ମୁଁ ଭାବୁଛି ପିତାମାତାମାନେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଟେକ୍ନୋଲୋଜି ବିଷୟରେ ସଚେତନ ହେବା ଆବଶ୍ୟକ

 

 

ଏକତା ଶାହା ହେଉଛନ୍ତି ଦୁଇଟି ସନ୍ତାନର ଜନନୀ, ପିଲାମାନଙ୍କ ଜୀବନରେ ଲାଇଫ୍ ଅଫ୍ ଏ ମଦର ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି।

1) ଶିକ୍ଷା ପାଇଁ ପିସି - ଭାରତୀୟ ଛାତ୍ରଛାତ୍ରୀମାନେ କିପରି ଲାଭବାନ ହୋଇପାରିବେ?

ଶିକ୍ଷା ପାଇଁ ପିସି ଏକ ଜୀବନରେଖା ପାଲଟିଯାଇଛି। ମୁଁ ନିକଟରେ କିଛି ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଦେଖିଛି ଏବଂ ଟେକ୍ନୋଲୋଜି କିପରି ଜ୍ଞାନ ପ୍ରସାରରେ ସହାୟକ ହୁଏ ହୃଦୟଙ୍ଗମ କରିଛି, ଅନଲାଇନ୍ ଶିକ୍ଷାଦାନ ନୂତନ ସ୍ତରରେ ପହଞ୍ଚିଛି। ଅଡିଓ ଭିଜୁଆଲ୍ ମାଧ୍ୟମରେ ଶିକ୍ଷାଦାନ ଫଳରେ ପିଲାମାନେ ଅଧିକ ମନେରଖିପାରୁଛନ୍ତି ଓ ସ୍ପଷ୍ଟ ଭାବରେ ବିଷୟକୁ ବୁଝିପାରୁଛନ୍ତି।

ମୁଁ ଶିକ୍ଷାତ୍ମକ ଭିଡିଓ ସହିତ ମୋ ପିଲାମାନଙ୍କୁ ପାଠ ପଢ଼ାଇଲା ବେଳେ ଏହି ପାର୍ଥକ୍ୟ ଅନୁଭବ କରିଛି, ଏହା ଅଧିକ ସହଜ ଓ ପଢ଼ାଇବାର କୌତୁକିଆ ଉପାୟ ହୋଇଛି।

2) ଆପଣ ନିଜକୁ ଜଣେ ଡିଜିଟାଲ୍ ପ୍ୟାରେଣ୍ଟିଂ ପ୍ରୋ ଭାବରେ ବିଚାର କରୁଛନ୍ତି କି?

ହଁ, ମୁଁ ଭାବୁଛି କାରଣ ଏଥିରୁ ମୁକ୍ତି ନାହିଁ। ମୁଁ ଭାବୁଛି ପିତାମାତା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଟେକ୍ନୋଲୋଜି ବିଷୟରେ ସଚେତନ ହେବା ଉଚିତ। ଟେକ୍ନୋଲୋଜି ଜୀବନକୁ ସହଜ କରିଛି ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଏହାର ଅନ୍ୟ ଦିଗଟିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିହେବ ନାହିଁ। ଯଦି ମୁଁ ପ୍ରକୃତ ବିଷୟ ଜାଣିବି ତେବେ ହିଁ କେବଳ ମୋର ପିଲାମାନଙ୍କୁ ସତର୍କ କରାଇପାରିବି। ଆପଣ ଯେ ପର୍ଯ୍ୟନ୍ତ କିପରି ଭାବରେ ଇଣ୍ଟରନେଟ୍କୁ ବୁଝିବିଚାରି ବ୍ୟବହାର କରିବେ ଜାଣିନାହାନ୍ତି ସେ ପର୍ଯ୍ୟନ୍ତ ଇଣ୍ଟରନେଟ୍ ନିରାପଦ ନୁହେଁ। ତେଣୁ ପ୍ରତ୍ୟେକ ପିତାମାତା ପିଲାମାନଙ୍କୁ ଇଣ୍ଟରନେଟ୍ ଯୋଗାଇଦେବା ପୂର୍ବରୁ ନିଜେ ସେ ବିଷୟରେ ବୁଝି ପିଲାମାନଙ୍କୁ ମାର୍ଗଦର୍ଶନ କରିବା ଉଚିତ।

3) ଆପଣଙ୍କର କୁନିକୁନି ପିଲାମାନଙ୍କ ପାଇଁ ଶିକ୍ଷାକୁ କୌତୁକିଆ କରିବା ପାଇଁ ଆପଣ କଣ କରୁଛନ୍ତି?

