ଇଣ୍ଟରଆକ୍ଟିଭ୍ ଶିକ୍ଷାଲାଭ ପିଲାମାନଙ୍କୁ ଭଲ ପଢ଼ିବାରେ ସହାୟତା କରେ

ଶିକ୍ଷା ଲଗାତର ଭାବରେ ବଦଳିବାରେ ଲାଗିଛି। ଶିକ୍ଷାବିତ୍‌ମାନେ ନୂଆ ନୂଆ କୌତୁକିଆ ଶିକ୍ଷାଲାଭ ପଦ୍ଧତି ଆବିଷ୍କାର କରୁଛନ୍ତି, ପିଲାମାନଙ୍କ ପାଇଁ ରୁଚିକର ତଥା ଉତ୍ସାହଜନକ ପଦ୍ଧତି ବିଷୟରେ ଗବେଷଣା କରୁଛନ୍ତି। ଶିକ୍ଷାଲାଭର ଅନ୍ୟତମ ପଦ୍ଧତି ଯାହାକି ଉଭୟ ଶ୍ରେଣୀଗୃହରେ ତଥା ବାହାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ତାହା ହେଉଛି ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ।

ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ବା ଆନ୍ତଃକ୍ରିୟା ସହିତ ଶିକ୍ଷାଲାଭ ଏକ କାର୍ଯ୍ୟାଭ୍ୟାସ, ବାସ୍ତବଜଗତ ବିଧି ମାଧ୍ୟମରେ ଶିକ୍ଷାଲାଭର ପ୍ରୟାସ। ଏହା ହେଉଛି ବୁଝିବା ଓ ବୋଧଶକ୍ତିର ଉପଯୋଗ କରିବାର ଏକ ପ୍ରକ୍ରିୟା: ଯେଉଁଥିରେ ଛାତ୍ରଛାତ୍ରୀ କେବଳ ପାଠ କଣ୍ଠସ୍ଥ କରିନଥାନ୍ତି ତାହା ସହିତ ପାଠକୁ ବୁଝିଥାନ୍ତି ଓ କାମରେ ମଧ୍ୟ ପ୍ରୟୋଗ କରିଥାନ୍ତି। ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂରେ ରହିଛି ଟେକ୍ନୋଲୋଜିରେ ସମୃଦ୍ଧ ପାଠ୍ୟ ସାମଗ୍ରୀ ଯାହାକି ଛାତ୍ରକୁ ଅତ୍ୟନ୍ତ ରୁଚିକର ଶିକ୍ଷାଲାଭ ଅନୁଭୂତି ପ୍ରଦାନ କରିଥାଏ।

କିପରି ଏହା ପିଲାମାନଙ୍କୁ ଭଲ ପଢ଼ିବାରେ ସାହାଯ୍ୟ କରେ ଏଠାରେ ଦିଆଯାଇଛି

୧. ତର୍କସିଦ୍ଧ ଭାବରେ ଚିନ୍ତା କରିବା ଓ ସମସ୍ୟା ସମାଧାନ କରିବାରେ ଦକ୍ଷତାରେ ଉନ୍ନତି ଆଣି

ଯେଉଁ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସକ୍ରିୟ ପରିବେଶରେ ବଢ଼ିଥାନ୍ତି ସେମାନଙ୍କୁ ନିମଗ୍ନ କରି ରଖିବା ସହିତ ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ସେମାନଙ୍କର ଚିନ୍ତା କରିବାର ଦକ୍ଷତାରେ ଉନ୍ନତି ଆଣେ ଯାହାକି ବୋଧଶକ୍ତି ବିକାଶର ମୂଳଦୁଆ ହୋଇଥାଏ। [1] ବିଶେଷ କରି ଅଙ୍କକୁ ବହୁ ଛାତ୍ରଛାତ୍ରୀ ନାପସନ୍ଦ କରିଥାନ୍ତି। ଏହି ସମସ୍ୟା ଇଣ୍ଟରଆକ୍ଟିଭ୍ ଗେମ୍ ମାଧ୍ୟମରେ ସମାଧାନ କରାଯାଇପାରିବ ଯାହାକି ସମସ୍ୟା ସମାଧାନ କରିବା ଦକ୍ଷତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।

୨. ଭର୍ଚୁଆଲ୍ ରୋଲ୍ ପ୍ଲେଇଙ୍ଗ ସେମାନଙ୍କୁ ବାସ୍ତବ ଜୀବନର ସମସ୍ୟାର ସମ୍ମୁଖୀନ ହେବା ପାଇଁ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ

