ବିଶ୍ୱ ଅନଲାଇନ୍ ଶିକ୍ଷଣ ସହିତ ଘାଣ୍ଟି ହେଉ ଥିବାରୁ ବିଦ୍ୟାର୍ଥୀମାନେ ସେମାନଙ୍କ ଅବସର ସମୟ ଏବଂ ପାଠପଢ଼ା ସମୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି l କ୍ଲାସରୁମ୍ ଏବଂ ଘର ପରିବେଶର ପରସ୍ପର ଗୋଳିଆ ମିଶା ଅବସ୍ଥା ବିଦ୍ୟାର୍ଥୀମାନଙ୍କ ପାଇଁ ଆହ୍ୱାନମୂଳକ ହୋଇଛି, କାରଣ ଘର ଯେବେ କ୍ଲାସରୁମ୍ ହୋଇଯାଏ ସେତେବେଳେ ବିଳମ୍ବତା ଥୟ ହେବାକୁ ଅଧିକ ସମୟ ନିଏ ନାହିଁ l ତୁମେମାନେ ଶ୍ରେଣୀରେ ସର୍ବୋତ୍ତମ କରୁଛ ଏହା ନିଶ୍ଚିତ କରିବା ପାଇଁ ଏଠାରେ କେତେଗୁଡ଼ିଏ କୌଶଳ ଦିଆଯାଇଛି ଯାହାକୁ ତୁମେମାନେ ପ୍ରୟୋଗ କରିପାରିବ l
ଅନ୍ୟମନସ୍କତା ହ୍ରାସ କର:
ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବା ସମୟରେ ଅନ୍ୟମନସ୍କତା ହ୍ରାସ କରିବା ଏବଂ ନିଜର ଖେଳଗୁଡ଼ିକୁ ଦୂରେଇ ରଖିବା ନିଶ୍ଚିତ କର l ଶିକ୍ଷକଙ୍କ ପ୍ରତି ଧ୍ୟାନ ଦିଅ ଏବଂ ତୁମର ଭିଡିଓ ଅନ୍ ରଖ l ସହପାଠୀମାନଙ୍କୁ 
 ଏହି ଭଳି କରିବା ପାଇଁ ପ୍ରେରଣା ଦେଲେ ତୁମକୁ ଏକ ଆରାମଦାୟକ ଶିକ୍ଷଣ ପରିବେଶରେ ପରସ୍ପର ସହିତ କଥାବାର୍ତ୍ତା କରିବାରେ ସାହାଯ୍ୟ କରିପାରିବ l
ପ୍ରଶ୍ନଗୁଡ଼ିକୁ ଲେଖି ରଖ:
ତୁମର କୌଣସି ପ୍ରକାରର ସନ୍ଦେହଗୁଡ଼ିକୁ ଦୂର କରିବା ପାଇଁ ପ୍ରଶ୍ନଗୁଡ଼ିକୁ ଲେଖି ରଖ ଏବଂ କ୍ଲାସ୍ ସରିବା ପରେ ତୁମର ଶିକ୍ଷଙ୍କ ନିକଟକୁ ଇମେଲ୍ କରି ପଠାଇଦିଅ l ଶ୍ରେଣୀରେ ଶୁଣିବା ସମୟରେ ନୋଟ୍ କରିବା ଦ୍ୱାରା ତୁମକୁ ଏହା ସମ୍ପୂର୍ଣ୍ଣ ଶିକ୍ଷାଦାନ ପ୍ରତି ଦୃଷ୍ଟି ଦେବାରେ ସାହାଯ୍ୟ କରିବ l
ନିୟୋଜିତ ରୁହ:
