''ଯେଉଁ ବ୍ୟକ୍ତି ଜାଣନ୍ତି ଯେ କ "ଣ ବାଦ୍ ଦେବା ଶ୍ରେଷ୍ଠ ସେ ହିଁ ଶ୍ରେଷ୍ଠ ଶିକ୍ଷକ ହୋଇଥାନ୍ତି''
- ଓଟୋ ନ୍ୟୁରାଥ୍
ପ୍ରତ୍ୟେକ ରସାୟନ ବିଜ୍ଞାନ ଶିକ୍ଷକଙ୍କର ଶିକ୍ଷାଦେବାର ଶୈଳୀ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ। କେତେକ ବିଷୟକୁ ବାସ୍ତବ ଜୀବନ ସହିତ ଯୋଡ଼ିଥାନ୍ତି, ଆଉ କେତେକ ଦଳଗତ କାର୍ଯ୍ୟକୁ ଉତ୍ସାହିତ କରିଥାନ୍ତି ଏବଂ କେତେକ ସମ୍ପୂର୍ଣ୍ଣ ଭାବରେ ବିଷୟ ଉପରେ ନିର୍ଭର କରିଥାନ୍ତି - ଉଭୟ ଉପାୟରେ ଟେକ୍ନୋଲୋଜି ପ୍ରତ୍ୟେକ ଶିକ୍ଷକଙ୍କ ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ। ନିମ୍ନରେ ଦିଆଯାଇଥିବା ଉତ୍ସଗୁଡ଼ିକ ପିସି ସହାୟତାରେ ଭଲଭାବରେ ରସାୟନ ବିଜ୍ଞାନ ଶିକ୍ଷା ଦେବା ପାଇଁ ଶ୍ରେଷ୍ଠ ସ୍ଥାନ ହୋଇଥାଏ।
କେମେଷ୍ଟ୍ରି ଲ୍ୟାବ୍ ସବୁବେଳେ ଉପଲବ୍ଧ ନଥାଏ କିନ୍ତୁ ପିସି ସବୁବେଳେ ହାତ ପାଆନ୍ତାରେ ଥାଏ। କେମେଷ୍ଟ୍ରି କଲେକ୍ଟିଭସ ଭର୍ଚୁଆଲ ଲ୍ୟାବ୍ ଏକ ବାସ୍ତବ ଲ୍ୟାବ ପରି ହୋଇଥାଏ। ଶହ ଶହ ସିମୁଲେସନ ସହିତ ଛାତ୍ରଛାତ୍ରୀ ଯେତେ ଥର ଇଚ୍ଛା ସ୍କୁଲରେ ମିଳୁନଥିବା ରାସାୟନିକ ପଦାର୍ଥ ସହ ପରୀକ୍ଷା କରିପାରିବେ। ଏହାସହିତ ଛାତ୍ରଛାତ୍ରୀମାନେ ମୂଲ୍ୟବାନ ଶିକ୍ଷାଦାନ ସମୟ ସଞ୍ଚୟ କରିବା ପାଇଁ ଅଫଲାଇନରେ ବ୍ୟବହାର କରିବାକୁ ପରୀକ୍ଷାଗୁଡ଼ିକ ଡାଉନଲୋଡ୍ କରିପାରିବେ।
ଲେସନ ପ୍ଲାନ୍ ପାଇଁ ୱାନ ଷ୍ଟପ୍ ରିସୋର୍ସ, ୱାର୍କସପ୍ ଠାରୁ ପ୍ରୋଜେକ୍ଟ ଆଇଡ଼ିଆ ପର୍ଯ୍ୟନ୍ତ ସବୁକିଛି ସାଇନ୍ସ ବଡ଼ିଜରେ ପ୍ରିଣ୍ଟ ଯୋଗ୍ୟ ଭାବରେ ରହିଛି। ଏହି ବୈଜ୍ଞାନିକ ପଦ୍ଧତି ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଛାତ୍ରଛାତ୍ରୀମାନେ ବିଷୟକୁ ବାସ୍ତବ ଜୀବନରେ ଦର୍ଶାଇବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଚିତ୍ର ଓ ପର୍ଯ୍ୟାୟକ୍ରମେ ଇଣ୍ଟରଆକ୍ଟିଭ୍ ମାର୍ଗଦର୍ଶନ ସହ ଉପଲବ୍ଧ ରହିଛି।