ଛାତ୍ରଛାତ୍ରୀଙ୍କୁ ନାଟ୍ୟାଭିନୟରେ ଏବଂ ଇଣ୍ଟରଆକ୍ଟିଭ୍ ଗେମ୍‌ରେ ନିମଗ୍ନ ରଖିବା ସେମାନଙ୍କର ବ୍ୟକ୍ତିଗତ ବିକାଶ, ନେତୃତ୍ୱ, ଦଳର ସଦସ୍ୟ ଭାବରେ କାର୍ଯ୍ୟ କରିବା ଏବଂ ଅନ୍ୟମାନଙ୍କ ସହ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି କରିଥାଏ ଏବଂ ସେମାନେ ବାସ୍ତବ ଜଗତର ସମସ୍ୟା ସହିତ ପରିଚିତ ହୋଇଥାନ୍ତି। ନିର୍ଦ୍ଦିଷ୍ଟ ଅନଲାଇନ ଷ୍ଟ୍ରାଟେଜି ଗେମ୍ସ ଯେପରିକି ‘‘ଷ୍ଟାରକ୍ରାଫ୍ଟ’’ ମଧ୍ୟ ସେମାନଙ୍କର କାଳ୍ପନିକ ଓ ବାସ୍ତବଜଗତ ସମସ୍ୟା ସମାଧାନର ସମାର୍ଥ୍ୟରେ ଉନ୍ନତି ଆଣିଥାଏ, କାରଣ ସେମାନେ ଉପଭୋକ୍ତାମାନଙ୍କୁ ଉଭୟେ ଷ୍ଟ୍ରାଟେଜିକ୍ ଯୋଜନା ପ୍ରସ୍ତୁତ କରିବା ଓ ସମାଧାନ କରିବା ଶିଖାଇଥାନ୍ତି।

ଏରିକ୍ ମାଜୁର,  ବାଲ୍‌କାନ୍‌ସ୍କି- ହାଭାର୍ଡ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଆପ୍ଲାଏଡ୍ ସାଇନ୍ସର ଫିଜିକ୍ସ ଓ ଆପ୍ଲାଏଡ୍ ଫିଜିକ୍ସର ପ୍ରଫେସରଙ୍କ ଅନୁଯାୟୀ, ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ପିଲାମାନଙ୍କୁ କିପରି ଭାବରେ ମିଳିତ ଭାବରେ କାର୍ଯ୍ୟ କରିବେ ଏବଂ ସଫଳତାର ସହ ଦଳରେ କାର୍ଯ୍ୟ କରିବେ ଶିଖାଇଥାଏ, ଯାହାକି ଦଳଗତ ଢ଼ାଞ୍ଚା ଉପରେ ପର୍ଯ୍ୟବେଶିତ କାର୍ଯ୍ୟସ୍ଥଳ ପାଇଁ ଅପରିହାର୍ଯ୍ୟ ଦକ୍ଷତା ହୋଇଥାଏ।

୩. ଏହା ସେମାନଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ଓ ଏକାଗ୍ରତା ବୃଦ୍ଧି କରେ।

ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ବହୁ ମାତ୍ରାରେ ସବୁଠାରୁ ଅଧିକ ନିମଗ୍ନ କରି ରଖୁଥିବା ଶିକ୍ଷାଲାଭ କୌଶଳ ହୋଇଥାଏ, କାରଣ ପିଲାମାନେ ଶିକ୍ଷାରେ ଜଡ଼ିତ ହୋଇଥାନ୍ତି। ଏହା ସେମାନଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ଓ ଏକାଗ୍ରତା ବଢ଼ାଏ। ଅନଲାଇନରେ ଉପସ୍ଥାପିତ କରାଯାଇଥିବା ନିର୍ଦ୍ଦିଷ୍ଟ ଫ୍ଲାସ ଗେମ୍ ପିଲାମାନଙ୍କର ଏକାଗ୍ରତରେ ଉନ୍ନତି ଆଣେ ଏବଂ ଏହା ଏଡିଏଚଡିର ଉପଚାର ଭାବରେ ମଧ୍ୟ ଜଣାଶୁଣା।

୪. ଏହା ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ ଏବଂ ଅଭିନବ ସମାଧାନ ଉପରେ ନଜର ପକାଇବାକୁ ସକ୍ଷମ କରେ

ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ସାଧାରଣ ଭାବରେ ଶିକ୍ଷା ଦିଆଯାଉଥିବା ‘‘ଦୁଇ ଦୁଗୁଣେ ଚାରି’’ ଧାରା ଉପରେ ପର୍ଯ୍ୟବେଶିତ ନୁହେଁ। ଏହା ପାଠ୍ୟ ପୁସ୍ତକ ବାହାରେ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିଠାରୁ ଉର୍ଦ୍ଧ୍ୱରେ ହୋଇଥାଏ। ଏହା ଛାତ୍ରଛାତ୍ରୀଙ୍କୁ ଅଭିନବ ସମାଧାନ ସୃଷ୍ଟି କରିବା ପାଇଁ ଯଥାର୍ଥ ଟୁଲ୍ ଓ ସ୍ୱାଧୀନତା ପ୍ରଦାନ କରିଥାଏ। ପିଲାମାନଙ୍କୁ ସମସ୍ୟା ବା ପ୍ରଶ୍ନ ସହିତ ପରିଚିତ କରାଇ ଏବଂ ଶିକ୍ଷାଲାଭ ସାମଗ୍ରୀ ପ୍ରଦାନ କରି ସେମାନଙ୍କୁ ସ୍ପଷ୍ଟ ଭାବରେ ଓ ପ୍ରଭାବଶାଳୀ ଭାବରେ ଚିନ୍ତା କରିବା ପାଇଁ ଖୋରାକ ଯୋଗାଇ ଦିଆଯାଇଥାଏ। [2]

