ବିଶ୍ୱ କ୍ରମଶଃ ବିଶ୍ୱବ୍ୟାପୀ ହେବାରେ ଲାଗିଛି। ଟେକ୍ନୋଲୋଜିର ଆଗମନ ଏବଂ ବ୍ୟାପକ ଉପଯୋଗ ସହିତ, ଆମେ ରାଷ୍ଟ୍ରଗୁଡିକ ମଧ୍ୟରେ ସୀମା ଅତିକ୍ରମଣ କରୁଛୁ, ସଂସ୍କୃତିର ଏକ ବଡ଼ ମିଶ୍ରଣ ପାତ୍ରରେ ପରିଣତ ହେଉଛୁ ।
 
ଏହି ନୂତନ ବିଶ୍ୱରେ, ଲୋକଙ୍କ ବିଶ୍ୱ ଦୃଷ୍ଟିକୋଣକୁ ବିସ୍ତାର କରିବାରେ PC ଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆପଣଙ୍କ ପିଲାମାନେ ଏହି ନୂତନ ଯୁଗର ବିଶ୍ୱରେ ପ୍ରବେଶ କରିବା ସହିତ, ସେମାନଙ୍କର ବିଶ୍ୱ ଦୃଷ୍ଟିକୋଣକୁ ବଢ଼ାଇବା ଏବଂ ଭବିଷ୍ୟତ-ପ୍ରସ୍ତୁତ ନାଗରିକ ହେବା ପାଇଁ PC ସକ୍ଷମ ଶିକ୍ଷଣର ହିତଗୁଡ଼ିକ ଅନୁଭବ କରିବା ଆବଶ୍ୟକ କରନ୍ତି ।
 
PC ଆପଣଙ୍କ ପିଲାଙ୍କୁ ନିଜ ଘରର ଆରାମ ମଧ୍ୟରୁ ଅନ୍ୟ ରାଜ୍ୟ କିମ୍ବା ଦେଶର ବାସ୍ତବ ପ୍ରାୟ ସାହସିକତା ପାଇଁ ଏକ ମଞ୍ଚ ଦେଇଥାଏ । ଏହା ସେମାନଙ୍କୁ ନୂତନ ସଂସ୍କୃତି ଅନ୍ୱେଷଣ କରିବା ଏବଂ ଅନ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପାର୍କ, ପର୍ଯ୍ୟଟନ ସ୍ଥଳ ଏବଂ ସ୍ମାରକ ସ୍ଥଳ ସମେତ ବିଭିନ୍ନ ଜିନିଷ ଅନୁମତି ଦେଇଥାଏ ।
 
PC ଗୁଡିକ ପିଲାମାନଙ୍କୁ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ବ୍ୟଞ୍ଜନ, ଭାଷା, ଏବଂ ପର୍ବପର୍ବାଣୀ ବିଷୟରେ ଏକ ଅସାଧାରଣ ପରିମାଣର ସୂଚନା ଦେଇଥାଏ, ଯାହା ସେମାନଙ୍କ ଜିଜ୍ଞାଷାକୁ ବଢ଼ାଇଥାଏ । ଏହା ଆପଣଙ୍କ ସନ୍ତାନକୁ ସେମାନେ ଜାଣିଥିବା ଦୁନିଆ ବାହାରକୁ ଦେଖିବାର ଅନୁମତି ଦିଏ ଏବଂ ସେମାନଙ୍କୁ ଏକ ବୃହତ୍ ଦୃଶ୍ୟପଟ ସହିତ ଦୁନିଆ ଦେଖିବାକୁ ସକ୍ଷମ କରେ ।
 
ଘର ନିକଟରେ, ପିଲାମାନେ ସେହି ଦେଶରେ ଥିବା ଯେଉଁ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ନାହାଁନ୍ତି ସେ ସବୁ ସ୍ଥାନ ବିଷୟରେ ଜାଣିବାକୁ ପାଆନ୍ତି, ଯାହା ନିଜ ନିଜ ଦେଶ ପ୍ରତି ସେମାନଙ୍କର ଦୃଷ୍ଟିକୋଣକୁ ବିସ୍ତାର କରେ । ଗ୍ରାମାଞ୍ଚଳର ଛୋଟ ପିଲାମାନେ ସହର ବିଷୟରେ ଜାଣିପାରିବେ ଯେତେବେଳେ କି ସହରର ପିଲାମାନେ ସେମାନଙ୍କ ପାଇଁ ଅଜଣା ଥିବା ଚାଷ ଜମି ଏବଂ ଜଙ୍ଗଲ ବିଷୟରେ ଜାଣିପାରିବେ ।
 
ଏହିପରି ଭାବ ବିନିମୟୀ ଶିକ୍ଷା ଏବଂ ଅନୁସନ୍ଧାନ ଆପଣଙ୍କ ସନ୍ତାନକୁ ଜିଜ୍ଞାଷୁ, ଆଗ୍ରହୀ ଏବଂ ସର୍ବଦା ଜ୍ଞାନ କ୍ଷୁଧିତ ଏକ ବିଶ୍ୱସ୍ତରୀୟ ନାଗରିକ ଭାବରେ ବିକାଶିତ କରିବାରେ ସାହାଯ୍ୟ କରି ଥାଏ । ଆପଣଙ୍କୁ କେବଳ PC ଶିକ୍ଷା ମାଧ୍ୟମରେ ସେମାନଙ୍କ ମଧ୍ୟରେ ଏକ ସ୍ପୁଲିଙ୍ଗ ଜାଳିବାକୁ ଏବଂ ସେମାନଙ୍କର ଜିଜ୍ଞାଷା ଏବଂ ଆଗ୍ରହର ଅଗ୍ନି ଦୀପ୍ତ ହେବା ଦେଖିବାକୁ ହେବ ।
 
ଆପଣ ଏହା ଜାଣିବା ପୂର୍ବରୁ, ଆପଣଙ୍କ ପିଲା ଆପଣ ଜାଣି ନଥିବା ଦେଶ ଏବଂ ସଂସ୍କୃତି ଗୁଡ଼ିକ ବିଷୟରେ, ଏହି ପ୍ରକ୍ରିୟାରେ ଆପଣଙ୍କର ବୈଶ୍ୱିକ ତଥା ସାଂସ୍କୃତିକ ଜ୍ଞାନକୁ ବ୍ୟାପକ ଏବଂ ବର୍ଦ୍ଧିତ କରିବେ ।
 
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
#DigiParents - ପିଲାମାନଙ୍କର ଇଣ୍ଟରନେଟ୍ ସମୟର କାର୍ଯ୍ୟକାରୀ ପରିଚାଳନା ପାଇଁ 3 ଟିପ୍ସ|
ଇ-ଲର୍ଣ୍ଣିଂ ର 5 ଟି କାରଣ ଆପଣଙ୍କ ପିଲାଙ୍କୁ ଉପକୃତ କରିବ
ଆପଣ କିପରି ଆପଣଙ୍କ ସନ୍ତାନକୁ ଇ-ଲର୍ଣ୍ଣିଂ କୁ ନେବାରେ ସାହାଯ୍ୟ କରିପାରିବେ
ଶିକ୍ଷଣ ବା ଲର୍ନିଂର ଉପାୟ, ରୋଟ୍ ନୁହେଁ, ରାଇଟ୍
PC-ସକ୍ଷମକୃତ ଶିକ୍ଷଣ ଶିକ୍ଷା କ୍ଷେତ୍ରରେ ଭାରତର ଭାଗ୍ୟକୁ ପରିବର୍ତ୍ତନ କରୁଛି