ପ୍ରତ୍ୟେକ ଛାତ୍ରଛାତ୍ରୀ ଜନ୍ମରୁ ପ୍ରତିଯୋଗିତା ମନୋଭାବ ସମ୍ପନ୍ନ ହୋଇଥାନ୍ତି। ଗ୍ରୀଡ଼ଲକ୍ ସିରିଜ୍ ଗେମରେ କେବଳ ସଠିକ ଉତ୍ତର ଲେଖାଗଲେ ଲେବଲ ଅନଲକ୍ ହୋଇଥାଏ। ସବ୍ ଆଟୋମିକ କଣିକାରୁ ପ୍ରତିକ ପର୍ଯ୍ୟନ୍ତ ପ୍ରତ୍ୟେକ ଗେମ୍ ରେ ସମସ୍ୟା ସମାଧାନ କୌଶଳ ଓ ବିଷୟ ଜ୍ଞାନ ବୃଦ୍ଧି ହୋଇଥାଏ।
ଶ୍ରେଣୀ ଶେଷରେ ଭିଡ଼ିଓଗୁଡ଼ିକ ବିଷୟର ସାରାଂଶ ପ୍ରତିପାଦନ ପାଇଁ ଚମତ୍କାର ହୋଇଥାଏ। ଛାତ୍ରଛାତ୍ରୀମାନେ ବିଷୟକୁ ଭଲ ଭାବରେ ମନେରଖିପାରନ୍ତି, ପ୍ରଶ୍ନ ପଚାରନ୍ତି ଓ ସାଧାରଣତଃ ବିରକ୍ତ ହୁଅନ୍ତି ନାହିଁ। ଫ୍ୟୁଜ୍ ସ୍କୁଲର ଭିଡିଓଗୁଡିକ ଆନିମେଟ୍ କରାଯା ଇଥାଏ ଓ ବିଶେଷତଃ ସେଥିରେ ସମସ୍ତ ସୂଚନା ସଂକ୍ଷିପ୍ତ ଭାବେ ଦିଆଯାଇଥାଏ - ପ୍ରତି ଭିଡିଓ ଦୁଇରୁ ପାଞ୍ଚ ମିନିଟ୍ ର ହୋ ଇଥାଏ।
ବଜ୍ ଫିଡ ଦ୍ୱାରା ପ୍ରସ୍ତୁତ ଏହି ପ୍ରଶ୍ନୋତ୍ତର ଏକ ପ୍ରୋଜେକ୍ଟର ବ୍ୟବହାର କରି ଏକାଠି ଶ୍ରେଣୀ ମଧ୍ୟରେ କିମ୍ବା ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଭାବରେ କରାଯାଇପାରିବ। ପ୍ରତିଟି ପ୍ରଶ୍ନ ପିରିଅଡିକ ଟେବୁଲ୍ ବା ପର୍ଯ୍ୟାୟ ସାରଣୀ ସହ ସମ୍ପର୍କିତ, ପ୍ରତୀକଠାରୁ ଉପାଦାନର ଆଣବିକ ସଂଖ୍ୟା ପର୍ଯ୍ୟନ୍ତ ବିଷୟକୁ ଅନ୍ତର୍ଭୁକ୍ତ କରେ।
ଆପଣ ଲେସନ ପ୍ଲାନ୍ ପାଇଁ ବା ପ୍ରତ୍ୟେକ ଶ୍ରେଣୀରେ ଗେମ୍ ଆରମ୍ଭ କରିବା ପାଇଁ ପିସିର ସାହାଯ୍ୟ ନେଇପାରିବେ ଏହା ପିଲାମାନଙ୍କୁ ଶ୍ରେଣୀରେ ରସାୟନ ବିଜ୍ଞାନକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବେ। ଯଦି ଆପଣ ଅଧିକ ବିଷୟଭିତ୍ତିକ ପିସି ସହାୟତା ଚାହାନ୍ତି, ଆପଣଙ୍କ ସହାୟତା ପାଇଁ ଏଠାରେ ରହିଛନ୍ତି ଆମର ଟିଚର୍ସ ଫୋରମ୍।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