କ୍ଲାସରେ ପ୍ରେଜେଣ୍ଟ କରିବା କଥା ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ କିନ୍ତୁ ଏଥିରେ ଏମିତି କିଛି ଡରିବାର ନାହିଁ। ଠିକ୍ ଭାବରେ ଯୋଜନା କରି ପ୍ରସ୍ତୁତ ହେଲେ, ଏକ ଭଲ ପିସି ସହିତ ଏକ ସୁନ୍ଦର ପୃଥିବୀ ସୃଷ୍ଟି କରାଯାଇପାରିବ। ଯଦି ଆପଣଙ୍କର ସ୍କୁଲ୍ରେ ପ୍ରେଜେଣ୍ଟେସନ କରିବାର ଅଛି ଆମେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏଠାରେ ଅଛୁ।
ଏହି ସରଳ ବ୍ୟାବହାରିକ ସୂଚନା ସହିତ, ଆପଣ ପ୍ରସ୍ତୁତ କରିଥିବା ପ୍ରେଜେଣ୍ଟେସନ୍ ସାରା ସ୍କୁଲ୍ ଉପଭୋଗ କରିବ!
ଆପଣଙ୍କ ପ୍ରେଜେଣ୍ଟେସନ୍ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ, ‘‘ଯଦି ମୋତେ କେବଳ ତିନୋଟି ଜିନିଷ ମନେ ରଖିବା ପାଇଁ କୁହାଯିବ ତେବେ ମୁଁ କ’ଣ କ’ଣ ମନେ ରଖିବା ଉଚିତ୍?"
ଏହା ଆପଣଙ୍କୁ ଆଉ ସବୁ କାଟିକୁଟି ଦେଇ କେବଳ ଗୁରୁତ୍ୱପୂର୍ଣ୍ଣ ଲେଖା ଗୁରୁତ୍ୱପୂର୍ଣ୍ଣ ଜିନିଷରେ ଧ୍ୟାନ ଦେବାରେ ସାହାଯ୍ୟ କରେ। ଶିକ୍ଷକ ଆପଣଙ୍କଠାରୁ କ’ଣ ଆଶା କରୁଛନ୍ତି ତାହାର ଏକ ଚେକ୍ଲିଷ୍ଟ ତିଆରି କରନ୍ତୁ ଏବଂ ଏହି ତାଲିକାରେ ନଥିବା ଅନ୍ୟ ସମସ୍ତ ବିଷୟ ବାଦ୍ ଦିଅନ୍ତୁ।
ଆମେ 90 ପ୍ରତିଶତ ସୂଚନା ଭିଜୁଆଲରେ ନେଇଥାଉ। ଭିଜୁଆଲ୍ ଯେପରିକି ଫଟୋଗ୍ରାଫ୍, ଡାଇଗ୍ରାମ୍, ଚାର୍ଟ, ମ୍ୟାପ୍, ଡ୍ରଇଁ ଏସବୁ ଆମକୁ ଗୋଟିଏ ବିଷୟ ଉପସ୍ଥାପନ କରିବାରେ ଓ ପ୍ରେଜେଣ୍ଟେସନ୍ ବେଳେ ଅନ୍ୟମାନଙ୍କର ଆଗ୍ରହ ଧରି ରଖିବାରେ ସାହାଯ୍ୟ କରିଥାଏ। ସୁନିଶ୍ଚିତ କରନ୍ତୁ ଯେ ଆପଣ ବ୍ୟବହାର କରୁଥିବା ଭିଜୁଆଲ୍ ଆପଣଙ୍କ ବିଷୟ ଅନୁଯାୟୀ ରହିଛି ଏବଂ ଗୋଟିଏ ସ୍ଲାଇଡରେ ଏକରୁ ଅଧିକ ଭିଜୁଆଲ୍ ଏଡାନ୍ତୁ। ଆପଣଙ୍କ ସ୍ଲାଇଡକୁ ସ୍ପଷ୍ଟ ଏବଂ ସଂକ୍ଷିପ୍ତ ରଖନ୍ତୁ।
