ପିସି ସହାୟତାରେ ପଢିବାପାଇଁ ଆପଣ କିଭଳି ଭାବେ ଆପଣଙ୍କ ପିଲାଙ୍କୁ ପ୍ରେରିତ କରିବେ

 

ଆଉ ମାତ୍ର ଏକ ସପ୍ତାହ ପରେ ପରୀକ୍ଷା ସପ୍ତାହ ଆରମ୍ଭ ହେବ। ପରୀକ୍ଷା ସମୟ ନିର୍ଘଣ୍ଟ ନିର୍ଦ୍ଧାରିତ ହୋଇ ସାରିଲାଣି ଓ ବର୍ତ୍ତମାନ ଆପଣ ଚିନ୍ତା କରୁଛନ୍ତି ଯେ ଆପଣ ଆପଣଙ୍କ ସନ୍ତାନକୁ ଗୋଟିଏ ସ୍ଥାନରେ ବସି ପାଠ ପଢିବା ପାଇଁ କିଭଳି ଭାବେ ରାଜି କରାଇବେ ।

1. ଏକ ନିର୍ଦ୍ଦିଷ୍ଟ ବିଷୟ କିଭିଳି ଭାବେ ପଢିବେ ତାହା ବାଛନ୍ତୁ

ପିଲାମାନେ ସେତେବେଳେ ପଢିବାପାଇଁ ଉତ୍ସାହ ପ୍ରଦର୍ଶନ କରନ୍ତି ଯେତେବେଳେ ସେମାନଙ୍କୁ କିପରି ପଢାଯିବ ତାହା ବାଛିବା ପାଇଁ ସୁଯୋଗ ଦିଆ ଯାଇଥାଏ । ନିୟନ୍ତ୍ରଣ କରିବାର ଏହି ଚେତନା ପିଲାମାନଙ୍କୁ ନିଜ ଇଚ୍ଛାମୁତାବକ ଗତିରେ ପଢିବାପାଇଁ ସମର୍ଥ କରିଥାଏ ଓ ସେମାନେ ନିଜ ଶିକ୍ଷାର ଦାୟିତ୍ୱ ନିଜେ ଗ୍ରହଣ କରିବା ଭଳି ଅନୁଭବ କରିଥାନ୍ତି । ଭିଡିଓ, ଗେମ୍, ଇଣ୍ଟର୍ଆକ୍ଟିଭ୍ କ୍ୱିଜ୍, ମାଇଣ୍ଡ ମ୍ୟାପିଂ – ଆଦି ପିସି ସହାୟତାରେ , ଆପଣଙ୍କସନ୍ତାନ ନିଜ ହାତ ପହଞ୍ଚରେ ଖୋଜି ପାଇପାରିବେ । [1]

2. ସେମାନେ କେଉଁଠାରେ ଠିଆ ହୋଇଛନ୍ତି ସେମାନଙ୍କୁ ଜାଣିବାକୁ ଦିଅନ୍ତୁ

ନିଜେ ଭଲ କାମ କରୁଥିବାର ପ୍ରମାଣ ଲାଭ କରିବା ତୁଳନାରେ ଅନ୍ୟ କୌଣସି କଥା ଅଧିକ ପ୍ରେରଣା ଦାୟକ ହୋଇପାରିବ ନାହିଁ । ପରୀକ୍ଷାର ଅଭ୍ୟାସ ପ୍ରଶ୍ନପତ୍ର ସମାଧାନ କରିବା, ୱାର୍କସିଟ୍ ପୂରଣ କରିବା, କ୍ୱିଜ୍ରେ ଅଂଶ ଗ୍ରହଣ କରିବା ଓ ଅନ୍ଲାଇନ୍ ଟେଷ୍ଟ ଆଦି ଆପଣଙ୍କ ସନ୍ତାନକୁ ସେମାନଙ୍କ ନିଜର ସଠିକ୍ ସ୍ଥିତି ବିଷୟରେ ଜାଣିବାପାଇଁ ସହାୟତା କରିବ । ଏହି ଅନୁମୋଦନ ଆପଣଙ୍କ ସନ୍ତାନକୁ ପ୍ରକୃତ ପରୀକ୍ଷାର ସମ୍ମୁଖୀନ ହେବାପାଇଁ ଅଧିକ ଆତ୍ମବିଶ୍ୱାସୀ କରିଥାଏ ଓ ,ସେମାନଙ୍କ ଜ୍ଞାନର ଅଭାବ ଜାଣିବା ପାଇଁ ସହାୟତା କରିଥାଏ । [2]

3. ଏକ ପିସି ବ୍ରେକ୍ ନିଅନ୍ତୁ!

