ଜୀବ ବିଜ୍ଞାନ ହେଉଛି ବିଜ୍ଞାନ ପାଠ୍ୟକ୍ରମର ଏକ ମହତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ଆନୁବଂଶିକତା, ପରିସଂସ୍ଥାନ ଓ ସ୍ୱାସ୍ଥ୍ୟ ପରି ବିଭିନ୍ନ ବିଷୟବର୍ଗକୁ ଅନ୍ତର୍ଭୁକ୍ତ କରେ। ଏହି ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୀମ ଆଗ୍ରହ ସୃଷ୍ଟି କରିବାର ସମ୍ଭାବନା ରହିଛି ଏବଂ ଏହା ଔଷଧ, ବେଜ୍ଞାନିକ ଗବେଷଣା, ପୋଷଣ ଏବଂ ଫିଟ୍ ନେସ୍ ପରି ବହୁ କ୍ଷେତ୍ରକୁ କ୍ୟାରିୟର ଭାବରେ ଗ୍ରହଣ କରିବା ପାଇଁ ମୁଳଦୂଆ ସୃଷ୍ଟି କରିଥାଏ। ଯେଉଁ ବିଷୟରେ ଏତେକଥା ରହିଛି ଛାତ୍ରଛାତ୍ରୀମାନେ ଚିରାଚରିତ ଶୈଳୀରେ ଶିକ୍ଷାଦାନ ଓ ରୁଚିହୀନ ବିଷୟବସ୍ତୁ କାରଣରୁ ବହୁ ସମୟରେ ଆଗ୍ରହ ହରାଇଥାନ୍ତି।
ଜଣେ ଶିକ୍ଷକ ଭାବରେ ଆପଣ ଛାତ୍ରଛାତ୍ରୀଙ୍କର ଶ୍ରେଣୀରେ ଆଗ୍ରହ ବୃଦ୍ଧି କରିବା ପାଇଁ ବହୁତ କିଛି କରିପାରିବେ। ଏହି ଶିକ୍ଷଣ ସାଧନ ଓ ଡିଜିଟାଲ୍ ରିସୋର୍ସ ପଢ଼ାଇବା ସମୟରେ ଉପଯୋଗ କରି ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଭ ଫଳାଫଳରେ ତଥା ସେମାନଙ୍କ ଭିତରେ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସଫଳତା ମିଳିପାରିବ।[1]
ଇଣ୍ଟରଆକ୍ଟିଭ ବାୟୋଲୋଜି ଅନ୍ୟ ଟିଚିଂ ରିସୋର୍ସ ପରି ନୁହେଁ । ଏଥିରେ ୱେବସାଇଟରେ ରହିଛି ଛାତ୍ରଛାତ୍ରୀଙ୍କ ମନଲାଖି ଭିଡ଼ିଓ ଯାହାକି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରେ ଯାହା ଶିକ୍ଷା ଦିଆଯାଇଥାଏ ତାହାକୁ ଆଖିରେ ଦେଖିବା ପାଇଁ ସୁଯୋଗ ପାଇଥାନ୍ତି। ପ୍ରତି ଭିଡ଼ିଓରେ ଯଥାର୍ଥ ପଠନ ସାମଗ୍ରୀ ସହିତ ଏକ ଲିଙ୍କ ସଂଲଗ୍ନ କରାଯାଇଛି ଏବଂ ସବୁଠାରୁ ଭଲ କଥା ହେଲା-ପ୍ରତିଟି ଭିଡ଼ିଓ ହେଉଛି ଜୀବ ବିଜ୍ଞାନ କ୍ଷେତ୍ରର ଜଣେ ପ୍ରକାଶିତ ଗବେଷକ ଲେସଲି ସାମୁଏଲଙ୍କ ଦ୍ୱାରା ବାସ୍ତବ ଶିକ୍ଷାଦାନର ରେକର୍ଡିଂ।