ସତକଥା କହିଲେ, ବେଳେ ବେଳେ ସେମାନେ ମୋଠାରୁ ଅଧିକ ଜାଣିଥାନ୍ତି। କିନ୍ତୁ ମୁଁ ସୁନିଶ୍ଚିତ କରେ ଯେ ମୁଁ ସେମାନଙ୍କୁ କେବଳ ସୀମିତ ଶବ୍ଦରେ ଉତ୍ତର ଦିଏନାହିଁ। ଅଧିକାଂଶ ସମୟରେ ମୁଁ କାହାଣୀ ଭାବରେ ମୋର ଅନୁଭୁତି କହିଥାଏ। ଏହା ବିଷୟକୁ ଅଧିକ ରୁଚିକର କରିଥାଏ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶିକ୍ଷାଲାଭ ପାଇଁ ଛୋଟ ସ୍କ୍ରିନର ବ୍ୟବହାରକୁ ଓ ସେମାନେ ଯାହା ଦେଖିବାକୁ ଚାହୁଁଥାନ୍ତି ସେସବୁ ଏଡ଼ାଇଥାଏ। ମୁଁ ସଠିକ ଦୂରତାରେ ଓ ଦେଖିବା ପାଇଁ ସଠିକ ଭଙ୍ଗୀ ସହିତ ଲ୍ୟାପଟପ୍ କିମ୍ବା ଡେସ୍କଟପ୍ ବ୍ୟବହାର କରିଥାଏ।

4) ଆପଣଙ୍କ ବ୍ଲଗ୍ ‘‘ଲାଇଫ୍ ଅଫ୍ ଏ ମଦର’’ର ବିଭିନ୍ନ ବିଷୟ ହୃଦୟସ୍ପର୍ଶୀ- ପ୍ରତ୍ୟେକ ପିତାମାତା କେଉଁ ବିଷୟ ମନେରଖିବା ଉଚିତ?

ପର୍ଫେକ୍ଟ ବା ଠିକ୍ ଶବ୍ଦଟି ଅତ୍ୟନ୍ତ ବିପଦଜନକ ଏବଂ ଜୀବନରେ ଅଯଥା ଚାପ ସୃଷ୍ଟି କରିପାରେ। ପ୍ରତ୍ୟେକ ପିଲା ଭିନ୍ନ ହୋଇଥାନ୍ତି। ସେମାନଙ୍କର କ୍ଷମତା, ସଠିକତାର ପରିଭାଷା ଓ ଦୋଷଦୁର୍ବଳତା ଭିନ୍ନ ହୋଇଥାଏ। ସେମାନଙ୍କର ତୁଳନା କରିବା ନାହିଁ। ସେମାନଙ୍କୁ ଗ୍ରହଣ କରିବା ହେଉଛି ମୁଖ୍ୟ ଚାବିକାଠି, ଆପଣଙ୍କ ଚାହିଁବା ମୁତାବକ ସେମାନଙ୍କୁ ଢ଼ାଞ୍ଚାରେ ପକାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ! ପିଲାମାନେ ନିର୍ଭୟରେ ସବୁକିଛି ବାପାମାଆଙ୍କୁ ଆରାମରେ ଜଣାଇପାରିବା ଉଚିତ। ସେମାନେ ବୁଝିବା ଉଚିତ ଯେ ଭୁଲ୍ ହେଉଛି ଜୀବନର ଏକ ଅଂଶ ଏବଂ ଜଣେ ଅନୁକୂଳ ଭାବନା ସହ ଜୀବନରେ ଆଗେଇବା ଉଚିତ।