''ଆସନ୍ତୁ ମନେରଖିବା: ଗୋଟିଏ ବହି, ଗୋଟିଏ କଲମ, ଗୋଟିଏ ଶିଶୁ ଏବଂ ଜଣେ ଶିକ୍ଷକ ସାରା ପୃଥିବୀକୁ ବଦଳାଇ ଦେଇପାରିବେ।''
- ମାଲାଲା ୟୁସାଫଜାଇ
ଏକ ଛୋଟିଆ ପଦକ୍ଷେପ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ମନଲଗାଇ ରଖିବାରେ ଯଥେଷ୍ଟ ପରିବର୍ତ୍ତନ ଆଣିପାରେ ଏବଂ ଏପରି ଏକ ପଦକ୍ଷେପ ହେଉଛି ଡିଜିଟାଲ୍ ସମ୍ବଳ ଉପଯୋଗ କରିବା। ଅନ୍ ଲାଇନ୍ ରିସୋର୍ସ ବ୍ୟବହାର କରି ଲେସନ ପ୍ଲାନ୍ ବ୍ୟବହାର କରିବା, ପରୀକ୍ଷା ବିଷୟରେ ଶ୍ରେଣୀରେ ଶୀଘ୍ର ମତାମତ ଦେଇ ଛାତ୍ରଛାତ୍ରୀଙ୍କ ମନ ଲଗାଇ ରଖିବା ଦ୍ୱାରା ଜଣେ ଶିକ୍ଷକ ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ଦ୍ୱାରା ବିଭିନ୍ନ ଲାଭ ପାଇଥାନ୍ତି।
1. ଇଙ୍ଗ୍ଲିସ୍ କ୍ଲବ୍
ଇଙ୍ଗ୍ଲିସ୍ କ୍ଲବ ହେଉଛି ଉଭୟ ନୂଆ ଓ ଅଭିଜ୍ଞ ଶିକ୍ଷକମାନଙ୍କ ପାଇଁ ୱାର୍କସିଟ୍, ହ୍ୟାଣ୍ଡଆଉଟ୍, ଦଳଗତ କାର୍ଯ୍ୟକଳାପ ପାଇଁ ବିଷୟ ପରିକଳ୍ପନା ଓ ଲେସନପ୍ଲାନ୍ ପାଇଁ ଏକ ଲୋକପ୍ରିୟ ଉତ୍ସ। ଏହି ୱେବ୍ସାଇଟର ସ୍ୱାତନ୍ତ୍ର୍ୟ ହେଉଛି ଏହା ଶିକ୍ଷକମାନଙ୍କର ଶିକ୍ଷାଲାଭର ପରିସରକୁ ପରିବର୍ଦ୍ଧିତ କରିଥାଏ। ଏହି ରିସୋର୍ସଗୁଡ଼ିକ ଅନ୍ତର୍ଭୁକ୍ତ କରେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ପାଇଁ ପରାମର୍ଶ, ତାଲିମ ସାଧନ ଏବଂ ବିଶ୍ୱର ଯେକୌଣସି ଶିକ୍ଷକମାନଙ୍କ ସହ ଯୋଗାଯୋଗ ପାଇଁ ଫୋରମ୍।
2. ଟେଡେଏଡ୍ ଦ ରାଇଟରସ ୱାର୍କସପ୍
ଟେଡେଏଡ୍ ହେଉଛି ଶିକ୍ଷାଦାନ ପାଇଁ ଏକ ଚମତ୍କାର ରିସୋର୍ସ କାରଣ ପ୍ରତିଟି ଭିଡ଼ିଓ ସଂକ୍ଷିପ୍ତ ହୋଇଥାଏ, ଯଥାର୍ଥ ସିରିଜର ଅଂଶ ହୋଇଥାଏ ଏବଂ ଶିକ୍ଷା ଓ ମନୋରଞ୍ଜନ ଭିତରେ ସନ୍ତୁଳନ ରକ୍ଷା କରିଥାଏ। ଏହି ରାଇଟର୍ସ ୱାର୍କସପ୍ ଏପରି ଏକ ସିରିଜ୍ ଯେଉଁଥିରେ ଟେଡେଏଡ଼ର ମୂଳ ଭିଡ଼ିଓ ସହିତ ବିଶେଷଜ୍ଞମାନଙ୍କର ଭିଡ଼ିଓ ରହିଛି। ଏହାସହିତ ପ୍ରତିଟି ଭିଡ଼ିଓ ସହିତ ରହିଛି ଏକ ସଠିକ୍ ଉତ୍ତର ବାଛିବା ପାଇଁ ପ୍ରଶ୍ନୋତ୍ତର ସହିତ ଅତିରିକ୍ତ ପଠନ ଓ ପ୍ରଶ୍ନ ପଚାରିବା ପାଇଁ ତଥା ଆଲୋଚନା କରିବା ପାଇଁ ଫୋରମ ଯାହାକି ଦର୍ଶକମାନଙ୍କୁ ଏହି ବିଷୟକୁ ଗଭୀର ଭାବରେ ବୁଝିବା ପାଇଁ ସକ୍ଷମ କରିଥାଏ।
