ଏହା ହେଉଛି ପୁଣି ଥରେ ବର୍ଷର ସେହି ସମୟ। ଆପଣଙ୍କ ସନ୍ତାନ ସ୍କୁଲରେ ଗୋଟିଏ ନୂଆ ବର୍ଷ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହା ନୂଆ ଆଶା, ଆହ୍ୱାନ ଏବଂ ଉତ୍ତେଜନା ଆଣିଦେଇଥାଏ। ଖରାଦିନ ସରି ଆସିଲାଣି, ନୂଆ ସ୍କୁଲ ବର୍ଷ ପାଇଁ ଅନେକ ଆଶା। ନୂଆ ନୂଆ ବନ୍ଧୁ, ନୂଆ ବିଷୟ ଏବଂ ନୂଆ ବିଦ୍ୟାଳୟର ପାଠ୍ୟକ୍ରମରୁ ବହୁତ କିଛି ନୂଆ କଥା ଆଶା କରାଯାଇଥାଏ!
ନୂଆ ବ୍ୟାକ୍ପ୍ୟାକ୍ ବାଛିବାଠାରୁ ଭଲ ପେନ୍ସିଲ୍ ବକ୍ସ ଖୋଜିବା, ଇତ୍ୟାଦି ଅଧିକାଂଶ ପିଲାଙ୍କ ପାଇଁ ଆଗାମୀ ବର୍ଷ ପାଇଁ ଆଗ୍ରହର ବିଷୟ ହୋଇଥାଏ। ଏଠାରେ ଦିଆଯାଇଛି ଆମର ପାରମ୍ପରିକ ତାଲିକା। ଏହି #ବ୍ୟାକ୍ ଟୁ ସ୍କୁଲ୍ ଏସେନ୍ସିଆଲ୍ ସହିତ ଆପଣଙ୍କ ସନ୍ତାନ ଆଗାମୀ ଶିକ୍ଷା ବର୍ଷର ସମ୍ମୁଖୀନ ହେବାକୁ ପ୍ରସ୍ତୁତ।
କମ୍ପ୍ୟୁଟର କିପରି ଭାବରେ ପିଲାମାନଙ୍କର ବୋଧଶକ୍ତି ବିକାଶରେ ସହାୟକ ହୋଇପାରିବ ସେ ବିଷୟରେ ବହୁତ ଗବେଷଣା କରାଯାଇଛି। ପିସି କେବଳ #ବ୍ୟାକ୍ ଟୁ ସ୍କୁଲ୍ ଏସେନସିଆଲ୍ ତାଲିକାର ଅଂଶ ହୋଇନାହିଁ ବରଂ ଏକ ବିଂଶ ଶତାଦ୍ଦୀର ଏକ ମହତ୍ୱପୂର୍ଣ୍ଣ ଶିକ୍ଷାର ସାଧନ ପାଲଟିଛି। ଏହି ପିସି ସାରା ପୃଥିବୀର ସୂଚନା ପିଲାମାନଙ୍କୁ ହାତ ପାଆନ୍ତାରେ ଯୋଗାଇ ଦେଉଛୁ।
ଓୟାରଲେସ୍ ଟେକ୍ନୋଲୋଜିକୁ ଧନ୍ୟବାଦ, ବର୍ତ୍ତମାନ ଜ୍ଞାନ, ମୋବାଇଲ୍ ବା ଚଳତ୍କ୍ଷମ ହୋଇଯାଇଛି। ୟୁଏସବି ଡ୍ରାଇଭରେ ସହଜରେ ଘରୁ ସ୍କୁଲକୁ ଏବଂ ଯେକୌଣସି ସ୍ଥାନକୁ ଆପଣ ପଠନ ସାମଗ୍ରୀ ନେଇପାରିବେ। ଏହା ଦ୍ୱାରା ମଧ୍ୟ କରାଯାଉଥିବା କାର୍ଯ୍ୟର ବ୍ୟାକ୍ଅପ୍ ରଖାଯାଇଥାଏ।
ପିଲାମାନଙ୍କୁ ଯେ କୌଣସି ସମୟରେ ଠିକ୍ ଭାବରେ ନିଜ ସମୟର ଯୋଜନା ଶିଖାଇବା ଆବଶ୍ୟକ। ଗୋଟିଏ ସୁନ୍ଦର ପ୍ଲାନର କିମ୍ବା ଡାଏରୀ ସେମାନଙ୍କୁ ହାତକୁ ବଢ଼ାଇ ଦେଲେ କାଗଜ କଲମରେ ସେମାନେ ନିଜର କେଉଁ କାମ ପ୍ରଥମେ କରିବେ ଟିପି ରଖିବେ ଓ କ୍ରମଶଃ ପ୍ରତିଦିନ ଯୋଜନାର ଅଭ୍ୟାସ କରିବେ।
ଆଜିକାଲି ପ୍ରତ୍ୟେକ ପରିବାର ଏକ ଭଲ ଭର୍ସାଟାଇଲ୍ ପ୍ରିଣ୍ଟର ଆବଶ୍ୟକ କରନ୍ତି। ଯେଉଁଥିରେ ଜଣେ ବହିର ରିପୋର୍ଟ ସ୍କାନ୍ କରିପାରିବେ, ଶେଷ ମୁହୂର୍ତ୍ତରେ ହୋମ୍ୱାର୍କ ପାଇଁ ପୃଷ୍ଠା ପୃଷ୍ଠା ପାଠ ପ୍ରିଣ୍ଟ୍ କରିପାରିବେ ଏବଂ ଅନ୍ୟାନ୍ୟ ଆସାଇନମେଣ୍ଟ କରିପାରିବେ।
ଆପଣଙ୍କ ସନ୍ତାନଙ୍କୁ ଶିକ୍ଷାଲାଭର ସାଧନ ଯୋଗାଇ ଦେଲେ ସେ ଯଥାସାଧ୍ୟ ଉଦ୍ୟମ କରିବେ। ଏଡୁରାଇଟ୍ ଏକ ଶିକ୍ଷାଲାଭ ପୋର୍ଟାଲ ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଦେଶ ବ୍ୟାପି ବିଭିନ୍ନ ବୋର୍ଡରେ ସ୍ୱ-ନିୟନ୍ତ୍ରିତ ଶିକ୍ଷାଲାଭ ସାଧନ ପ୍ରଦାନ କରୁଛି। ବ୍ୟାକ୍ ଟୁ ସ୍କୁଲ୍ ଏସେନସିଆଲ୍ର ଏକ ମହତ୍ୱପୂର୍ଣ୍ଣ ଅଂଶ ଏହା ସୁନିଶ୍ଚିତ କରେ ଯେ ପିଲାମାନେ ସ୍କୁଲରେ ଭଲ କରିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ଲାଭ କରନ୍ତି।
#DellAarambh (ହେଲ୍ ଆରମ୍ଭ) ବ୍ୟବହାର କରି ଆମକୁ ଟ୍ୱିଟ୍ କରନ୍ତୁ ଏବଂ କେଉଁ କାରଣରୁ ଏହା ଆପଣଙ୍କର #ବ୍ୟାକ୍ ଟୁ ସ୍କୁଲ ଏସେନସିଆଲ୍ର ତାଲିକାରେ ସ୍ଥାନ ପାଇଛି ଆମକୁ ଜଣାନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