ବର୍ତ୍ତମାନର ସମୟ ହେଉଛି ଶ୍ରେଣୀଗୃହକୁ ଇବୁକ୍‌ସରେ ରୂପାନ୍ତରିତ କରିବାର ସମୟ

 

 କୌତୁକପୂର୍ଣ୍ଣ

ଶିକ୍ଷାଗ୍ରହଣ

ସେମାନେ ଏକ ସାଙ୍ଗରେ ଯାଆନ୍ତି କି?

ଅବଶ୍ୟ, ସେମାନେ ଯାଇଥାନ୍ତି!

ଯେତେବେଳେ ଆପଣଙ୍କ ପାଖରେ ଏକ ପିସି ରହିଥାଏ ଏବଂ ଆପଣ ଏହା କିପରି ଚଳାଇବାକୁ ହେବ ଜାଣିଥାନ୍ତି ତେବେ ଏକ ଶ୍ରେଣୀଗୃହରେ କମ୍ପ୍ୟୁଟରର ବ୍ୟବହାରର ଅଧିକାଂଶ ଲାଭ ହାସଲ କରିବାରୁ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ!

ଏକ ପିସିକୁ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରିବାର ଏକ ଅତ୍ୟନ୍ତ ନିର୍ଣ୍ଣାୟକ ଅଂଶ ହେଉଛି ଇବୁକ୍ ସ ଏଠାରେ କିପରି ଭାବରେ ତାହା ଆପଣଙ୍କୁ ଭଲ ଭାବରେ ଶିକ୍ଷା ଦେବାରେ ସାହାଯ୍ୟ କରିଥାଏ ସୂଚନା ଦିଆଯାଇଛି:

 

1. ଆପଣଙ୍କର ଛାତ୍ରଛାତ୍ରୀ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଶିକ୍ଷାଲାଭ କରିପାରିବେ

ଇବୁକ୍ ଗୁଡ଼ିକ ନେବା ଆଣିବା ପାଇଁ ସହଜ ଏବଂ ହାଲ୍ କା ଓଜନ ବିଶିଷ୍ଟ ହୋଇଥାଏ, ଏହାକୁ ନେଇ ଯିବାଆସିବା କରିବା ସହଜ ହୋଇଥାଏ।  ଏହା ମଧ୍ୟ ଅଧିକ ସ୍ଥାନ ନିଏନାହିଁ ଏବଂ ଏକାଧିକ ପାଠ୍ୟପୁସ୍ତକ ସାଙ୍ଗରେ ନେବା ନିମନ୍ତେ ପରିଚାଳନା କରିବା ଅଧିକ ସହଜ ହୋଇଥାଏ।  ଜଣେ ଛାତ୍ର/ଛାତ୍ରୀ ନିଜ ଦକ୍ଷତା ଅନୁରୂପ ଏବଂ ଆରାମ ଅନୁଯାୟୀ ଯେ ପର୍ଯ୍ୟନ୍ତ ଇଛା ଶିକ୍ଷାଲାଭ କରିପାରିବାଠାରୁ ଆଉ ଭଲ କଥା କଣ ଅଛି। 

 

2. ଅଭିଗମ୍ୟ 24*7

ଏକ ଇବୁକ୍ ପାଇଁ ସବୁବେଳେ ଇଣ୍ଟରନେଟ୍ ଆବଶ୍ୟକ ହୁଏ ନାହିଁ।  ଆପଣଙ୍କ ଛାତ୍ରଛାତ୍ରୀ ଏହା ଡାଉନଲୋଡ୍ କରିପାରିବେ ଏବଂ ଅଫ୍ ଲାଇନ୍ ରେ ବ୍ରାଉଜ୍ କରିପାରିବେ ଏବଂ ଏପରିକି ସେମାନଙ୍କୁ ଇଣ୍ଟରନେଟ୍ ବ୍ୟତୀତ ଅଧ୍ୟୟନ କରିବାକୁ ଦେଇପାରିବେ। ଏହିପରି ଭାବରେ ସେମାନଙ୍କର ଧ୍ୟାନ ଭଙ୍ଗ ହେବ ନାହିଁ!