 

 

ଯେତେବେଳେ ପିଲାମାନେ ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ମାଧ୍ୟମରେ ଶିକ୍ଷା କରନ୍ତି, ସେମାନେ ବିଷୟକୁ ଅଧିକ ଭଲ ଭାବରେ ବୁଝିପାରନ୍ତି ଏବଂ ସେଗୁଡ଼ିକ ଦୈନନ୍ଦିନ ଜୀବନରେ ପ୍ରଭାବଶାଳୀ ଭାବରେ ପ୍ରୟୋଗ କରିଥାନ୍ତି। ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂର ପ୍ରକୃତ ଚିହ୍ନ ହେଉଛି ଛାତ୍ରଛାତ୍ରୀ କେବଳ ବିଷୟବସ୍ତୁ ଘୋଷି ମନେନ ରଖି ସେ ବିଷୟରେ ଭଲ ଭାବରେ ବୁଝିଥାନ୍ତି ଯାହାକି ଆଜିକାଲିର କମ୍ପ୍ୟୁଟର ଯୁଗରେ ସେମାନଙ୍କୁ ସମର୍ଥ କରି ତୋଳିଥାଏ।

ଏକ ପିସି ହେଉଛି ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ସହିତ ପରିଚିତ କରିବା ପାଇଁ ଏକ ମହାନ ସାଧନ, ଯାହାକି ବାସ୍ତବରେ ମହତ୍ୱପୂର୍ଣ୍ଣ ପ୍ରାଥମିକ ବିଷୟ ହୋଇଥାଏ। ପିତାମାତା ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ଓ ବିକାଶରେ ପିସିର ଭୂମିକା ହୃଦୟଙ୍ଗମ କଲେଣି ଏବଂ ସେମାନଙ୍କ ଘରକୁ ପିସି  ଆଣିବାକୁ ଆଗ୍ରହ ପ୍ରକାଶ କଲେଣି। ଶିକ୍ଷାର ସାଧନ ଭାବରେ ବ୍ୟବହୃତ ହେଲା ବେଳେ ପିସି ପିଲାମାନଙ୍କୁ ଶିକ୍ଷାଲାଭର ଆନନ୍ଦ ନେବାରେ, ସେମାନଙ୍କୁ ଅଧିକ ଚାଲାକଚତୁର କରି ଗଢ଼ିତୋଳିବାରେ ସାହାଯ୍ୟ କରିଥାଏ।

ଶୁଭମ୍ ନାସିକ୍‌ର ଏକ ମଧ୍ୟବିତ୍ତ ବର୍ଗର ବିଦ୍ୟାଳୟରେ ପଢ଼ନ୍ତି କିନ୍ତୁ କମ୍ପ୍ୟୁଟର ଯୋଗୁଁ ସମସ୍ତ ବିଷୟ ପ୍ରାଞ୍ଜଳ ଭାବରେ ବୁଝିପାରନ୍ତି। ଏହି ପିସି ଶିକ୍ଷାଲାଭକୁ ଅଧିକ ପ୍ରାଞ୍ଜଳ କରିଥାଏ। ତାହା ସହିତ ପିସି ଶିକ୍ଷାଲାଭକୁ କୌତୁକିଆ କରିଥାଏ ଆଉ ସେଥିପାଇଁ ଶୁଭମ୍‌ର ମଧ୍ୟ ଶିକ୍ଷାଲାଭରେ ରୁଚି ବଢ଼ିଛି।

 

                                   

 

ପିଲାମାନଙ୍କ ପାଇଁ ବିଷୟକୁ ଅଧିକ ଭଲ ଭାବରେ ଶିକ୍ଷା କରିବା ପାଇଁ ବହୁ ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ୱେବସାଇଟ୍ ରହିଛି। ଏପରି ଗୋଟିଏ ଉଦାହରଣ ହେଉଛି http://www.interactivesites.weebly.com/ ଯାହାକି ପିଲାମାନଙ୍କୁ କେବଳ ନୂଆ ବିଷୟ ବୁଝିବାରେ ସାହାଯ୍ୟ କରେ ନାହିଁ ତାହା ସହିତ ପୁରୁଣା ପାଠ ଆଲୋଚନା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।