ମୋ ଝିଅ ଅକ୍ଷର ଶିଖିବା ପାଇଁ ପିସି ବ୍ୟବହାର କରେ

 

 

ସ୍ନେହା ଜୈନ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଜଣେ ମାଆ ଓ https://blogsikka.com ର ବ୍ଲଗର ମଧ୍ୟ। ସେ 12 ବର୍ଷ ଧରି ମାଇକ୍ରୋବାୟୋଲୋଜିଷ୍ଟ ଭାବରେ କାମ କରିଆସୁଛନ୍ତି ଏବଂ ଗବେଷଣା ମଧ୍ୟ କରିଛନ୍ତି। ସେ 18 ବର୍ଷ ହେଲା ପିସି ବ୍ୟବହାର କରୁଛନ୍ତି।

1) ଶିକ୍ଷା ପାଇଁ ପିସି ବ୍ୟବହାର ବିଷୟରେ ଆପଣ କଣ କହିବେ?

ମୁଁ କହିବି ଯେ ପିସି ହେଉଛି ନୂଆ ବିଷୟ ଶିଖିବା ପାଇଁ ଏକ ଚମତ୍କାର ଏବଂ ଇଣ୍ଟରଆକ୍ଟିଭ୍ ଉପାୟ। ସେଗୁଡ଼ିକ ଆପଣଙ୍କୁ କମ୍ ବୟସରେ ଦ୍ରୁତ ଗତିରେ ଅଧିକ ବିଷୟ ଶିଖିବାରେ ସାହାଯ୍ୟ କରିପାରିବ। ସଦାସର୍ବଦା ପିତାମାତାଙ୍କ ତତ୍ୱାବଧାନରେ ସୀମିତ ଘଣ୍ଟା ପାଇଁ ପିସି ବ୍ୟବହାର କରିବାକୁ ସୁପାରିଶ୍ କରାଯାଇଥାଏ।

2) ପିତାମାତା ଭାବରେ, ଆପଣଙ୍କ ଭବିଷ୍ୟତର ଶିକ୍ଷା କିପରି ହେବ ବୋଲି ମନେ ହେଉଛି?

ଗୋଟିଏ ମୁଦ୍ରାର ସଦାସର୍ବଦା ଦୁଇଟି ପାର୍ଶ୍ୱ ରହିଥାଏ। ମୁଁ ଦେଖୁଛି ଯେ ପିଲାମାନେ ଯେପରି ଶିକ୍ଷା କରିଥାନ୍ତି ତାହା ଭର୍ଚୁଆଲ୍ ଲର୍ଣ୍ଣିଂ ଏବଂ ଇଣ୍ଟରଆକ୍ଟିଭଠାରୁ ଭିନ୍ନ ହେବ ଯାହାକି କ୍ରମଶଃ ଆଜିର ପିଢ଼ିକୁ ଦ୍ରୁତ ଗତିରେ ସବୁ ଜିନିଷ ଶୀଘ୍ର ଶୀଘ୍ର ଶିଖିବାରେ ସାହାଯ୍ୟ କରିବ ଏବଂ ଏହା କେବଳ ପିସି ଏବଂ ଇଣ୍ଟରନେଟ୍ ବ୍ୟବହାର କରି କରାଯାଇପାରିବ।

3) ଆପଣ କୁନି କୁନି ପିଲାମାନଙ୍କ ଶିକ୍ଷା ପାଇଁ କିପରି ଭାବରେ ପିସି ବ୍ୟବହାର କରିପାରିବେ?

ମୋ ଝିଅ ଅକ୍ଷର ଶିଖିବା ପାଇଁ, ନୂଆ ରାଇମ୍ ମନେରଖିବା ପାଇଁ ଏବଂ ଅନ୍ୟାନ୍ୟ ବିଷୟ ଯେପରିକି ପଶୁ, ରଙ୍ଗ ଏବଂ ଆହୁରି ଅନେକ କଥା ଜାଣିବା ପାଇଁ ପିସି ବ୍ୟବହାର କରେ।

ମୋର ଅନୁଭବ ପିସିର ଯୁଗରେ ପୂର୍ବାପେକ୍ଷା ଶିକ୍ଷା ଅଧିକ ସହଜ ହୋଇଯାଇଛି। ମୁଁ ତା’କୁ ଲାଇଭ୍ ଭିଡିଓ ବ୍ୟବହାର କରି କ୍ରାଫ୍ଟ ବା ହସ୍ତକଳା ଶିଖାଇଥାଏ ଏବଂ ଭିଡିଓ ଓ ଆନିମେସନ ବ୍ୟବହାର କରି ବିଭିନ୍ନ ନିୟମ ବୁଝାଇଥାଏ। ମୁଁ ଜାଣେ ଗୋଟିଏ ସମୟରେ ସେ ଏହି ପିସିରେ ଆସକ୍ତ ହୋଇଯିବ ତେଣୁ ମୁଁ ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛି, ଯାହାଫଳରେ ସେ ଏହାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ସୁନିଶ୍ଚିତ ହେବ କିନ୍ତୁ ଅତ୍ୟଧିକ ବ୍ୟବହାର କରିବ ନାହିଁ। ମୌଳିକ ଭାବରେ, ପିସି ହେଉଛି ପ୍ରତ୍ୟେକ ଘରର ଏକ ମୁଖ୍ୟ ଆବଶ୍ୟକତା। ମୁଁ ମୋ ପରୀକୁ ଚିତ୍ର କରିବା ପାଇଁ ଓ ନୂଆ ନୂଆ ଶବ୍ଦ ଶିଖିବା ପାଇଁ ଓ ଶବ୍ଦ ଲେଖି ଶିଖିବା ପାଇଁ ପିସି ବ୍ୟବହାର କରିବାକୁ ଶିଖାଇଛି। ପିସି କେବଳ ମୋତେ ୱାର୍କସିଟ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ନାହିଁ ତାହା ସହିତ ହୋମୱାର୍କ ଭାବରେ ପଠନ ସାମଗ୍ରୀ ଡାଉନଲୋଡ୍ କରିବାକୁ ଦିଏ। ପିସିରୁ ମୁଁ ବହୁତ ରେଖାଚିତ୍ର ପାଏ ଯେଉଁଥିରେ ରଙ୍ଗ ଭରିବା ପାଇଁ ମୋ ଝିଅକୁ ଦେଇଥାଏ। ସେ ଏହା ମାଧ୍ୟମରେ ଚିତ୍ର ଆଙ୍କିବା, ରଙ୍ଗ ଦେବା, ଡିଜାଇନ କରିବା ଶିଖିଥାଏ। ପିସି ସାହାଯ୍ୟରେ ସେ କେବଳ ଶିକ୍ଷା ସମ୍ପର୍କିତ ସିଡି ଚଳାଇ ଦେଖେନାହିଁ ତାହା ସହିତ ରୂପକଳ୍ପ ବିଷୟରେ ମଧ୍ୟ ବୁଝିଥାଏ।