ଇନୋଭେସନ ବା ନବ ପ୍ରବର୍ତ୍ତନ ହେଉଛି ଖୁବ୍ ସରଳ କଥା, ସମସ୍ୟାକୁ ଏକ ନୂଆ ଯୋଜନା ସହ ସମାଧାନ କରିବା। ଏହା ଶ୍ରେଣୀଗୃହରେ, କ୍ୟାଣ୍ଟିନରେ ଏବଂ ସ୍କୁଲର ଖେଳ ପଡ଼ିଆରେ ଓଦା ଓ ଶୁଖିଲା ଡଷ୍ଟବିନ୍ ଅଲଗା କରିବା ହୋଇପାରେ କିମ୍ବା ପିଲମାନେ ପ୍ରତିଦିନ ଶିଖିବା ପାଇଁ ନିଜର ପିସି ଆଣିବା ପରି କଥା ହୋଇପାରେ!
ଫେବୃଆରୀ 16 ହେଉଛି ଇନୋଭେସନ ଡେ, ନୂଆ କଥା କଳ୍ପନା କରିବା, ନୂଆ ଢଙ୍ଗରେ ନୂଆ କାମ କରିବାର ଦିନ। ତେଣୁ ଆପଣ ଇନୋଭେସନ ଡେରେ ଡେକୁ ଆଜି କିପରି ପାଳିବେ ଏକ ସ୍ମରଣୀୟ ଏବଂ ଶିକ୍ଷଣୀୟ ଦିବସ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାୟ ଅନୁସାରେ ଦିଆଯାଇଥିବା ଏହି ମାର୍ଗଦର୍ଶିକା ଅନୁସରଣ କରନ୍ତୁ।
ପ୍ରଥମ ବିଷୟ ପ୍ରଥମେ, ଏକ ସମାଧାନ କରାଇବା ପରି ଆପଣଙ୍କ ସ୍କୁଲର ସ୍ୱତନ୍ତ୍ର ସମସ୍ୟା ଚିହ୍ନଟ କରନ୍ତୁ। ଆପଣଙ୍କ ସ୍କୁଲର ପିଲାମାନଙ୍କର ବୟସ ଓ ଉପଲବ୍ଧ ସମ୍ବଳ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣ ଚାହାନ୍ତି ଆପଣଙ୍କ ପିଲାମାନଙ୍କୁ ନିଜ ନିଜର ସମସ୍ୟା ସମାଧାନ କରିବା ପାଇଁ ବାଛିବାକୁ କହିପାରିବେ।
ପିଲାମାନଙ୍କର ସାମାଜିକ ଦକ୍ଷତା ବୃଦ୍ଧି କରିବା ପାଇଁ ଓ ମିଳିମିଶି ଏକାଠି ଶିଖିବାର ଦକ୍ଷତା ସୃଷ୍ଟି କରିବା ପାଇଁ ପରସ୍ପରକୁ ଜାଣିନଥିବା ଭିନ୍ନ ଭିନ୍ନ ଦକ୍ଷତା ଓ କ୍ଷମତା ରଖୁଥିବା ପିଲାମାନଙ୍କୁ ନେଇ ଦଳ ଗଠନ କରନ୍ତୁ। ଏଥିପାଇଁ ଅନଲାଇନ୍ ଟିମ୍ ଜେନେରେଟର କିମ୍କ (Keamk)[1] ବ୍ୟବହାର କରନ୍ତୁ।
ପ୍ରତି ଛାତ୍ରଛାତ୍ରୀ ଦଳକୁ ଗୋଟିଏ ପିସି ଦିଅନ୍ତୁ, ୱାଇ ଫାଇ ଆକ୍ସେସ୍, ଆବଶ୍ୟକ ଟେସନାରୀ ଯୋଗାଇ ଦିଅନ୍ତୁ ଏବଂ ସମୁଦାୟ ଅପରାହ୍ନ ବିତାଇ ଆପଣ ବା ଆପଣଙ୍କ ଛାତ୍ରଛାତ୍ରୀ ଚିହ୍ନଟ କରିଥିବା ସମାଧାନ ଉପସ୍ଥାପନ କରିବାକୁ କହନ୍ତୁ। ଛାତ୍ରଛାତ୍ରୀମାନେ କୌଣସି କଠିନ ପ୍ରଶ୍ନ ପଚାରିଲେ ସେମାନଙ୍କୁ ଉତ୍ତର ଦେଇ ଚୂଡ଼ାନ୍ତ ସମାଧାନରେ ପହଞ୍ଚିବା ପାଇଁ ସାହାଯ୍ୟ କରନ୍ତୁ, ସେମାନଙ୍କୁ ନିଜର ଗବେଷଣା ଓ ସମସ୍ୟା ସମାଧାନ କରିବା ଦକ୍ଷତା ଉପଯୋଗ କରିବାକୁ ଦିଅନ୍ତୁ।
ଦିନ ଶେଷରେ ପ୍ରେଜେଣ୍ଟେସନ ରାଉଣ୍ଡ କରନ୍ତୁ ଏଥିରେ ଉତ୍ସବ ପାଳନ କରିବା ପରି ମାହୋଲ ରଖନ୍ତୁ ଯେପରି ପିଲାମାନେ କଠିନ ପରିଶ୍ରମ ପାଇଁ ପୁରସ୍କୃତ (ଏବଂ ପ୍ରୋତ୍ସାହିତ) ସେବା କରି ଅନୁଭବ କରିବେ। ଏହି କୃତଜ୍ଞତା ସ୍କୁଲ ପରେ କମ୍ପ୍ୟୁଟର ଲ୍ୟାବରେ ଏକଘଣ୍ଟା ଖେଳିବା ଠାରୁ ପିଲାମାନଙ୍କ ଖର୍ଚ୍ଚରେ ଏକ ଫିଲ୍ଡ ଟ୍ରିପ୍ ପର୍ଯ୍ୟନ୍ତ ହୋଇପାରେ।
ଶିକ୍ଷାଲାଭ ଓ ଅଭିନବତା ପରସ୍ପରର ପରିପୂରକ, ଆପଣଙ୍କ ପିଲାମାନେ କେବଳ କୌତୁକ ଲାଭ କରିନଥାନ୍ତି ତାହାସହିତ ଭିନ୍ନ ଅନୁଭୂତି ଲାଭ କରନ୍ତୁ ଓ ଅନ୍ୟ ସ୍କୁଲ୍ ଦିବସ ତୁଳନାରେ ଏହା ଅଧିକ ଉପଭୋଗ୍ୟ ହୋଇଥାଏ, କିନ୍ତୁ ତାହା ସହିତ ସେମାନେ ଭବିଷ୍ୟତର କ୍ୟାରିଅର ପାଇଁ କିଛି ନୂଆ କଥା ଆବିଷ୍କାର କରିବାକୁ ଗୋଟିଏ ପାଦ ବଢ଼ାଇଥାନ୍ତି।
ପିଏସ୍: ଯଦି ଦିନସାରା ପାଇଁ ଆୟୋଜନ କରିବା କଠିନ ହୋଇଥାଏ, ତେବେ ଶେଷ ପିରିୟଡକୁ ଇନୋଭେସନ ଆୱାର୍ ଭାବରେ ବ୍ୟବହାର କରନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