ଚିତ୍ର କଳା ବା ଆର୍ଟକୁ ଭଲପାଆନ୍ତି? ଏହି ଆକର୍ଷଣୀୟ ପିସି ରିସୋର୍ସ ଦେଖିନିଅନ୍ତୁ!

 

‘‘ପ୍ରତିଟି ଶିଶୁ ଚିତ୍ରକର ହୋଇଥାନ୍ତି। କିନ୍ତୁ ବଡ଼ ହେବା ପର୍ଯ୍ୟନ୍ତ ତାଙ୍କ ଭିତରେ ସେହି ରୁଚି ଜୀବନ୍ତ କରି ରଖିବା ସମସ୍ୟା ହୋଇଥାଏ।’’

- ପାବଲୋ ପିକାସୋ

 

ଆପଣଙ୍କର ସୃଜନଶୀଳତା ଓ କଳ୍ପନାଶକ୍ତିର ଦୃଢ଼ୀକରଣ ପାଇଁ ଚମତ୍କାର ଉପାୟ ହେଉଛି ଆର୍ଟ ପ୍ରୋଜେକ୍ଟ। ଆପଣଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଆର୍ଟ ଟୁଲ୍ ବାଛିବା ପାଇଁ ସାହାଯ୍ୟ କରିବାକୁ ଏଠାରେ ଆପଣଙ୍କ ପାଇଁ ଏକ ପିସିରେ ଶ୍ରେଷ୍ଠ ଡ୍ରଇଁ  ପ୍ରୋଗ୍ରାମର ତାଲିକା ଦିଆଯାଇଛି।

ଆଉ ଡେରି କାହିଁକି ଏବେ ପ୍ରସ୍ତୁତ ହୋଇଯାଆନ୍ତୁ ଶ୍ରେଷ୍ଠ ଡିଜିଟାଲ୍ ଆର୍ଟ ପ୍ରସ୍ତୁତ କରିବା ପାଇଁ!

 

ଅଟୋ ଡେସ୍କ ସ୍କେଚବୁକ୍

ଦୀର୍ଘ ଦିନଧରି, ଅଟୋଡେସ୍କ ସ୍କେଚ୍ ବୁକ୍ ଅନ୍ୟତମ ଶ୍ରେଷ୍ଠ ଡ୍ରଇଁ ପ୍ରୋଗ୍ରାମ୍ ହୋଇ ଏକ ପିସିରେ ରହିଛି। ସ୍କେଚବୁକ୍ ର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଏହାର ସର୍ବନିମ୍ନ ୟୁଜର ଇଣ୍ଟରଫେସ୍ ଯାହାକି ଆପଣ ପ୍ରକୃତରେ କିପରି ଭାବରେ ନିଜର ଆର୍ଟ ପ୍ରସ୍ତୁତ କରୁଛନ୍ତି ତାହା ସମାଧାନ କରିଥାଏ।

 

କୃତା

ଚିତ୍ରକୁ ଭଲ ପାଆନ୍ତି? କୃତା ସାହାଯ୍ୟରେ ଆପଣଙ୍କ ଦକ୍ଷତା ବୃଦ୍ଧି କରନ୍ତୁ ଯାହା ହେଉଛି ଏକ ଡିଜାଇନର୍ ଆବଶ୍ୟକ କରୁଥିବା ସମସ୍ତ ପ୍ରଫେସନାଲ୍ ଟୁଲ୍ କୁ ନେଇ ଗଠିତ ଏକ ଶ୍ରେଷ୍ଠ ଡ୍ରଇଁ ପ୍ରୋଗ୍ରାମ୍।

 

