ଜଣେ ଶିକ୍ଷକ ଭାବରେ ଲିଙ୍କଡ୍‌ଇନଙ୍କୁ କିପରି ଅପ୍ଟିମାଇଜ୍ ବା ସର୍ବୋତ୍ତମକରଣ କରିବେ

 

ଲିଙ୍କଡ୍ ଇନ ହେଉଛି ନେଟୱର୍କ କରିବା ପାଇଁ ଆପଣଙ୍କ ପାଇଁ ଏକ ଅପରିହାର୍ଯ୍ୟ ଟୁଲ୍ କାରଣ ଏହା ଆପଣଙ୍କୁ ସାରା ପୃଥିବୀର ଲୋକଙ୍କ ସହ ସଂଯୁକ୍ତ ହେବାରେ ସାହାଯ୍ୟ କରିଥାଏ। ଲିଙ୍କଡ୍ଇନ୍ ବ୍ୟବହାର କରିବା ଆରମ୍ଭ କରିବାକୁ ଆପଣ ପ୍ରଥମେ ନିଜର ପ୍ରୋଫାଇଲ୍ ସର୍ବୋତ୍ତମକରଣ କରି ସୁନିଶ୍ଚିତ କରିବେ ଯେ ଆପଣ ସଠିକ୍ ମାର୍ଗରେ ଅଛନ୍ତି - ଏଠାରେ ଆପଣଙ୍କ ପାଇଁ ମାର୍ଗଦର୍ଶନ ଦିଆଯାଇଛି:

 

1. ଏକ ହେଡ୍ ସଟ୍ ଅପଲୋଡ୍ କରନ୍ତୁ

ଆପଣଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ପାଇଁ ଆପଣଙ୍କର ଏକ ପ୍ରଫେସନାଲ୍  ହେଡସଟ୍ ବ୍ୟବହାର କରନ୍ତୁ।  ଏହା ଦେଖାଯାଇଥାଏ ଯେ ଯେଉଁ ସଦସ୍ୟମାନଙ୍କର ପ୍ରୋଫାଇଲ୍ ଫଟୋ ରହିଥାଏ ତାହାକୁ ପ୍ରୋଫାଇଲ ଫଟୋ ନଥିବା କିମ୍ବା ଗ୍ରୁପ୍ ଫଟୋ ଥିବା ତୁଳନାରେ ୧୪ ଗୁଣ ଅଧିକ ଲୋକେ ଦେଖିଥାନ୍ତି।

 

2. ହେଡ୍ ଲାଇନ୍ ବା ମୁଖ୍ୟଖବର

ହଁ, ଆପଣଙ୍କ ହେଡ୍ ଲାଇନ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ!  ଆପଣଙ୍କ ପରି ସମାନ ପ୍ରୋଫାଇଲ୍ ଥିବା କୌଣସି ବ୍ୟକ୍ତିଙ୍କୁ ଖୋଜିଲା ବେଳେ ଆକର୍ଷଣୀୟ ହେଡ୍ ଲାଇନ୍ ମନକୁ ଛୁଇଁଥାଏ ଏବଂ ଭଲ ଫଳାଫଳ ଦେଇଥାଏ।  ଏହା ଲିଙ୍କଡଇନ୍ ରେ ଆପଣଙ୍କ ନାମ ତଳେ ପ୍ରଦର୍ଶିତ ହେବ ଯାହାକି ସଠିକ୍ ବ୍ୟକ୍ତିଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଏକ ଚମତ୍କାର ଉପାୟ ହୋଇଥାଏ। 

 

3. ସାରାଂଶ

ବର୍ତ୍ତମାନ ଆପଣଙ୍କ ହେଡ୍ ଲାଇନ୍ ଆପଣଙ୍କ ପ୍ରତି ଠିକ୍ ଲୋକଙ୍କୁ ଆକର୍ଷିତ କରିବ ଓ ସେମାନେ  ଆପଣଙ୍କ ବିଷୟରେ ପଢ଼ିବାକୁ ଚାହିଁବେ।   ଆପଣଙ୍କ କାହାଣୀ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ କ’ଣ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ଦର୍ଶାନ୍ତୁ।  ଆପଣଙ୍କର ସଫଳତା ଏବଂ ମୁଖ୍ୟ କାର୍ଯ୍ୟଦକ୍ଷତାକୁ ବଡ କରି ଦେଖାନ୍ତୁ, ଯାହାକି ଲୋକଙ୍କୁ ଆପଣ କେତେ ବାସ୍ତବ ଓ ସତ୍ୟନିଷ୍ଠ ଦର୍ଶାଇଥାଏ।

