ଏହି ପର୍ଯ୍ୟାୟଗୁଡ଼ିକ ଅନୁସରଣ କରି ଆପଣଙ୍କ ଶିଶୁକୁ ଇଣ୍ଟରନେଟ୍‌ରେ ନିରାପଦ ରଖନ୍ତୁ

 

 

ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ତାଙ୍କର ଶିଶୁ ସୁସ୍ଥ ରହୁ ଏବଂ ନିରାପଦ ଭାବରେ ସଂସାର ଭୋଗ କରୁ। କିନ୍ତୁ ଆମେ ସମସ୍ତେ ବ୍ୟସ୍ତବହୁଳ ଜୀବନ ବିତାଉଥିବା କାରଣରୁ ପିଲାମାନଙ୍କ ଉପରେ ସବୁବେଳେ ନଜର ରଖିବା ଏବଂ ସେମାନଙ୍କର ଯତ୍ନ ନେବା କଷ୍ଟକର ହୋଇଥାଏ। ମାନସିକ ଶାନ୍ତି ପାଇବାର ଶ୍ରେଷ୍ଠ ଉପାୟ ହେଉଛି ଜ୍ଞାନଲାଭ କରିବା ଯାହାକି ଆପଣଙ୍କୁ ସଦ୍ୟ ଘଟଣା ସହିତ ପରିଚିତ କରି ରଖିବା। ଏହି ପର୍ଯ୍ୟାୟଗୁଡ଼ିକ ଅନୁସରଣ କରନ୍ତୁ ଏବଂ ଆପଣଙ୍କ ଶିଶୁ କିପରି ନିରାପଦରେ କାମ କରିପାରିବେ ଦେଖନ୍ତୁ।

1) ଶୂନ୍ୟରୁ ଆରମ୍ଭ କରନ୍ତୁ

ଏହା ପ୍ରଥମେ ପ୍ରଥମେ ଅଧିକ ସମୟ ଲାଗୁଥିବା ପରି ମନେ ହୋଇପାରେ କିନ୍ତୁ ଶେଷ ଫଳାଫଳ ବେଶ୍ ମୂଲ୍ୟବାନ ହୋଇଥାଏ। ପ୍ରଥମ ବିଷୟ ପ୍ରଥମେ, ଆପଣଙ୍କ ପିସି ପାଇଁ ମଲ୍ଟିପୁଲ୍ ୟୁଜର ସେଟ୍ କରନ୍ତୁ ତେବେ ଆପଣଙ୍କ ସନ୍ତାନ ତା’ ବୟସ ପାଇଁ ଉଦ୍ଦିଷ୍ଟ ହୋଇଥିବା ୱେବସାଇଟ୍ ଆକ୍ ସେସ କରିପାରିବ ନାହିଁ। ତାହା ପରେ ଆପଣଙ୍କ ବ୍ରାଉଜର ସେଟିଂକୁ ଯାଆନ୍ତୁ ଏବଂ ସଠିକ ବୟସ ଫିଲ୍ଟର ଆଡ୍ କରନ୍ତୁ। ଶେଷରେ, ଦ୍ରୁତ ଆକ୍ସେସିବିଲିଟି ପାଇଁ ଏବଂ ଆପଣଙ୍କ ସନ୍ତାନ ମୁଖ୍ୟତଃ ସେହି ୱେବସାଇଟ୍ କୁ ଯାଉଛି ସୁନିଶ୍ଚିତ କରିବା ପାଇଁ ପିସି ଲର୍ନିଂ ରିସୋର୍ସଗୁଡ଼ିକ ବୁକ୍ ମାର୍କ କରନ୍ତୁ। ଇଣ୍ଟରନେଟ୍ ଦେଖିବା ସମୟରେ, ଆପଣ ଆପଣଙ୍କ ସନ୍ତାନଙ୍କ ସହ ବସିପାରିବେ କିମ୍ବା କିଛି ଦୂରରୁ ଆପଣଙ୍କ ସନ୍ତାନର ସ୍କ୍ରିନ୍ ରେ କଣ ଚାଲିଛି ନଜର ରଖିପାରିବେ।

