ଇଣ୍ଟରନେଟ୍ ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହାକି ଶିକ୍ଷା ତଥା ସୂଚନା ନିମନ୍ତେ ପରିକଳ୍ପନା କରାଯାଇଛି। ଏହା ହେଉଛି ତଥ୍ୟ ଓ ସୂଚନାର ଏକ ବିଶାଳ ଭଣ୍ଡାର, ଏଠାରେ ସବୁ ବିଷୟରେ ଯାହା ଆପଣ କଳ୍ପନା କରିପାରିବେ ତଥ୍ୟ ରହିଥାଏ। ତାହା ସହିତ ଆପତ୍ତିଜନକ ସୂଚନା ମଧ୍ୟ ଅତି ସହଜରେ ଛାତ୍ରଛାତ୍ରୀଙ୍କର ହସ୍ତଗତ ହୋଇଥାଏ। ତେଣୁ ବିଦ୍ୟାଳୟରେ ପିଲାମାନଙ୍କୁ ଏପରି ସୂଚନା ଲାଭ କରିବାରୁ ବିରତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। (୧)
ଆପଣ ଏହା କିପରି କରିବେ ଏଠାରେ ଦିଆଯାଇଛି:
1.ପ୍ରାପ୍ତ ବୟସ୍କ ବିଷୟବସ୍ତୁ ରହିଥିବା ୱେବସାଇଟ୍ ଆକସେସ କରିବା ବ୍ଲକ୍ କରନ୍ତୁ
ବହୁ ଜୁଆ ଖେଳ ଏବଂ ଗ୍ରାଫିକ୍ ବିଷୟବସ୍ତୁ ରହିଥିବା ୱେବସାଇଟ୍ ରହିଛି ଯାହାକି ନିଶାଦ୍ରବ୍ୟ, ବନ୍ଧୁକ ଏବଂ ସମ୍ଭବତଃ ପିଲାମାନେ ଖୋଜୁନଥିବା ବିଭିନ୍ନ ବିଷୟର ପ୍ରଚାର କରିଥାଏ। ପିଲାମାନେ ଆକସ୍ମିକ ଭାବରେ ପ୍ରାପ୍ତ ବୟସ୍କ ୱେବସାଇଟ୍ରେ ପହଞ୍ଚିଥାନ୍ତି (ସାଧାରଣତଃ ସେମାନେ ଫଟୋ ବା ଲିଙ୍କରେ କ୍ଲିକ୍ କରିଥାନ୍ତି, ଯେତେବେଳେ କି ସେମାନେ କଣ କରୁଛନ୍ତି ଜାଣିନଥାନ୍ତି) ବୟସ୍କ କିଶୋରମାନେ ସକ୍ରିୟ ଭାବରେ ଏପରି ତଥ୍ୟ ମଧ୍ୟ ଖୋଜିପାରନ୍ତି। ଏହି କାରଣରୁ ବିଦ୍ୟାଳୟରେ କମ୍ପ୍ୟୁଟରଗୁଡ଼ିକରେ ପ୍ରାପ୍ତ ବୟସ୍କ ବିଷୟ ପ୍ରତି ଆକସେସ ବ୍ଲକ୍ ବା ଅବରୋଧ କରାଯିବା ଆବଶ୍ୟକ।
ଏକ ଭିପିଏନ (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ) ଲୋକମାନଙ୍କୁ ଏକ ଟନେଲ ସୃଷ୍ଟି କରି ସୁରକ୍ଷା ପ୍ରତିବନ୍ଧକ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ। ନେଟ୍ ନାନି, ନର୍ଟନ୍ ଫ୍ୟାମିଲି କିମ୍ବା କେ9 ୱେବ ସୁରକ୍ଷା ସଫ୍ଟଓୟାର ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରନେଟ୍ରେ ଆପତ୍ତିଜନକ ବିଭାଗ ଆକସେସ କରିବା କିମ୍ବା ଅବୈଧ ବିଷୟବସ୍ତୁ ଡାଉନଲୋଡ୍ କରିବା ପ୍ରତିହତ କରିଥାଏ।
ଏହି ଆକସେସ କଣ୍ଟ୍ରୋଲ ଲିଷ୍ଟ୍ (ଏସିଏଲ) ନିଷ୍ପତ୍ତି ନେଇଥାଏ ଯେ କେଉଁ ଉପଭୋକ୍ତା ସିଷ୍ଟମରେ କଣ କରିପାରିବେ ବା କଣ କରିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କୁ ଇଣ୍ଟରନେଟ୍ରୁ ବିଷୟବସ୍ତୁ ଡାଉନଲୋଡ୍ କରିବା ପ୍ରତିହତ କରିବା ପାଇଁ, ଏସିଏଲ ଫାଇଲ୍ ଡାଉନଲୋଡ୍ ପ୍ରତିହତ କରିବା ପାଇଁ ସଂଶୋଧନ କରାଯିବା ଆବଶ୍ୟକ। ଏହା ବିଭିନ୍ନ ପ୍ରକାରର ଅନଲାଇନ୍ ସର୍ଭିସ ବ୍ୟବହାର କରି ହାସଲ କରାଯିବ। ଯେଉଁଥିରେ ଫାଇଲ୍ ଆକସେସ ଫିଲଟର ରହିଥାଏ। ଏହି ଫିଲଟର ଆପଣ ବାଛିଥିବା ଫାଇଲଗୁଡ଼ିକରେ ପ୍ରଯୁଜ୍ୟ ହେବା ଆବଶ୍ୟକ ଯେତେବେଳେ କି ଅନ୍ୟ ଫାଇଲଗୁଡ଼ିକ ଉପଲବ୍ଧ ରହିଥାଏ (୩)
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶିକ୍ଷକ ଏବଂ ସ୍କୁଲର ବ୍ୟବସ୍ଥାପକ ସ୍ଥିର କରିବେ ଯେ ସ୍କୁଲ ମଧ୍ୟରେ କେଉଁ ୱେବସାଇଟଗୁଡ଼ିକ ଛାତ୍ରଛାତ୍ରୀ ଆକସେସ କରିବା ଯଥାର୍ଥ ହେବ ଏବଂ ସେହି ଅନୁଯାୟୀ ପଦକ୍ଷେପ ନେବେ। ଇଣ୍ଟରନେଟ୍ ଆକସେସ ଫିଲଟର କଲା ବେଳେ ଅତିରିକ୍ତ ଯତ୍ନ ନିଆଯିବା ଆବଶ୍ୟକ, ଛାତ୍ରଛାତ୍ରୀମାନେ ଯଥାର୍ଥ ସୂଚନା ଆକସେସ କରିବାକୁ ସକ୍ଷମ ହେବା ଆବଶ୍ୟକ। ଏହି ଉଦ୍ଦେଶ୍ୟ ସାଧନ ପାଇଁ ବହୁ ଏଆଇଓ ଡେସ୍କଟପ୍ ଆସୁଛି ଯେଉଁଥିରେ ମାକାଫି ଇଣ୍ଟିଗ୍ରେଟେଡ ସେଫ୍ଟି ସର୍ଭିସ ରହିଛି ଯାହା ସୁନିଶ୍ଚିତ କରେ ଯେ ସୁରକ୍ଷା ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି। ଏହି ଢ଼ାଞ୍ଚା ବ୍ୟବହାର କରି ଆସନ୍ତୁ ଇଣ୍ଟରନେଟ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରିବା।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