ଗେମ୍ ଗୁଡ଼ିକ କୌତୁକ ମାଧ୍ୟମରେ ଜ୍ଞାନ ପରୀକ୍ଷା କରିବା ପାଇଁ ଚମତ୍କାର ହୋଇଥାଏ। ସେଥିରୁ ସୃଷ୍ଟି ହେଉଥିବା ପ୍ରତିଯୋଗିତାର ଉପାଦାନ ଶ୍ରେଣୀଗୃହରେ ଉତ୍ସାହ ସୃଷ୍ଟି କରିବା ପାଇଁ ସାହାଯ୍ୟ କରିଥାଏ। ସେରେନଡିପ୍ ଷ୍ଟୁଡ଼ିଓରେ ଦିଆଯାଇଥିବା ପ୍ରତିଟି ଅଧ୍ୟାୟ ସହିତ ରହିଛି ଏକ ଗେମ୍ ଯେଉଁଠାରେ ଛାତ୍ରଛାତ୍ରୀମାନେ ଚିରାଚରିତ ପରୀକ୍ଷା ଦେବାର ଅନୁଭବ ବ୍ୟତୀତ ତାଙ୍କର ଜ୍ଞାନ ପରୀକ୍ଷା କରିପାରିବେ। ସବୁଠାରୁ ବଡ଼ କଥା ହେଲା ୱେବସାଇଟରେ ନିର୍ଦ୍ଦେଶମୂଳକ ପରାମର୍ଶ, ପ୍ରସ୍ତୁତି ପରାମର୍ଶ ଓ ପ୍ରଭାବଶାଳୀ ଭାବରେ ଶିକ୍ଷାଦାନ ପାଇଁ ଅନୁବର୍ତ୍ତନ କାର୍ଯ୍ୟକଳାପ ଦିଆଯାଇଛି।
ଏହା ଶ୍ରେଣୀରେ ଗୋଟିଏ ଛୋଟିଆ ଦଳଗତ କାର୍ଯ୍ୟ ହେଉ, ଜଟିଳ ବିଷୟ ସମ୍ପର୍କିତ ପରୀକ୍ଷା କିମ୍ବା ହୋମୱାର୍କ କାର୍ଯ୍ୟ ହେଉ ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଜୀବ ବିଜ୍ଞାନ ପ୍ରତି ଆକୃଷ୍ଟ କରି ରଖିବା ପାଇଁ କ୍ରମାଗତ ଭାବରେ ୱାର୍କସିଟ୍ ଯୋଗାଇଦେବା ଆବଶ୍ୟକ। ବାୟୋଲୋଜି କର୍ଣ୍ଣର ହେଉଛି ଏପରି ଏକ ରିସୋର୍ସ ଯେଉଁଠାରେ ଗଠନତତ୍ତ୍ୱଠାରୁ ପରିସଂସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଭିନ୍ନ ଭିନ୍ନ ପ୍ରକାରର ୱାର୍କସିଟ୍ ରହିଛି। ଏହି ୱେବସାଇଟରେ ମଧ୍ୟ ଏକ "ହ୍ୟାଣ୍ଡି ସାଇନ୍ସ ମେଥଡ୍" ବିଭାଗ ରହିଛି ଯାହାକି ଲେସନ ପ୍ଲାନ୍ ସହିତ ପର୍ଯ୍ୟାୟକ୍ରମ ଅନୁଯାୟୀ ପରୀକ୍ଷା ନିର୍ଦ୍ଦେଶନାମା ଧାରଣ କରେ।
ଏହିପରି ଟୁଲ୍ ଶିକ୍ଷକମାନଙ୍କୁ ଶ୍ରେଣୀ ଗୃହକୁ ଉତ୍ସାହିତ କରି ରଖିବାକୁ ସକ୍ଷମ କରିଥାଏ। ଯେତେବେଳେ ସୂଚନା ଓ ଉତ୍ସାହ ଉତ୍ତେଜନାର ସଠିକ୍ ସନ୍ତୁଳନ ହାସଲ ହୁଏ ଛାତ୍ରଛାତ୍ରୀମାନେ କେବଳ ସୂଚନା ଗ୍ରହଣକାରୀ ନ ହୋଇ ଶିକ୍ଷାଲାଭ ପ୍ରକ୍ରିୟାର ସକ୍ରିୟ ସହଭାଗୀ ବୋଲି ନିଜକୁ ଭାବିଥାନ୍ତି।
ଜୀବବିଜ୍ଞାନ ମଧ୍ୟ ଆପଣଙ୍କ ଛାତ୍ରଛାତ୍ରୀମାନଙ୍କର ପ୍ରିୟତମ ବିଷୟ ହୋଇପାରେ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