ମେସର୍ସ ରଶ୍ମି କାଠୁରିଆ, 2007 ମସିହାରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଦ୍ୱାରା ଜାତୀୟ ସ୍ତରରେ ଶ୍ରେଷ୍ଠ ଇ-ଶିକ୍ଷକ ଭାବରେ ସମ୍ମାନିତ- ସେ ସାଧାରଣ ଶିକ୍ଷକତାଠାରୁ ଦେଶର ଶ୍ରେଷ୍ଠ ଇ-ଶିକ୍ଷକ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ଆମକୁ କହିଥିଲେ।
2000 ମସିହାରେ ସେ ତାଙ୍କ ବିଦ୍ୟାଳୟରେ ଏକ ଅଙ୍କ ପରୀକ୍ଷାଗାର ପ୍ରତିଷ୍ଠା କରିଥିଲେ। ସେଠାରେ ସେ ଛାତ୍ରଛାତ୍ରୀମାନଙ୍କୁ କଂକ୍ରିଟ୍ ବସ୍ତୁ ବ୍ୟବହାର କରି ଅଙ୍କର ବିଭିନ୍ନ ଧାରା ପରୀକ୍ଷା କରାଇଥିଲେ ଓ କଳ୍ପନା କରିବାକୁ ସାହାଯ୍ୟ କରିଥିଲେ। ସେ ପରୀକ୍ଷାଗାରରେ ପିଲାମାନଙ୍କ ପାଇଁ ଓ ଅନ୍ୟ ଶିକ୍ଷକମାନଙ୍କ ପାଇଁ ଗୋଟିଏ ବ୍ଲଗ୍ ଆରମ୍ଭ କରିଥିଲେ, ସେଠାରେ 500ରୁ ଅଧିକ ବଳିଷ୍ଠ ସାଧନ, ପ୍ରୋଜେକ୍ଟ ପାଇଁ ଚିନ୍ତାଧାରା ଓ ଅନ୍ୟାନ୍ୟ ବିଷୟ ପ୍ରଦାନ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ପଠନ ସାମଗ୍ରୀ ଇଣ୍ଟରନେଟରେ ଉପଲବ୍ଧ ହୋଇଥିଲା। ସେ ମଧ୍ୟ 2010 ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ଜାତୀୟ ଆଇସିଟି ପୁରସ୍କାର ଗ୍ରହଣ କରିଥିଲେ।
ଶ୍ରୀମତୀ କାଠୁରିଆଙ୍କ ସହ ଆମର କଥାବାର୍ତ୍ତା ନିମ୍ନରେ ପଢ଼ନ୍ତୁ!
ମୁଁ ଗତ 12 ବର୍ଷ ହେଲା ଟେକ୍ନୋଲୋଜି ବ୍ୟବହାର କରି ପିଲାମାନଙ୍କୁ ପାଠ ପଢ଼ାଉଛି। ମୁଁ ପ୍ରଥମେ ବ୍ଲଗରୁ ଆରମ୍ଭ କରିଥିଲି ଓ ମୋର ଛାତ୍ରଛାତ୍ରୀମାନଙ୍କ ସହିତ ମୋ ବ୍ଲଗର ଲିଙ୍କ ସେୟାର କରିଥିଲି। ମୋର କୌଣସି ବିଷୟରେ ସମସ୍ତ ଗବେଷଣା ଅନଲାଇନରେ ଉପଲବ୍ଧ କରିଥିଲି, ଯାହାଫଳରେ ପିଲାମାନେ ସେ ବିଷୟରେ ସମସ୍ତ ସୂଚନା ପାଇପାରିବେ। ମୁଁ ମଧ୍ୟ ଏକ ୱିକି କ୍ଲାସରୁମ୍ ଆରମ୍ଭ କରିଥିଲି ଏବଂ ଉଭୟେ ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ମତାମତ ପାଇଥିଲି।
ମୁଁ ଅଙ୍କ ପଢ଼ାଇବା ପାଇଁ ଟେକ୍-ଟୁଲ୍ ବ୍ୟବହାର କରିବା ଆରମ୍ଭ କଲି। ମୁଁ ଜ୍ୟାମିତି ଏବଂ ବୀଜଗଣିତ ପଢ଼ାଇବା ପାଇଁ ଜିଓଜେବ୍ରା ବ୍ୟବହାର କଲି । ଏହି ଟୁଲରେ ମୁଁ ଶ୍ରେଣୀରେ ପଢ଼ାଉଥିବା ପ୍ରାୟ ସବୁ ବିଷୟ ରହିଛି। ମୁଁ ମଧ୍ୟ ଗ୍ରାଫ୍ ଆଙ୍କିବା ପାଇଁ କେତେକ ଟୁଲ୍ ବ୍ୟବହାର କରେ କାରଣ ଗ୍ରାଫ୍ ଶିଖାଇବାରେ ବହୁତ ସମୟ ଲାଗେ ଓ ଏଥିପାଇଁ ଆମକୁ କମ୍ ସମୟ ଦିଆଯାଇଥାଏ।
ସମୟକ୍ରମେ ମୁଁ ବୁଝିଛି ଯେ ଯଦି ପିଲାମାନଙ୍କୁ ବିଭିନ୍ନ ଉତ୍ସ ବା ସମ୍ବଳ ଯୋଗାଇ ଦିଆଯାଏ ତେବେ ପିଲାମାନେ ନିଶ୍ଚୟ ଖୁବ୍ ଭଲ କରିପାରିବେ। ତେଣୁ ମୁଁ ବିଭିନ୍ନ ରିସୋର୍ସ ତିଆରି କରିବା ଆରମ୍ଭ କଲି। ଆପଣ rashmikathuria.webs.com ଦେଖିପାରିବେ ସେଠାରେ ମୁଁ ତିଆରି କରିଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ରହିଛି।
ଟେକ୍ନୋଲୋଜି ଆପଣଙ୍କ ପାଇଁ କେଉଁ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି?
