ଆପଣଙ୍କ ଛୁଟି ଦିନର କିପରି ସର୍ବାଧିକ ଉପଯୋଗ କରିବେ

 

ଛୁଟି ଦିନ ଆଣିଥାଏ କୌତୁକ ଓ ସ୍ୱାଧୀନତା କିନ୍ତୁ ଆପଣଙ୍କୁ ଖେଳ ପଡ଼ିଆ ବା ପ୍ଲେ ଷ୍ଟେସନରେ ସୀମିତ ରହିବାକୁ ପଡ଼ିନଥାଏ! ଆପଣଙ୍କ ପିସିରେ ଊପଲବ୍ଧ ସମସ୍ତ ସମ୍ବଳର ଉପଯୋଗ କରି ଖେଳରେ କୌତୁକ ଲାଭ ସହ ପାଠପଢ଼ାରେ ମଧ୍ୟ ଆଗୁଆ ରହନ୍ତୁ!

1. ୟୁ ଟ୍ୟୁବ୍ର କ୍ଷମତା ଉନ୍ମୁକ୍ତ କରନ୍ତୁ

ଆପଣଙ୍କର ଚତୁରତା ସାରା ବିଶ୍ୱକୁ ପ୍ରଦର୍ଶନ କରିବା ପାଇଁ ଏକ ଚ୍ୟାନେଲ୍ ସେଟ୍ କରି ସୁଯୋଗ ନିଅନ୍ତୁ ଏବଂ ନୂତନ ଦକ୍ଷତା ହାସଲ କରିବା ପାଇଁ ଅନ୍ୟ ୟୁଟ୍ୟୁବରଙ୍କୁ ଫଲୋ କରନ୍ତୁ। ଆପଣ ମଧ୍ୟ ଛୋଟ (ଏବଂ ନିରାପଦ) ବିଜ୍ଞାନଭିତ୍ତିକ ପରୀକ୍ଷା ଏହି ଚ୍ୟାନେଲଗୁଡ଼ିକ ସାହାଯ୍ୟରେ ଯେପରିକି ସାଇନ୍ସ ସୋ ମାଧ୍ୟମରେ କରିପାରିବେ। କିପରି ଭାବରେ ଘରେ ଆଇସ୍କ୍ରିମ୍ କରିବେ ଏବଂ ଖେଳିବା ପାଇଁ ଫ୍ଲପି ସ୍ଲାଇନ୍ ତିଆରି କରିବେ ଦର୍ଶାଉଥିବା କୌତୁକ ଭିଡିଓ ମଧ୍ୟ ରହିଛି!

2. ଏକ ନୂତନ ଦକ୍ଷତା ଶିକ୍ଷା କରନ୍ତୁ

ଆପଣଙ୍କ ପିସିରେ ଆଡୋପ ଫଟୋସୋପ୍, ପାୱାର ପଏଣ୍ଟ, ଏକ୍ସେଲ ସଫ୍ଟଓୟାର ବିଷୟରେ ଜାଣନ୍ତୁ କିମ୍ବା ଏକ ୱେବ୍ ସାଇଟ୍ କିପରି କୋଡ୍ କରିବେ ଜାଣିବା ପାଇଁ ୱେବସାଇଟ ଯେପରିକି କୋଡ୍ ଏକାଡେମୀ ଦେଖନ୍ତୁ, ଯେଉଁଥିରେ କେତେକ ମୌଳିକ ଜାଭା ସ୍କ୍ରିପ୍ଟ, ଏବଂ ୱେବ ଡେଭଲପମେଣ୍ଟ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି। ଏହି ଦକ୍ଷତାଗୁଡ଼ିକ ଶିକ୍ଷା କରିବା କେବଳ କୌତୁକିଆ ହୋଇନଥାଏ ପରେ ଆପଣଙ୍କ କ୍ୟାରିଅର୍ ପାଇଁ ମଧ୍ୟ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ।