ଶ୍ରେଣୀରେ ନିଜ ପ୍ରଶ୍ନଗୁଡ଼ିକ ପଚାରିବାରେ ଲଜ୍ଜା କର ନାହିଁ l ସଂଶ୍ଲିଷ୍ଟ ରହିବା ଏବଂ କଥୋପକଥନ କରିହେଉଥିବା ଶିକ୍ଷାଦାନ ତୁମକୁ ଆଗ୍ରହୀ କରିବ ଏବଂ ଶ୍ରେଣୀକୁ ଅଧିକ ମଜାଦାର କରିବ ଏବଂ ଫଳପ୍ରଦ କରିବ l ଶଯ୍ୟା ତ୍ୟାଗ କର କାରଣ ମସ୍ତିଷ୍କ ଅଭ୍ୟାସବଶତଃ ଆରାମ କରିବାକୁ ଭଲ ପାଏ l ଅନଲାଇନ କ୍ଲାସ ସମୟରେ ଶଯ୍ୟା ଠାରୁ ଦୂରରେ ଏକ ଷ୍ଟଡି ଟେବୁଲ ରଖି ତାହା ନିକଟରେ ସିଧା ବସ, ସମ୍ପୂର୍ଣ୍ଣ ଶିକ୍ଷାଦାନ ସମୟରେ ତୁମେ ଫଳପ୍ରଦ ଏବଂ ସକ୍ରିୟ ବୋଲି ଏହା ନିଶ୍ଚିତ କରେ l
ମୋବାଇଲ୍ ଫୋନ୍ ତ୍ୟାଗ କର:
ଶ୍ରେଣୀରେ ନିଜ ପ୍ରଶ୍ନଗୁଡ଼ିକ ପଚାରିବାରେ ଲଜ୍ଜା କର ନାହିଁ l ସଂଶ୍ଲିଷ୍ଟ ରହିବା ଏବଂ କଥୋପକଥନ କରିହେଉଥିବା ଶିକ୍ଷାଦାନ ତୁମକୁ ଆଗ୍ରହୀ କରିବ ଏବଂ ଶ୍ରେଣୀକୁ ଅଧିକ ମଜାଦାର କରିବ ଏବଂ ଫଳପ୍ରଦ କରିବ l ଶଯ୍ୟା ମୋବାଇଲ୍ ଫୋନଗୁଡ଼ିକୁ ଅବସର ସମୟର ଡିଭାଇସ୍ ଭାବରେ ବ୍ୟବହାର କରାଯାଏ ଏବଂ ଅନଲାଇନ କ୍ଲାସ ସମୟରେ ତୁମେ ଯଦି ତୁମର ଫୋନରେ ଲାଗ ତେବେ ବହୁତ ସହଜରେ ବିଳମ୍ବତାର ଶିକାର ହେବ l PC କିମ୍ବା ଏକ ଲାପଟପରେ କ୍ଲାସରେ ଯୋଗ ଦିଅ ଯାହା ଫଳରେ ତୁମେ କାଗଜ କଲମ ନ ଖୋଜି ସେଇଥିରେ ହିଁ ନୋଟ୍ କରିପାରିବ l Dell ସହିତ ଘରୁ ଶିକ୍ଷଣର ସହଜତାକୁ ଉପଭୋଗ କର l
ଏକ ପ୍ରଭାବଶାଳୀ ଶ୍ରେଣୀର ପରିବେଶ ପାଇଁ ଏହି କୌଶଳଗୁଡ଼ିକୁ ପ୍ରୟୋଗ କରନ୍ତୁ l ଶ୍ରେଣୀ ଏବଂ ଘର ମଧ୍ୟରେ ଏକ ସ୍ପଷ୍ଟ ଭିନ୍ନତା ମଧ୍ୟ ତୁମକୁ ପ୍ରଭାବଶାଳୀ ଭାବରେ ଆରମ୍ଭ କରିବାରେ ସାହାଯ୍ୟ କରିପାରିବ l ଅଧିକ ଜାଣିବା ପାଇଁ ଆମର ୱେବିନାରରେ ଯୋଗ ଦିଅନ୍ତୁ: 
 https://www.dellaarambh.com/webinars/
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.