ପ୍ରଥମ ଥର ପାଇଁ ଶିକ୍ଷକତା କରୁଥିବାରୁ ଆପଣଙ୍କୁ ଅଭିନନ୍ଦନ! ଆପଣ ଜଣେ ଶିକ୍ଷା ସହାୟକ ହୋଇପାରନ୍ତି, କାହା ବଦଳରେ ପଢ଼ାଉଥାଇପାରନ୍ତି କିମ୍ବା ବରିଷ୍ଠ ଶିକ୍ଷକଙ୍କର ସ୍ଥାନ ନେଇଥାଇ ପାରନ୍ତି- ସବୁ ପରିସ୍ଥିତିରେ ଏହା ହେଉଛି ଆପଣଙ୍କର ଶିକ୍ଷକତା କ୍ୟାରିଅର୍ ପାଇଁ ଏକ ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତ। ଷ୍ଟେସନାରୀ, ପାଠ୍ୟପୁସ୍ତକ ଏବଂ ପଠନ ସାମଗ୍ରୀ ସହିତ, ପିସି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କାହିଁକି ଏଠାରେ ଦିଆଯାଇଛି:
ଶ୍ରେଣୀରେ ପଢ଼ାଇବା ପୂର୍ବରୁ ଆଗୁଆ ଯୋଜନା କରିବା ଓ ପ୍ରସ୍ତୁତ ହୋଇଆସିବା ଆପଣଙ୍କୁ ଉତ୍ତମ ଶିକ୍ଷକ କରିଗଢ଼ିତୋଳିଥାଏ। ଯେତେବେଳେ ଆପଣଙ୍କ ପାଖରେ ଏକ ନିଶ୍ଚିତ ଯୋଜନା ରହିଥାଏ ଆପଣ ସହଜରେ ଅଗ୍ରଗତି ଟ୍ରାକ୍ କରିପାରନ୍ତି ଏବଂ ଯଥାର୍ଥ ସମ୍ବଳ ପ୍ରସ୍ତୁତ କରି ରଖନ୍ତି। ଲେସନ୍ ପ୍ଲାନିଂ ପାଇଁ ଆଇଡିଆ ଓ ଟେମ୍ପ୍ଲେଟର ଏକ ଭଲ ଉତ୍ସ ହେଉଛି Education World [1] ଏବଂ Teacher [2] ପରି ୱେବସାଇଟ୍ ।
ଶ୍ରେଣୀଗୃହ ଯେଉଁଠାରେ କେବଳ ଶିକ୍ଷକ କହିଥାନ୍ତି ତାହା ପୁରୁଣାକାଳୀଆ ହେଲାଣି। ପିଲାମାନଙ୍କୁ ଯେତେ ଅଧିକ ଜଡିତ କରିବେ ଆପଣ ଯାହା କହୁଛନ୍ତି ସେମାନେ ସେତେ ଅଧିକ ଭଲ ଭାବରେ ବୁଝିବେ ଯାହାକି ଦୁଇ ପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ସମ୍ଭବ ହୋଇଥାଏ। ପ୍ରତି ଥର ଶ୍ରେଣୀରେ ଆପଣଙ୍କର ଅଧ୍ୟାୟ ବିଷୟରେ କଥାବାର୍ତ୍ତା, Icebreakers [3] ବା ମାନସ ମନ୍ଥନରୁ ଆରମ୍ଭ କରନ୍ତୁ।
ପ୍ରୋଜେକ୍ଟ, ଗ୍ରୁପ୍ ଆସାଇନମେଣ୍ଟ, ସାଇନ୍ସ ଏକ୍ସପେରିମେଣ୍ଟ ଏବଂ ଫିଲ୍ ଟ୍ରିପ୍ ମଧ୍ୟରେ କଣ ସାଦୃଶ୍ୟତା ରହିଛି?
ଏ ସମସ୍ତ ପ୍ରାକ୍ଟିକାଲ୍ ହୋମୱାର୍କ ଆଇଡିଆ । ଶ୍ରେଷ୍ଠ ଅଂଶ ହେଉଛି ସବୁ ବୟସର ଛାତ୍ରଛାତ୍ରୀମାନେ ଏ ବିଷୟରେ ଆଗ୍ରହ ଦେଖାଇଥାନ୍ତି ଏବଂ ବିଷୟକୁ ମଧ୍ୟ ଭଲ ଭାବରେ ବୁଝିଥାନ୍ତି।
ପରୀକ୍ଷା ସବୁବେଳେ କାଗଜ କଲମର କଥା ହୋଇଥାଏ। ଏହାର ଲାଭ ମଧ୍ୟ ରହିଥାଏ ଏବଂ ଏହା ଏକ ନୀତି ଭାବରେ ଜାରି ରହିବ। ଅବଶ୍ୟ, ଏକ ପିସି ମଧ୍ୟ Google Classroom. [4] ପରି ଟୁଲ୍ ମାଧ୍ୟମରେ ପରୀକ୍ଷାରେ ସାହାଯ୍ୟ କରିପାରିବ। ଏହାର ବିଶେଷତ୍ୱ ହେଉଛି ଆପଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଅଧିକ ଶିକ୍ଷା ସମ୍ବଳ ସହିତ ମତାମତ ଦେଇପାରିବେ ଏବଂ ପରୀକ୍ଷାର ବାରମ୍ବାରତା ବଢ଼ାଇପାରିବେ।
ଉଭୟେ ପୁରୁଣା ଓ ନୂଆ ଶିକ୍ଷକମାନଙ୍କୁ ପରସ୍ପର ସହିତ ଯୋଡ଼ି ହୋଇ ନିଜର ଚିନ୍ତାଧାରା, ପରାମର୍ଶ ଏବଂ ସହାୟତା ଆଦାନ ପ୍ରଦାନରେ ସକ୍ଷମ ହେବା ପାଇଁ Teachers of India [5] , Edutopia Community [6] ଏବଂ Microsoft Educator Community [7] ପରି ୱେବସାଇଟ୍ରେ ବାସ୍ ଗୋଟିଏ କ୍ଲିକ୍ କରନ୍ତୁ ଏପରିକି ଦିନରେ କିଛି ମିନିଟ୍ ବିତାଇ ଆପଣ ଶିକ୍ଷାଦାନ ଜଗତର ସମସ୍ତ ଘଟଣା ବିଷୟରେ ଅବଗତ ହୋଇପାରିବେ।
ଜଣେ ଭଲ ଓ ମହାନ୍ ଶିକ୍ଷକଙ୍କ ବୈଶିଷ୍ଟ୍ୟ ହେଉଛି ସେ ଶିକ୍ଷାଦାନ ସହିତ ପିଲାମାନଙ୍କ ସହିତ ଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରିଥାନ୍ତି। ଆପଣ ମଧ୍ୟ ବର୍ତ୍ତମାନ ବ୍ୟବହାର କରୁଥିବା ପିସି ସାହାଯ୍ୟରେ ଏହା କରିପାରିବେ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