ଆପଣ ଯେତେବେଳେ ପରୀକ୍ଷା ବିଷୟରେ ଚିନ୍ତା କରି ଚାପଗ୍ରସ୍ତ ହୋଇପଡ଼ନ୍ତି, ଚାପ ଆପଣଙ୍କୁ ଆକ୍ରାନ୍ତ କରିପାରେ। ଏହା ଆପଣଙ୍କ ଫଳାଫଳକୁ ପ୍ରଭାବିତ କରିବା ପୂର୍ବରୁ ଭଲ ସ୍କୋର କରିବା ପାଇଁ ଚାପ ମୁକ୍ତ ହୁଅନ୍ତୁ ଏବଂ ପାଠ ପଢ଼ିବାର ଆନନ୍ଦ ଉପଭୋଗ କରନ୍ତୁ। ଏକ ପିସି ଆପଣଙ୍କ ପାଇଁ କିପରି ସହାୟକ ହୋଇପାରିବ ଏଠାରେ ଦେଖନ୍ତୁ:
ପରୀକ୍ଷା ପୂର୍ବ ଦିନ ମନରେ ପ୍ରଶ୍ନ ରହିବାଠାରୁ ଅଧିକ ଖରାପ ବିଷୟ ଆଉ କିଛି ନାହିଁ, ଏଣୁ ଆପଣଙ୍କ ପ୍ରଥମ ପରୀକ୍ଷାର ଅତି କମ୍ରେ 1 ମାସ ପୂର୍ବରୁ ପାଠ ପଢ଼ିବା ଆରମ୍ଭ କରନ୍ତୁ। ଆପଣ ଯେତେ ଅଧିକ ଥର ରିଭିଜନ୍ କରିବେ, ପ୍ରଶ୍ନପତ୍ର ସମାଧାନ କରିବେ, ପରୀକ୍ଷା ବେଳକୁ ଆପଣଙ୍କର ଆତ୍ମବିଶ୍ୱାସ ସେତେ ଅଧିକ ରହିବ।
ସବୁକଥାରେ ସମସ୍ତେ ଯୋଜନା କରିନଥାନ୍ତି ଏବଂ ଯୋଜନା କରିବାର କଥା ଆସିଲେ ପ୍ରଥମେ ପ୍ରଥମେ ଡରି ଯାଆନ୍ତି କିନ୍ତୁ Google Calendar ପରି ଟୁଲ୍ ସାହାଯ୍ୟରେ ଏହା ସମ୍ଭବ ହୋଇଥାଏ ଯେ ଆପଣ କିପରି କାମ କରିବେ ଓ ଗୋଟିଏ ବିଷୟ ଶେଷ କରିବା ପାଇଁ ଠିକ୍ କେତେ ସମୟ ଲାଗିବ, କେଉଁ କଠିନ ବିଷୟକୁ ଅଗ୍ରାଧିକାର ଦେବେ ଓ କିପରି ବ୍ରେକ୍ ନେବେ ମଧ୍ୟ ଧାର୍ଯ୍ୟ କରିହୁଏ।
କଳ୍ପନା କରନ୍ତୁ ଯେ ଆପଣ ଦିନସାରା ବିନା ବ୍ରେକ୍ରେ ପଢ଼ନ୍ତି। ଆପଣ ଶେଷରେ କ୍ଲାନ୍ତ ହୋଇଯିବେ, ବିରକ୍ତ ହୋଇଯିବେ କିମ୍ବା ଆଉ ଅଧିକ ପଢ଼ିଲା ବେଳକୁ ଉଭୟ କ୍ଳାନ୍ତ ଓ ବିରକ୍ତ ହେବେ। ଏପରି ପରିସ୍ଥିତି ଏଡ଼ାଇବାପାଇଁ ଆପଣ ଗୋଟିଏ ଘଣ୍ଟା ଏକାଗ୍ରତାର ସହ ପଢ଼ନ୍ତୁ ଏବଂତା’ ପରେ ପନ୍ଦର ମିନିଟ୍ ପାଇଁ ଗେମ୍ ଖେଳନ୍ତୁ।
କୌଣସି ସମସ୍ୟା ବିଷୟରେ ଜଣାଇବା ଫଳରେ ସମସ୍ୟା ଅଧା ହୋଇଯାଇଥାଏ। ପିଲାମାନେ ସୋସିଆଲ୍ ମିଡିଆ ନେଟୱାର୍କରେ ନିଜର ଗ୍ରୁପ୍ ତିଆରି କରିପାରିବେ କିମ୍ବା ଏକ WikiSpace Classroomରେ ଜଏନ୍ କରିପାରିବେ (ଯେଉଁଠାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ନିଜର ବିଷୟବସ୍ତୁ ଯୋଗ କରିପାରିବେ) ସହପାଠୀଙ୍କ ସହ ଓ ଉପର ଶ୍ରେଣୀର ପିଲାମାନଙ୍କ ସହ ଯୋଗାଯୋଗ କରି ସନ୍ଦେହ ଦୂର କରିପାରିବେ ଏବଂ ଚାପପୂର୍ଣ୍ଣ ଭାବନା ପ୍ରକାଶ କରିପାରିବେ।
ଆମେ ଯେତେବେଳେ ଚାପଗ୍ରସ୍ତ ହୋଇଥାଉ ଅଧିକାଂଶ ସମୟରେ ଆମେ ଅଧିକ ଚିନ୍ତାକରିଥାଉ ଏବଂ ନିଜଭିତରେ ଦ୍ୱନ୍ଦ୍ୱ ସୃଷ୍ ଟି କରିଥାଉ। ମାଇଣ୍ଡ୍ ମ୍ୟାପିଙ୍ଗ୍ ଜଣକ ମନ ଭିତରେ ଚିନ୍ତାଧାରାକୁ ସଂଯୋଜିତ କରେ ଏବଂ ସେମାନଙ୍କୁ ସେହି ଭାବନାକୁ ବ୍ୟବହାର କରିବା ପାଇଁ ଚିନ୍ତାଧାରାରେ ବଦଳାଇ ଦେଇ, ଜଟିଳ ବିଷୟକୁ ଛୋଟ ଛୋଟ ବୁଝି ହେବା ପରି ଅଂଶରେ ସଠିକ ଭାବରେ ବିଭକ୍ତ କରିଥାଏ।
ଆପଣଙ୍କୁ ତୀବ୍ର ଚାପଯୁକ୍ତ ପରୀକ୍ଷା ଅବଧିରେ ଚାପ କମ୍ କରିବାକୁ ସାହାଯ୍ୟ କରିଥାଏ, ଏକ ପିସି ବର୍ଷସାରା ବ୍ୟବହୃତ ହୋଇଥାଏ। ପ୍ରୋଜେକ୍ଟ ରିସର୍ଚଠାରୁ ରଚନା ଲେଖିବା ପର୍ଯ୍ୟନ୍ତ ଗୋଟିଏ ପିସି ଆପଣଙ୍କ ପାଇଁ ବିଶ୍ୱକୁ ଗବାକ୍ଷ ହୋଇଥାଏ ଯେଉଁଠାରେ ଆପଣ ଅଧିକ ଉତ୍ସାହଜନକ ଓ କୌତୁକିଆ ମାଧ୍ୟମରେ ଶିକ୍ଷା କରିଥାନ୍ତି, ଆପଣଙ୍କର ପ୍ରୋଜେକ୍ଟରେ 10/10 ପାଇବାର ସମ୍ଭାବନା ବୃଦ୍ଧି ପାଇଥାଏ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.