3. ପଢ଼ନ୍ତୁ ଏବଂ ଗବେଷଣା କରନ୍ତୁ

ଆପଣଙ୍କ ପାଇଁ ଉତ୍ସାହଜନକ ମନେ ହେଉଥିବା ବିଷୟ ସମ୍ପର୍କରେ ଅଧିକ ଜ୍ଞାନଲାଭ କରିବାକୁ ଚାହାଁନ୍ତି କି? ୱିକିପିଡ଼ିଆ, କୋରା, ନ୍ୟାସନାଲ୍ ଜୋଗ୍ରାଫିକ୍ କିଡ୍ସ ଏବଂ ହାଓ ଷ୍ଟଫ୍ ୱାର୍କସ ପରି ପ୍ଲାଟଫର୍ମରେ ଆପଣଙ୍କ ଖରାଛୁଟିରେ ଅନେକ କଥା ଜାଣନ୍ତୁ। ଏହି ୱେବସାଇଟଗୁଡ଼ିକରେ ବିଜ୍ଞାନ, ଇତିହାସ, କଳା, ସଂସ୍କୃତି ପରି ବିଷୟ ସହିତ ଆହୁରି ଅନେକ ସୂଚନାର ସମ୍ଭାର ରହିଛି।

4. ‘‘ଆପଣଙ୍କ ଭାଷା’’ରେ କାମ କରନ୍ତୁ

www.vocabulary.com ମାଧ୍ୟମରେ ଆପଣଙ୍କର ଶବ୍ଦଜ୍ଞାନ ବୃଦ୍ଧି କରିବା ଓ ନୂଆ ଭାଷା ଶିକ୍ଷା କରିବାର ଆପଣଙ୍କ ପାଇଁ ଦୀର୍ଘକାଳୀନ ଲାଭ ରହିଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ନୂତନ ଭାଷା ଶିକ୍ଷା କରିବା ଫଳରେ ବୋଧଶକ୍ତିର ବିକାଶ ହୁଏ ସାମଗ୍ରିକ ଭାବରେ ଶିକ୍ଷାଗତ ଦକ୍ଷତାରେ ସୁଧାର ହୁଏ ଓ ବୁଦ୍ଧି ତୀକ୍ଷ୍ଣ ହୋଇଥାଏ। ଇଣ୍ଟରଆକ୍ଟିଭ୍ ଫର୍ମାଟ୍ ବିଷୟରେ ଅଧିକ ଶିକ୍ଷା କରିବା ପାଇଁ www.duolingo.com ଚେକ୍ କରିନିଅନ୍ତୁ।

5. ଇ ଲର୍ଣ୍ଣିଂ ପରୀକ୍ଷା କରି ଦେଖନ୍ତୁ

ଆପଣଙ୍କର ପ୍ରଥମ ଚିନ୍ତାଧାରା ହେବା ଆବଶ୍ୟକ ଯେ ଖରାଛୁଟି ହେଉଛି ଏକ ବିରାମର ସମୟ! ଦିନକୁ 1 ଘଣ୍ଟା ଇଲର୍ଣ୍ଣିଂ ପାଠ୍ୟକ୍ରମରେ ପିସିରେ ବିତାଇବା ଫଳରେ ଆପଣ ଶ୍ରେଣୀରେ ସମସ୍ତଙ୍କଠାରୁ ଆଗୁଆ ରହିପାରିବେ। ନିଜକୁ ମୌଳିକ ବିଷୟ ସହିତ ଅଭ୍ୟସ୍ତ କରିଦେବା ଫଳରେ ଆପଣ ସହଜରେ ଶ୍ରେଣୀର ଜଟିଳ ବିଷୟଗୁଡ଼ିକୁ ବୁଝିପାରିବେ- କେତେ ଫରକ୍ ପଡ଼ୁଛି ପରୀକ୍ଷା କରି ଦେଖନ୍ତୁ।

ଛୁଟି ଦିନରେ ନୂତନ ଶିକ୍ଷାବର୍ଷର ଆରମ୍ଭ ପାଇଁ ନିଜର ସାମର୍ଥ୍ୟ ଅନୁଯାୟୀ ନୂଆ ନୂଆ ଦକ୍ଷତା ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିଥାଏ। ଥରେ ସ୍କୁଲ ପୁଣି ଖୋଲିଯିବା ପରେ ଆପଣ ଆଫ୍ଟର ସ୍କୁଲ କ୍ଲବରେ କୌତୁକରେ ଯୋଗ ଦେଇ ନିଜର ଦକ୍ଷତା ବୃଦ୍ଧି ଜାରି ରଖିପାରିବେ।