3. ଗେମସ ଟୁ ଲର୍ଣ୍ଣ ଇଙ୍ଗ୍ଲିସ୍
ଗେମ୍ ଭିତ୍ତିକ ଶିକ୍ଷାଲାଭ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷକରି କୁନି କୁନି ପିଲାଙ୍କ ପାଇଁ ଅତ୍ୟନ୍ତ କୌତୁକିଆ ହୋଇଥାଏ ଏହା ପଢ଼ାଇବା ପାଇଁ ତଥା ପରୀକ୍ଷା କରିବା ପାଇଁ ଉପଯୋଗୀ ହୋଇଥାଏ। ଇଂରାଜୀ ଶିଖିବା ପାଇଁ ଗେମଗୁଡ଼ିକରେ ବ୍ୟାକରଣ, ଶବ୍ଦ ଜ୍ଞାନ, ବନାନ ଓ ବିଭିନ୍ନ ବିଷୟ ମଧ୍ୟରୁ କୌଣସିଟି ବାଛିପାରିବେ। ଶିକ୍ଷକମାନେ ପ୍ରତ୍ୟେକ କ୍ଲାସର ଶେଷରେ କ୍ଲାସ ଭିତରେ ଗୋଟି ଗୋଟି ଛାତ୍ରଙ୍କ ମଧ୍ୟରେ କିମ୍ବା ଦଳ ଗଠନ କରି ପ୍ରତିଯୋଗିତା କରିବା ପାଇଁ ୱେବସାଇଟର ଗେମ୍ ଗୁଡ଼ିକ ବ୍ୟବହାର କରିପାରିବେ। ଏହା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବ।
4. ମାଇକ୍ରୋସଫ୍ଟ ଏଜୁକେଟର କମ୍ୟୁନିଟି
ଏହା ହେଉଛି ପରାମର୍ଶ ପାଇଁ ଶିକ୍ଷକ ଓ ବିଶେଷଜ୍ଞଙ୍କୁ ଏକାଠି ଯୋଡ଼ିବା ପାଇଁ, ଶିକ୍ଷାଦାନ ଜଗତର ସାମ୍ପ୍ରତିକ ରୀତି ବିଷୟରେ ଆଲୋଚନା କରିବା ପାଇଁ ଓ ଚିନ୍ତାଧାରା ଆଦାନପ୍ରଦାନ ପାଇଁ ଏକ ଭିତ୍ତିଭୂମି, ମାଇକ୍ରୋସଫ୍ଟ ଏଜୁକେଟର କମ୍ୟୁନିଟ୍ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଅନଲାଇନ୍ ନେଟୱର୍କରେ ସୁନାମ ଅର୍ଜନ କରିଛି। ଏହି ଫୋରମରେ ଦିଆଯାଇଥିବା ସୂଚନା ଶିକ୍ଷାବିତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଯାହାକି ଭରସାଯୋଗ୍ୟତାକୁ ସୁନିଶ୍ଚିତ କରେ।
ଟେକ୍ନୋଲୋଜି ନିଶ୍ଚୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ଶିକ୍ଷକମାନଙ୍କୁ ଉଭୟେ ଶିକ୍ଷାଦାନ ଓ ଶିକ୍ଷାଲାଭର ଅନୁଭୂତିକୁ ଉପଭୋଗ୍ୟ କରିବା ସହ ନୂତନ ଉତ୍ସାହ ସୃଷ୍ଟି କରିବା ପାଇଁ ସୁଯୋଗ ପ୍ରଦାନ କରିଛି।
ଆପଣ ଇଂରାଜୀ ଶିଖାଇବା ପାଇଁ ଅନ୍ୟ କୌଣସି ସାଧନ ବ୍ୟବହାର କରିଛନ୍ତି କି? #DellAarambh (ଡେଲ୍ଆରମ୍ଭ) ବ୍ୟବହାର କରି ଟୁଇଟ୍ କରନ୍ତୁ ଓ ଆମକୁ ଜଣାନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