Microsoft Power Point, Google Slides, Prezi ଏବଂ ଅନ୍ୟାନ୍ୟ ପିସି ପ୍ରେଜେଣ୍ଟେସନ୍ ଟୁଲରେ ଆପଣଙ୍କ ପାଇଁ ବାଛିବା ନିମନ୍ତେ ବିଭିନ୍ନ ପ୍ରକାରର କଷ୍ଟମାଇଜେବୁଲ୍ ଟେମ୍ପଲେଟ୍ ରହିଛି। ଆପଣଙ୍କ ପ୍ରେଜେଣ୍ଟେସନ୍କୁ ଅନ୍ୟ ସମସ୍ତଙ୍କଠାରୁ ଅଲଗା କରିବା ପାଇଁ ଫଣ୍ଟ, ସ୍ଲାଇଡ୍ ଟ୍ରାଞ୍ଜିସନ୍, ଆନିମେସନ ସାଉଣ୍ଡ ଏବଂ ସେକ୍ସନ ହେଡରଠାରୁ ସମୁଦାୟ ବ୍ୟାକ୍ଡ୍ରପ୍ ପର୍ଯ୍ୟନ୍ତ ସବୁକିଛି ବଦଳା ଯାଇପାରିବ।
ଶ୍ରେଷ୍ଠ ପ୍ରେଜେଣ୍ଟେସନ୍ ହୋଇଥାଏ କଥାବାର୍ତ୍ତା। ଦୁଇ ପାକ୍ଷିକ କଥାବାର୍ତ୍ତା ଆପଣଙ୍କୁ (ଆପଣଙ୍କ ଗ୍ରୁପକୁ) ଅଧିକ ସ୍ମରଣୀୟ କରେ ଏବଂ ଆଲୋଚନା ପାଇଁ କ୍ଷେତ୍ର ଉନ୍ମୁକ୍ତ କରିଥାଏ। ଏହି ପ୍ରୟାସକୁ ଆପଣଙ୍କ ଶିକ୍ଷକମାନେ ପ୍ରଶଂସା କରିଥାନ୍ତି। ଆପଣଙ୍କ ପିତାମାତା ଓ ସାଙ୍ଗମାନଙ୍କ ସମ୍ମୁଖରେ ଆପଣଙ୍କ ପ୍ରେଜେଣ୍ଟେସନ୍ ଅଭ୍ୟାସ କରନ୍ତୁ, ଏହା ଫଳରେ ଆପଣଙ୍କର ସର୍ବସାଧାରଣରେ କହିବା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ଏବଂ ସେମାନଙ୍କର ମତାମତ ନେଇ ଆପଣଙ୍କ ପ୍ରେଜେଣ୍ଟେସନ୍ରେ ଉନ୍ନତି ଆଣିପାରିବେ। ମନେରଖନ୍ତୁ ଯେ, ପ୍ରତିଟି ପ୍ରାକ୍ଟିସ୍ ରନ୍ ସହିତ ଆପଣ ନିଜ ବିଷୟକୁ ଅଧିକ ସ୍ପଷ୍ଟ ଓ ଦ୍ରୁତ କରିବେ।
ଏସବୁ ଏକାଠି କରି ସଠିକ୍ ସୂଚନା ଏବଂ ଡିଜାଇନ୍ ସହିତ ଅଧିକ ଅଭ୍ୟାସ କରି ଆପଣ ସ୍କୁଲ୍ରେ ଭଲ ପ୍ରେଜେଣ୍ଟେସନ୍ ଦେଇପାରିବେ।
ଏହି ନିବନ୍ଧ ଆପଣଙ୍କ ପାଇଁ ଉପାଦେୟ ହୋଇଛି କି? ସ୍କୁଲ୍ ବିଷୟରେ ଅଧିକ ସହାୟକ ବ୍ୟାବହାରିକ ସୂଚନା ପାଇଁ, ଆପଣ ପଢ଼ିପାରିବେ, କିପରି ଭାବରେ ଆପଣଙ୍କ ପ୍ରୋଜେକ୍ଟରେ 10/10 ପାଇବେ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.