2) ଏହାର ସୂଚୀ ପ୍ରସ୍ତୁତ କରନ୍ତୁ

ଏକ ପ୍ରଡକ୍ଟିଭିଟି ଟେକ୍ନିକ୍ ବା ଉପାଦେୟ କୌଶଳ ଯାହା ଆପଣଙ୍କ ସନ୍ତାନ ପାଇଁ ନିଶ୍ଚୟ କାର୍ଯ୍ୟ କରିବ! ଆପଣଙ୍କୁ କେବଳ ଖେଳ କୌତୁକ ପାଇଁ ସମୟ ସ୍ଥିର କରିବାକୁ ହେବ ଯାହା ଦ୍ୱାରା ଆପଣ ଜାଣିବେ ଯେ ଆପଣଙ୍କ ସନ୍ତାନ କେତେବେଳେ କଣ କରୁଛି। ଯଦି ଅପରାହ୍ନ ୪ଟାରୁ ୬ଟା ଅଙ୍କ କରିବାର ସମୟ ହୋଇଥାଏ ତେବେ ଆପଣଙ୍କୁ ଜଡ଼ିତ ହେବାକୁ ପଡ଼ିବ ନାହିଁ। ଯେତେବେଳେ କି ୬ଟାରୁ ସାଢ଼େ ୬ଟା ୟୁଟୁବ୍ ସମୟ ହୋଇଥିଲେ ଆପଣ ଯଦି ସନ୍ତାନର ସ୍କ୍ରିନ୍ ଉପରେ ଅତି କମ୍ ରେ ନଜର ରଖିବେ ତେବେ ଚିନ୍ତାମୁକ୍ତ ରହିବେ। ଯେତେବେଳେ ଆପଣ ଚାରିପଟେ ନଥାନ୍ତି ବଡ଼ ଭାଇଭଉଣୀ କିମ୍ବା ସମ୍ପର୍କୀୟ ଭାଇଭଉଣୀଙ୍କୁ ଆପଣଙ୍କ ତରଫରୁ ନଜର ରଖିବାକୁ କହିପାରିବେ।

3) ଏକାଠି ବସନ୍ତୁ

ପ୍ରତି ପିତାମାତା ନିୟମିତ ଭାବରେ ଏହା କରିବା ଆବଶ୍ୟକ। କେବଳ ଆପଣଙ୍କର ସନ୍ତାନ ଆପଣ ତାଙ୍କ ପ୍ରତି ଧ୍ୟାନ ଦେବାକୁ ଉପଭୋଗ କରନ୍ତି ନାହିଁ ତାହା ସହିତ ଆପଣ ଦୁହେଁ ଏକାଠି ଅନେକ କଥା ମଧ୍ୟ ଶିକ୍ଷା କରିଥାନ୍ତି। ଏକାଠି ଖେଳ ଖେଳିବାଠାରୁ ଅନଲାଇନ୍ ରେ ଆଟିକିଲ୍ ପଢ଼ିବା ପର୍ଯ୍ୟନ୍ତ - ଏକ ପରିବାର ଭାବରେ, ବିଭିନ୍ନ ପିସି କାର୍ଯ୍ୟକଳାପ ଆପଣ କରିପାରିବେ। ପିସି ରିସୋର୍ସଗୁଡ଼ିକ ବିଷୟରେ ଏକାଠି ଜାଣିବା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ପାଇଁ କଣ ନୂଆ ବିଷୟ ଅଛି ଏବଂ ଆପଣଙ୍କ ସନ୍ତାନ ପାଇଁ କଣ ଭଲ କଥା ଅଛି।

ୟୁଟ୍ୟୁବ୍ ଆପଣଙ୍କ ସନ୍ତାନର ପ୍ରିୟ ୱେବସାଇଟ୍ କି? ତେବେ ଶିକ୍ଷାଲାଭରେ କୌତୁକକୁ ସାମିଲ୍ କରିବା ପାଇଁ ସମସ୍ତ ଶିକ୍ଷା ସମ୍ପର୍କିତ ଭିଡିଡ ଆଡ୍ କରନ୍ତୁ: https://www.dellaarambh.com/odia/post/this-is-how-you-can-make-youtube-safe-for-your-little-ones
ଶିକ୍ଷାଲାଭ ଆନନ୍ଦମୟ ହେଉ!