 

4. ଅନୁଭୂତି

ଅତିକମ୍ ରେ ଅତୀତର ଦୁଇଟି ପଦବୀ ଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।  ଏହାସହିତ ଆପଣ ମଧ୍ୟ ବର୍ତ୍ତମାନ ଖୋଜୁଥିବା ନୂଆ ପ୍ରକାର କାମ ସମ୍ପର୍କରେ ହାଇଲାଇଟ୍ କରିବେ ଯାହାକି ଆପଣ ଭବିଷ୍ୟତରେ କେଉଁ ଦିଗରେ ଆଗକୁ ବଢ଼ୁଛନ୍ତି - ଆପଣ କ’ଣ ସନ୍ଧାନ କରୁଛନ୍ତି ସୂଚିତ କରିଥାଏ।

 

5. ସୁପାରିଶଗୁଡ଼ିକ 

ଜଣେ ବା ଦୁଇଜଣ ବ୍ୟକ୍ତିଙ୍କୁ ଆପଣଙ୍କୁ ସୁପାରିଶ୍ କରିବା ପାଇଁ ନିମନ୍ତ୍ରଣ କରନ୍ତୁ କାରଣ ଏହା ଆପଣଙ୍କ ପ୍ରୋଫାଇଲର ମୂଲ୍ୟ ବୃଦ୍ଧି କରିଥାଏ।  ଅନୁମୋଦନଗୁଡ଼ିକ ଆପଣଙ୍କ ପ୍ରୋଫାଇଲରେ ଏକ ଭରସାର ଅନୁଭବ ଦର୍ଶାଇଥାଏ ଯାହାଫଳରେ  ଆପଣ ଦର୍ଶାଇବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ଦକ୍ଷତା ସୂଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

 

6. ନିୟମିତ ଭାବରେ ବୋନସ୍ ଅପଡେଟ୍ କରନ୍ତୁ!

ଅନ୍ୟ କୌଣସି ସୋସିଆଲ୍ ମିଡିଆ ଚ୍ୟାନେଲ୍ ପରି ଆପଣ ନିୟମିତ ଭାବରେ ଆପଣଙ୍କର ଲିଙ୍କଡଇନ୍ ଏଥିପାଇଁ ବ୍ୟବହାର କରିବା ଆବଶ୍ୟକ। ଶିକ୍ଷା ସମ୍ପର୍କିତ ପୋଷ୍ଟଗୁଡ଼ିକ ଅଂଶୀଦାର କରନ୍ତୁ, ଲେଖା ଉପରେ ମନ୍ତବ୍ୟ ଦିଅନ୍ତୁ, ସହକର୍ମୀମାନଙ୍କୁ ଅଭିନନ୍ଦନ ସୂଚନା ପଠାନ୍ତୁ, ଯେତେବେଳେ ଆପଣ କିଛି ନୂଆକଥା ହାସଲ କରନ୍ତି ଆପଣଙ୍କ ପ୍ରୋଫାଇଲ୍ ଅପଡେଟ୍ କରନ୍ତୁ ଏବଂ ଠିକ୍ ସମୟରେ କୌଣସି ସନ୍ଦେଶର ଜବାବ ଦିଅନ୍ତୁ। ଏଠାରେ ମୁଖ୍ୟ ବିଷୟ ହେଉଛି ଶିକ୍ଷାଦାନର ଜଗତରେ କ’ଣ ଘଟୁଛି ତାହା ଉପରେ ନଜର ରଖିବା।

 

ତେଣୁ ଆଗେଇ ଆସନ୍ତୁ, ଆପଣ ଶିକ୍ଷାଦାନ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଲିଙ୍କଡଇନର ଯଥାସାଧ୍ୟ ଉପଯୋଗ କରନ୍ତୁ!