ପରୀକ୍ଷା ଖାତା ଦେଖିବା ପାଇଁ ବହୁତ ସମୟ ଲାଗେ ଏବଂ ଶ୍ରେଣୀରେ ପଢ଼ାଇବାକୁ ଥିବା ବିଷୟ ଉପରେ ଭଲ ଭାବରେ ପଢ଼ିବା ପାଇଁ କମ୍ ସମୟ ମିଳିଥାଏ। ତେଣୁ ମୁଁ ସଠିକ୍ ଉତ୍ତର ବାଛନ୍ତୁ ପରୀକ୍ଷା ପାଇଁ ଗୁଗୁଲ୍ ଫର୍ମ ବ୍ୟବହାର କଲି। ଏଠାରେ ପିଲାମାନେ ସେମାନଙ୍କର ଟେଷ୍ଟ ଦାଖଲ କରିବା ମାତ୍ରେ ଆପେ ଆପେ ମୂଲ୍ୟାୟନ ହୋଇଯାଏ। ମୋ ପିଲାମାନେ କିପରି କରିଛନ୍ତି ମୁଁ ତତ୍କାଳ ସୂଚନା ପାଇଯାଏ। ଏଥିରୁ ଯେଉଁ ସମୟ ସଞ୍ଚୟ ହୁଏ ମୁଁ ପାଠ ପଢ଼ାରେ ଦେଇଥାଏ।
ଟେକ୍ନେ୍ାଲୋଜି ମୋତେ ଭଲ ଭାବରେ ଲେସନ ପ୍ଲାନ କରିବାରେ ସାହାଯ୍ୟ କରେ ଏବଂ ମୋତେ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ରଖିଥାଏ। ମୁଁ ମଧ୍ୟ ବିଭିନ୍ନ ଶ୍ରେଣୀ ପାଇଁ ହ୍ୱାଟସଆପ୍ ଗ୍ରୁପ୍ ଆରମ୍ଭ କରିଛି ଯାହାଫଳରେ ସେମାନେ ଶ୍ରେଣୀ ବିଷୟରେ ସଦ୍ୟ ସୂଚନା ପାଇଥାନ୍ତି ଓ ମୁଁ ସାମାଜିକ ଭାବରେ ସେମାନଙ୍କ ସହ ଯୋଡ଼ି ହୋଇରହିଥାଏ। ପ୍ରତ୍ୟେକ ଶ୍ରେଣୀ ପାଇଁ ପ୍ରଶ୍ନ ପୋଷ୍ଟ କରିବାକୁ ଅଲଗା ଗୁଗୁଲ ଡକ୍ୟୁମେଣ୍ଟ ରହିଛି, ଯାହାଫଳରେ ପିଲାମାନେ ପରବର୍ତ୍ତୀ ଶ୍ରେଣୀ ପର୍ଯ୍ୟନ୍ତ ଅପେକ୍ଷା ନ କରି ତତ୍କାଳ ତାଙ୍କର ସନ୍ଦେହ ଦୂର କରିଥାନ୍ତି!
ନୂଆ ଯୁଗର ଶିକ୍ଷକମାନଙ୍କ ପାଇଁ ଆପଣ କୌଣସି ପରାମର୍ଶ ଦେବେ କି?
ଶ୍ରେଣୀଗୃହରେ ଟେକ୍ନୋଲୋଜି ବ୍ୟବହାର କରିବା ନିଶ୍ଚୟ ସୁଫଳ ଦେଇଥାଏ ଏବଂ ବର୍ତ୍ତମାନର ସମୟ ହେଉଛି ସମସ୍ତେ ଏହାକୁ ବ୍ୟବହାର କରି ଏକ ବିଶାଳ ଭର୍ଚୁଆଲ କ୍ଲାସରୁମ୍ ସୃଷ୍ଟି କରିବାର ସମୟ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