ସ୍କ୍ରାବଲ୍ ଭଲ ପାଆନ୍ତି କି? ଏହି ବ୍ୟାବହାରିକ ସୂଚନା ସହିତ ଆପଣଙ୍କ ଗେମ୍ର ଆନନ୍ଦ ନିଅନ୍ତୁ!

 

ସ୍କ୍ରାବଲ୍ ଖେଳିବା ଗୋଟିଏ କଥା କିନ୍ତୁ ଏହି ଖେଳରେ ଜିତିବା ସହଜ କଥା ହୋଇନଥାଏ। ସ୍କ୍ରାବଲ୍ ଗେମ୍ କେବଳ ଆପଣଙ୍କର ଶବ୍ଦ ଜ୍ଞାନ ତୀକ୍ଷ୍ ଣ କରେ ନାହିଁ ତାହା ସହିତ ପ୍ରତିଥର ସଠିକ୍ ଶବ୍ଦ ବାଛିବାର ଦକ୍ଷତା ଏବଂ କୌଶଳକୁ ମଧ୍ୟ ଶାଣିତ କରିଥାଏ।

ଆପଣଙ୍କ ଗେମ୍ ଆରମ୍ଭ କରିବାକୁ ଚାହାଁନ୍ତି? ପଢ଼ନ୍ତୁ...

 

“ish”ସହିତ ଖେଳନ୍ତୁଏବଂ ଏକ ବମ୍ପର୍ ସ୍କୋର୍ ପାଆନ୍ତୁ!

ବମ୍ପର୍ ସ୍କୋର୍ ଚାହାଁନ୍ତି? ଠିକ୍ ଅଛି ଏହା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଗୋଟିଏ ଶବ୍ଦ ପରେ “ish” ଯୋଗ କରିବା। ଯେପରିକି child ହୋଇଯାଏ childish, warm ହୋଇଯାଏ warmish, sheep ହେବ sheepish ଏବଂ ଏହିପରି।

 

ଆରମ୍ଭରୁ ଆପଣଙ୍କର ଶ୍ରେଷ୍ଠ ପଦକ୍ଷେପ ସହ ଖେଳନ୍ତୁ-

ସାଧାରଣତଃ, ଆମେ ଶେଷକୁ ଆମର ଶ୍ରେଷ୍ଠ ଅକ୍ଷରର ସମାହାର ସଞ୍ଚୟ କରିଥାଉ, ଯେତେବେଳେ କି ଆମ ପ୍ରତିଦ୍ୱନ୍ଦ୍ୱୀ ଆମର ପଏଣ୍ଟ ସ୍ନାପ୍ କରିବେ ବୋଲି ଆମେ ଭୟଭୀତ ହୋଇପଡୁ। ଏହାର ବିପରୀତ ହେଉଛି ଆରମ୍ଭରୁ ଆପଣଙ୍କର ଶ୍ରେଷ୍ଠ ପଦକ୍ଷେପ ସହ ଖେଳନ୍ତୁ ଏବଂ କ୍ରମାଗତ ଭାବରେ ପ୍ରତିଟି ଶବ୍ଦ ସହ ଅଧିକ ସ୍କୋର୍ ଲାଭ କରନ୍ତୁ।

 

ଖେଳନ୍ତୁ ଏକ ବେଞ୍ଜାମିନ୍ (“Benjamin”) – ଏହା କେବଳ ଏକ ନାମ ନୁହେଁ!

Brick ହୋଇଯାଏ airbrick।

Jump ହୋଇଯାଏ outjump।

Away ହୋଇଯାଏ flyaway।

ମୌଳିକ ଭାବରେ ଆପଣ, ଏକ ପାଞ୍ଚ ଅକ୍ଷର ବିଶିଷ୍ଟ ଶବ୍ଦ ସୃଷ୍ଟି କରିବା ପାଇଁ ପୂର୍ବରୁ ବୋର୍ଡରେ ଥିବା ଅକ୍ଷରରେ ତିନୋଟି ଅକ୍ଷରେ ଯୋଗ କରନ୍ତି।

 

ତିନି ଅକ୍ଷର ବିଶିଷ୍ଟ ଶବ୍ଦ ବ୍ୟବହାର କରି ଖେଳନ୍ତୁବଡ଼ ବଡ଼ ଶବ୍ଦ ସହ ଅତ୍ୟଧିକ କାର୍ଯ୍ୟ କରନ୍ତୁ ନାହିଁ

ବେଳେ ବେଳେ ଆମ୍ଭେମାନେ ବଡ଼ ବଡ଼ ଶବ୍ଦ ଲଗାଇବା ପ୍ରତି ଆକର୍ଷିତ ହୋଇଥାଉ ଏବଂ ଆମେ ତିନି ଅକ୍ଷର ବିଶିଷ୍ଟ ଶବ୍ଦର ମହତ୍ୱ ଭୁଲିଯାଉ। ତିନି ଅକ୍ଷର ବିଶିଷ୍ଟ ଶବ୍ଦ ହାଇସ୍କୋରିଂ ଟାଇଲ୍ ସର୍ବୋତ୍ତମକରଣ ପାଇଁ ଉପାଦେୟ ହୋଇଥାଏ, ବିଶେଷକରି ଏକ ଡବୁଲ୍ କିମ୍ବା ଟ୍ରିପଲ ସ୍କୋୟାରରେ ଏକ ପାୱାର୍ ଟାଇଲ୍ ପାଇବା

 

ଆପଣଙ୍କର “E” ଏବଂ “S”ଠିକ୍ ଭାବରେ ଖେଳନ୍ତୁ!

ଆପଣ ଆପଣଙ୍କର “s” ଏବଂ “e” କୁ ଧ୍ୟାନପୂର୍ବକ ଲଗାଇବେ କାରଣ ପ୍ରତି ସେଟ୍ ରେ ସେଥିରୁ ମାତ୍ର ଚାରୋଟି ରହିଥାଏ। ବହୁ ଶବ୍ଦରେ  s ଏବଂ e ଏକାଠି ଆବଶ୍ୟକ ହୋଇଥାଏ- ଆପଣଙ୍କୁ ଅତ୍ୟନ୍ତ ଯତ୍ନପୂର୍ବକ ଏହା କରିବାକୁ ହେବ।

ଏବେ ଆପଣ ଏହି ଗେମ୍ ର ମୌଳିକ ବିଷୟଗୁଡ଼ିକ ଜାଣିଲେ, ଏବେ ଆସନ୍ତୁ ଏହି ସ୍କ୍ରାବଲ୍ ଗେମ୍ ସହିତ ଆପଣଙ୍କ ପିସିରେ ଖେଳିବା।

Funky Potato

Scrabble Sprint

Lexulous

ଅଧିକ ଖେଳିବା ଏବଂ ଆପଣଙ୍କ ଟାଇପିଂ ଠିକ୍ ଭାବରେ କରିବା କଥା ଭାବୁଛନ୍ତି କି? ଏଠାରେ ଆପଣଙ୍କ ଟାଇପିଂ କଥା କହିବା ପାଇଁ ଆରମ୍ଭ ବିନ୍ଦୁର ତାଲିକା ରହିଛି!