଶିକ୍ଷା କରିବାକୁ ବାଛିପାରିବେ-କେବଳ ବିଦ୍ୟାଳୟରେ ବା ଟ୍ୟୁସନରେ ନୁହେଁ ଏକୁଟିଆ ମଧ୍ୟ ଶିକ୍ଷା ପ୍ରତି ଆଗ୍ରହ ଯୋଗୁଁ ଶିଖିପାରିବ। କାରଣ ଏହି ନୂତନ ଶିକ୍ଷା ପଦ୍ଧତି ଆନ୍ତଃ କ୍ରିୟାଶୀଳ ହୋଇଥାଏ ଏବଂ ଉପଭୋଗ୍ୟ ଉପାୟ ମଧ୍ୟ ହୋଇଥାଏ।
ଏକ ପିସି କିପରି ସହାୟକ ହୋଇଥାଏ ଏଠାରେ ଦିଆଯାଇଛି:
 
ବ୍ୟାକରଣ ହେଉଛି ଆପଣଙ୍କ ଶିଶୁର ଭାଷା ଶିକ୍ଷା ପାଇଁ ଅଭିଯାନର ପ୍ରଥମ ପଦକ୍ଷେପ। ଆମ ଦେଶ ବ୍ୟାପୀ ନିମ୍ନଲିଖିତ ଆଞ୍ଚଳିକ ଭାଷା ଶିକ୍ଷା ଦେବା ପାଇଁ ଅଡ଼ିଓ ଓ ଭିଜୁଆଲ୍ ଉଭୟର ଶିକ୍ଷଣ ସାମଗ୍ରୀ ପାଇଁ ଏକ ଚମତ୍କାର ସ୍ଥାନ ହେଉଛି Mylangauge (ମାଇଁ ଲାଙ୍ଗୁଏଜ୍)।
1. ଗୁଜରାଟି
2. କନ୍ନଡ
3. ତେଲୁଗୁ
4. ବଙ୍ଗଳା
5. ହିନ୍ଦୀ
6. ମାଲାୟାଲାମ
7. ମରାଠି
8. ପଞ୍ଜାବୀ
9. ତାମିଲ
ବହୁ ବୋର୍ଡ ମଧ୍ୟ ମୌଖିକ ବା କଥିତ ପରୀକ୍ଷା ଅନ୍ତର୍ଭୁକ୍ତ କରେ। ଥରେ ଆପଣଙ୍କ ଶିଶୁ ବ୍ୟାକରଣ ଶିକ୍ଷା ଆରମ୍ଭ କଲା ମାତ୍ରେ ବିଭିନ୍ନ ମୌଳିକ ଶବ୍ଦ ଓ ପଦାବଳି ବିଷୟରେ ଜାଣିବ ଓ ଅଭ୍ୟାସକ୍ରମେ କଥାବାର୍ତ୍ତା ଅଧିକରୁ ଅଧିକ ସହଜ ହେବ।
 
କଥା କହି ଶିଖିବା ସହିତ ଅଧା କାମ ହୋଇ ଯାଇଥାଏ। ଭାଷା ସହିତ ଅଧିକ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ହୋଇଥାଏ। YouTube, Voot, Hotstar, Netflix ଏବଂ ଅନ୍ୟାନ୍ୟ ଟ୍ରିମିଂ ପ୍ଲାଟଫର୍ମରେ ଆପଣଙ୍କ ସନ୍ତାନର ବୟସ ପାଇଁ ଉପଯୁକ୍ତ ଚଳଚ୍ଚିତ୍ର ଓ ଟିଭି ସୋ ରହିଛି ଏବଂ ଆପଣଙ୍କ ଶିଶୁ ଉଚ୍ଚାରଣ, ଭାଷା ଭିତ୍ତିକ ଶୈଳୀ ଓ ନୂତନ ଶବ୍ଦ ଶିଖିବା ପାଇଁ ଏହି ସବଟାଇଟଲ୍ ସହ ରହିଥିବା ସୋ ବା ସିନେମା ଦେଖିପାରିବେ। ଏକାଠି ମନୋରଞ୍ଜନ ସହିତ ଶିକ୍ଷାଲାଭ ହେବ। ଏହି ‘‘ଅଭ୍ୟସ୍ତ’’ ହେବା ବିଷୟ ଦୀର୍ଘ ସମୟ ପରେ ଏହାକୁ ମନେ ପକାଇବାରେ ସାହାଯ୍ୟ କରିବ।
 
ଶବ୍ଦ ଜ୍ଞାନ ଶିକ୍ଷା କରିବାର ଏକ ପ୍ରମାଣିତ ଉପାୟ ହେଉଛି ଫ୍ଲାସ୍ କାର୍ଡ। ଯାହାକି ଏକ କୌତୁକିଆ ଓ ପ୍ରତିଯୋଗିତାପୂର୍ଣ୍ଣ ଶୈଳୀରେ ଭାଷାରେ ଦକ୍ଷତା ପ୍ରଦାନ କରିଥାଏ। 101 Languages ହେଉଛି ଆମର ମୁଖ୍ୟ ଆଞ୍ଚଳିକ ଭାଷାରେ ଉପଲବ୍ଧ ଚମତ୍କାର ପିସି ଉତ୍ସ:
1. ହିନ୍ଦୀ
2. ବଙ୍ଗଳା
3. ତେଲୁଗୁ
4. ତାମିଲ
5. ମରାଠି
6. ଗୁଜରାଟି
ଏହି ୱେବସାଇଟ୍ ସମସ୍ତ ଆବଶ୍ୟକତା ପାଇଁ ଉପାଦେୟ ହୋଇଥାଏ। ଏହା ଦ୍ୱିତୀୟ ବା ତୃତୀୟ ଭାଷା ମଧ୍ୟ ହୋଇଥାଏ।
 
ଶ୍ରେଷ୍ଠ ବିଷୟ ହେଉଛି ଜଣେ digital parent ଭାବରେ ଆପଣଙ୍କ ଶିଶୁର ଆଗାମୀ ବର୍ଷର ଶିକ୍ଷାଗତ ସଫଳତା ପାଇଁ ପଥ ପରିଷ୍କାର କରୁଛନ୍ତି।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.