ସମ୍ପନ୍ନ କରିବାକୁଥିବା ଅଂଶଟି ଯେତେ ବିଶାଳ ହେଉନା କାହିଁକି, ଆପଣଙ୍କ ସନ୍ତାନର ଏକାଗ୍ରତା ସ୍ତର ବଜାୟ ରଖିବାପାଇଁ ସେ ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ । ଆପଣ ଏହିପରି ଖେଳ ଯାହା ଉଭୟ ଆମୋଦଦାୟକ ଓ ଶିକ୍ଷଣୀୟ ହୋଇଥିବ, ତାହା ସହାୟତାରେ ଏହାକୁ ଅଧିକ ଲାଭଜନକ କରିପାରିବେ । ତେବେ ଏହା ନିଶ୍ଚିତ କରନ୍ତୁ ଯେ, ଏହା ସମୟ-ନିର୍ଘଣ୍ଟରେ ସ୍ଥାନିତ ହୋଇଛି ଯାହା ଏକ ଅଧ୍ୟାୟ ଓ ଟିଉସନ୍ , ଖେଳ ଆଦି ସମ୍ପୂର୍ଣ୍ଣ କରିବାପାଇଁ ଆବଶ୍ୟକ ସମୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । [3]

4. ସେମାନଙ୍କ ସ୍ୱପ୍ନର ଡେସ୍କ

ଆପଣଙ୍କ ସନ୍ତାନର ସ୍ୱପ୍ନର ଡେସ୍କ ପ୍ରସ୍ତୁତ କରିବାପାଇଁ ସେମାନଙ୍କ ଠାରୁ ଇନ୍ପୁଟ୍ ଗ୍ରହଣ କରନ୍ତୁ । ସରଳ ବିଷୟ ଯେପରିକି ସେମାନଙ୍କର ମନପସନ୍ଦ ଖେଳନା, ସୁପର୍ହିରୋ ଆକ୍ସନ ଚିତ୍ର, ପୋଷ୍ଟର ବା ସେମାନଙ୍କ ମନପସନ୍ଦର ସ୍କ୍ରିନ୍ସେଭର୍ ଆଦି ପିସିରେ ଲଗାଇ ଆପଣ ପ୍ରକୃତରେ କିଛି ଅଲଗା କରିପାରିବେ ଯେହେତୁ ଏପରି କରିବା ଦ୍ୱାରା ଡେସ୍କଟି ସ୍କୁଲ୍ ଭଳି କମ୍ ଅନୁଭବ ହେବ ଓ ଅଧିକ ବ୍ୟକ୍ତିଗତ ଅନୁଭବ ହେବ । ଆପଣଙ୍କ ସନ୍ତାନର ଡେସ୍କକୁ ଅତି ଗହଳିଆ ନକରିବାପାଇଁ ଆପଣ ଏକ ଏଆଇଓ (ଅଲ୍ ଇନ୍ ୱାନ୍) ପିସି କଥା ମଧ୍ୟ ବିଚାର କରିପାରିବେ ।

ଅନ୍ୟପକ୍ଷରେ, ପାଠପଢାରେ ଅଗ୍ରସର ହେବାପାଇଁ ଏକମାତ୍ର ରାସ୍ତା ହେଉଛି ପଢିବା ଆରମ୍ଭ କରିବା । କେବଳ ପିତାମାତା ହିଁ ଜାଣନ୍ତି ଯେ ତାଙ୍କ ସନ୍ତାନଙ୍କୁ କଣ ପ୍ରେରିତ କରିଥାଏ । ଏହା କିଛି ବି ହୋଇପାରିବ – ଶତ ପ୍ରତିଶତ ନମ୍ବର, ଶ୍ରେଣୀରେ ପ୍ରଥମ ସ୍ଥାନରେ ରହିବା, ସେମାନେ ବଡ ହେବାପରେ କଣ ହେବାପାଇଁ ଚାହୁଁଛନ୍ତି, କୌଣସି ଗୋଟିଏ ବିଷୟ ପ୍ରତି ମୋହ, ପାଠ୍ୟକ୍ରମ ବାହାରର ଗତିବିଧି ଓ ଅନ୍ୟାନ୍ୟ |

ଆପଣଙ୍କ ସନ୍ତାନର ସଫଳତା ପାଇଁ ପିସିକୁ ଏକ ପ୍ରେରଣାଦାୟକ ଉପକରଣ ଭାବେ ନେତୃତ୍ୱ ନେବାକୁ ଦେବା ।