 

3. ପରିବର୍ତ୍ତନଶୀଳ ବୈଶିଷ୍ଟ୍ୟଗୁଡ଼ିକ

ଇବୁକ୍ ଗୁଡ଼ିକ ବ୍ୟବହାର କରିବା ସହଜ ହୋଇଥାଏ - କାହିଁକି ଏଠାରେ ଦିଆଯାଇଛି:  

  • ସନ୍ଧାନଯୋଗ୍ୟ ପାଠ୍ୟ

  • ପାଠ୍ୟପୁସ୍ତକରେ ପୃଷ୍ଠା ସଂଖ୍ୟା ଟାଇପ୍ କରିବା ଦ୍ୱାରା ନାଭିଗେସନ

  • ଭବିଷ୍ୟତରେ ଦୃଷ୍ଟାନ୍ତ ପାଇଁ ବୁକ୍ ମାର୍କିଂ

  • ଆପଣ ଦେଖିଲା ବେଳେ ଜୁମ୍ ଇନ୍ ଏବଂ ଆଉଟ୍ କରିପାରିବେ

 

4. ଶିକ୍ଷା ମନୋରଞ୍ଜନ! ଶିକ୍ଷା ମନୋରଞ୍ଜନ! ଶିକ୍ଷା ମନୋରଞ୍ଜନ!

ଆପଣ ଇବୁକ୍ ର ଲିଙ୍କରେ କ୍ଲିକ୍ କରିପାରିବେ ଯାହାକି ଇଣ୍ଟରଆକ୍ଟିଭ୍ ମିଡିଆ ଯେପରିକି ପ୍ରେଜେଣ୍ଟେସନ ଏବଂ ଭିଡିଓ ସହିତ ଲିଙ୍କ୍ ହୋଇଥାଏ ଯେପରିକି ଏକ ପ୍ରେଜେଣ୍ଟେସନ ଏବଂ ଭିଡିଓ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଏକ ବିଷୟ ମନେରଖିବା ପାଇଁ ସହାୟକ ହୋଇଥାଏ।


5. ଖର୍ଚ୍ଚ ସଞ୍ଚୟ କରନ୍ତୁ

ଇବୁକ୍ ଗୁଡ଼ିକ ପରିବେଶ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥାଏ। ଏହା ସମ୍ପୂର୍ଣ୍ଣ ଭାବରେ ପ୍ରିଣ୍ଟିଂ ପ୍ରକ୍ରିୟାକୁ ଲୁପ୍ତ କରିଦେଇଛି, ଫଳରେ ପ୍ରିଣ୍ଟିଂ ଖର୍ଚ୍ଚ ସଞ୍ଚୟ ହେଉଛି। 


6. ବାସ୍ତବ ସମୟ ଅପଡେଟ୍

ଇବୁକ୍ ରେ ଆପଣ ଆପଣଙ୍କ ବିଷୟବସ୍ତୁ ଦୈନିକ ଭିତ୍ତିରେ ଅପଡେଟ୍ କରିପାରିବେ। ଶିକ୍ଷକମାନେ ସଦାସର୍ବଦା ସଦ୍ୟ ସୂଚନା ଯୋଗ କରିପାରିବେ, ଛାତ୍ରଛାତ୍ରୀଙ୍କୁ ସଦ୍ୟ ଶିକ୍ଷଣ ସାମଗ୍ରୀ ପ୍ରଦାନ କରିପାରିବେ। ଏହା ପୁନଃମୁଦ୍ରଣ ଖର୍ଚ୍ଚ ସଞ୍ଚୟ କରିଥାଏ ଓ ଏହି ପ୍ରକ୍ରିୟାରେ ଜଡ଼ିତ ସମୟ ମଧ୍ୟ ସଞ୍ଚୟ ହୋଇଥାଏ।

 

7. ଆଖି ପାଇଁ ସହଜ 

ଛାତ୍ରଛାତ୍ରୀମାନେ ଦିନର ସମୟ ଓ ସେମାନଙ୍କର ଅଗ୍ରାଧିକାର ଅନୁଯାୟୀ ସେମାନେ ସ୍କ୍ରିନ୍ ର ଉଜ୍ଜ୍ୱଳତା ଆଡଜଷ୍ଟ କରିପାରନ୍ତି। ଏପରିକି ସେମାନେ ପାଠ୍ୟର ସମ୍ମୁଖ ଭାଗ ପରିବର୍ତ୍ତନ କରିପାରନ୍ତି ଯାହାଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଖି ଉପରେ ଚାପ ପକାଇବେ ନାହିଁ।

 

ଇବୁକ୍ ନିକଟ ଭବିଷ୍ୟତରେ ଶିକ୍ଷାଲାଭର ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି, ଏହା ହେଉଛି ଏକ ନୂଆ ପ୍ରକାରର ଶିକ୍ଷା ଯାହାକି ଆପଣଙ୍କୁ ଶିକ୍ଷକ ଭାବରେ ଉନ୍ନତି କରିବାକୁ ସାହାଯ୍ୟ କରିବା ପାଇଁ କେବଳ ପିସି ଦ୍ୱାରା ସକ୍ଷମ ହୋଇଛି!