ଇଙ୍କସ୍ପେସ୍

ଇଙ୍କସ୍ପେସ୍ ହେଉଛି କ୍ରିଏଟରଙ୍କ ପାଇଁ ଏକ ଶକ୍ତିଶାଳୀ ଡ୍ରଇଁ ପ୍ରୋଗ୍ରାମ୍। ଯଦି ଆପଣ ଏକ ଇମାଜିନାରୀ ଭେକ୍ଟର କ୍ରିଏଟ୍ କରିବାକୁ ଚାହାଁନ୍ତି ତେବେ ଇଙ୍କସ୍ପେସ୍ ହେଉଛି ଆପଣଙ୍କର ଆଦର୍ଶ ଆପ୍ଲିକେସନ୍। ଏହି ଟୁଲ୍ ଅବଜେକ୍ଟ ସୃଷ୍ଟି କରିବା, ଅବଜେକ୍ଟ ମାନିପୁଲେସନ୍, କଲର୍ ସିଲେକ୍ଟର, ନୋଡ୍ ଏଡିଟିଂ ଓ ଆହୁରି ଅଧିକ ପ୍ରଦାନ କରେ।

 

ପେଣ୍ଟ 3ଡି

ଯଦି ଆପଣ କେବଳ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଡିଜିଟାଲ୍ ଡ୍ରଇଁ କରିବାକୁ ଚାହୁଁଛନ୍ତି ଯାହାକି ୱିଣ୍ଡୋଜ୍ ଡିଭାଇସରେ  ପୂର୍ବରୁ ଇନଷ୍ଟଲ୍ ହୋଇ ରହିଥାଏ, ଏହା ଏକ ଚମତ୍କାର ବିକଳ୍ପ। ଏହା ବିଭିନ୍ନ ପ୍ରକାରର ବ୍ରସ୍ ଓ ଟୁଲ୍ ପ୍ରଦାନ କରେ ଯାହାକି ଆପଣଙ୍କ ଭିତରର ସୃଜନଶୀଳତାକୁ ପ୍ରସ୍ଫୁଟିତ କରିବାରେ ସାହାଯ୍ୟ କରିଥାଏ!

 

ଫାୟାର ଆଲପାକା

ଏହି ଟୁଲ୍ ଲାଇଟ୍ ଟୁଲ୍ ଏବଂ ବେସିକ୍ ଫିଚରର ଏକ ସଠିକ୍ ସମନ୍ୱୟ। ଏହା 10ଟି ଭାଷାରେ ଉପଲବ୍ଧ ରହିଛି ଏବଂ ୱିଣ୍ଡୋଜ୍ ସହିତ ସୁସଂଗତ। ଏହା ହେଉଛି ଏକ ସରଳ ଟୁଲ୍ ଯାହାକି ଆପଣଙ୍କୁ ସହଜରେ ଇଲଷ୍ଟ୍ରେସନ୍ ବା ସଚିତ୍ର ବର୍ଣ୍ଣନା ଆଙ୍କିବାକୁ ଦେଇଥାଏ। ଆପଣଙ୍କର କଳା ସମ୍ପର୍କିତ ପ୍ରାରମ୍ଭିକ ସ୍ତରର ଜ୍ଞାନକୁ ବଢ଼ାଇଥାଏ।

 

ଅଭିନବ ଏବଂ କାର୍ଯ୍ୟକ୍ଷମ ବା ବ୍ୟବହାର ଉପଯୋଗୀ କଳାକୃତି ସୃଷ୍ଟି କରିବା ସହିତ ଏହା ମଧ୍ୟ ସାମଗ୍ରୀକ ଭାବରେ ଛାତ୍ରଙ୍କୁ ଦକ୍ଷ କରିଥାଏ। ଆପଣ ନିଜର ସ୍କୁଲ୍ ପାଠପଢ଼ା, ଆସାଇନମେଣ୍ଟ, ଆନୁସଙ୍ଗିକ କାର୍ଯ୍ୟକଳାପକୁ ସନ୍ତୁଳିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଯଦି ଆପଣଙ୍କ ପାଖରେ ସଠିକ୍ ଟୁଲ୍ ଥାଏ ତେବେ ଏହି କାର୍ଯ୍ୟ ସରଳ ଏବଂ ଉପାଦେୟ ହୋଇଥାଏ!