ଆଜିକାଲି ଯୁଗରେ ପ୍ରଭାବଶାଳୀ ଭାବରେ ଭୂଗୋଳ ଶିଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବିଶେଷକରି ଯେତେବେଳେ ଗ୍ଲୋବାଲାଜେସନ ଏବଂ ବିଶ୍ୱ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଜିକାଲିର ପିଲାମାନେ ଆସନ୍ତାକାଲିର ନେତା ଏବଂ ସେମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ଘଟଣା ସମୀକ୍ଷା କରିବା ଓ ବଳିଷ୍ଠ ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଦୁର୍ଭାଗ୍ୟର ବିଷୟ ଅଧିକାଂଶ ପିଲା ଭୂଗୋଳ ପାଠକୁ ଅତ୍ୟନ୍ତ କଷ୍ଟକର ମନେକରିଥାନ୍ତି। ତେଣୁ ଭୂଗୋଳକୁ ଉତ୍ସାହଜନକ କରିବାପାଇଁ ଶିକ୍ଷକମାନେ ନୂଆ ନୂଆ ପଦ୍ଧତି ଓ ସାଧନ ବ୍ୟବହାର କରିବା ଉଚିତ୍।
ସାରା ପୃଥିବୀର ବିଭିନ୍ନ ରାଜଧାନୀଗୁଡ଼ିକର ନାମ ମନେରଖିବା ପଣିକିଆ ମନେରଖିବା ପରି ବିରକ୍ତିକର ହୋଇପାରେ। ଫ୍ରି ରାଇସ୍ ହେଉଛି ଏକ ଦାତବ୍ୟ ୱେବସାଇଟ୍ ଯାହାକି ୟୁନାଇଟେଡ୍ ନେସନ୍ସ ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ମାଲିକାନାଭୁକ୍ତ ହୋଇରହିଛନ୍ତି। ଏହି ୱେବସାଇଟ୍ ଇଣ୍ଟରଆକ୍ଟିଭ୍ ଗେମ୍ ପ୍ରଦାନ କରୁଛି ଯାହାକି ଛାତ୍ରଛାତ୍ରୀମାନଙ୍କୁ ପୃଥିବୀ ରାଜଧାନୀ ଏବଂ ପତାକାକୁ ମନେରଖିବାରେ ସାହାଯ୍ୟ କରିଥାଏ। ଠିକ୍ ଉତ୍ତର ପାଇଁ ଫ୍ରି ରାଇସ୍ ଗୋଟିଏ ଧାନ ଚାଉଳ ପୃଥିବୀର କ୍ଷୁଧା ଦୂର କରିବା ପାଇଁ ପ୍ରଦାନ କରିଥାଏ। ଆପଣ ଛାତ୍ରଛାତ୍ରୀମାନଙ୍କୁ ଏହି ସାଧୁ ଉଦ୍ୟମ ବିଷୟରେ କହିପାରିବେ ଓ ସେମାନଙ୍କୁ ଏଥିରେ ଭାଗ ନେଇ ଭୂଗୋଳ ବିଷୟରେ ଜ୍ଞାନ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବେ। ସମସ୍ତଙ୍କ ପାଇଁ ଜିତାଜିତିର ସୁଯୋଗ!
ଯେତେବେଳେ ଭୂଗୋଳ ଶିକ୍ଷା ଦିଅନ୍ତି, ଆପଣ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଦେଶ, ରାଜ୍ୟ, ସହର ଏବଂ ପ୍ରଦେଶ ବିଷୟରେ ଶିକ୍ଷା ଦେବେ। କିନ୍ତୁ ଆପଣଙ୍କ ପିଲାମାନଙ୍କୁ ଅଧିକ ଉପାଦେୟ ଢ଼ଙ୍ଗରେ ଶିକ୍ଷା ଦେବା ପାଇଁ ଆପଣ ସେମାନଙ୍କୁ ପର୍ଯ୍ୟଟନ ବିଷୟରେ ଉପସ୍ଥାପନ କରିବାକୁ କହିପାରିବେ। ଏହି କାର୍ଯ୍ୟକଳାପରେ ପିଲାମାନଙ୍କୁ ଗବେଷଣା କରିବା ପାଇଁ ପୃଥିବୀର ଏକ କ୍ଷେତ୍ର (ଦେଶ, ମହାଦେଶ, ସହର ଇତ୍ୟାଦି) ନ୍ୟସ୍ତ କରିପାରିବେ। ସେମାନଙ୍କୁ ନ୍ୟସ୍ତ କରାଯାଇଥିବା କ୍ଷେତ୍ର ଉପରେ ସେମାନେ ଏକ ପ୍ରେଜେଣ୍ଟେସନ, ପୋଷ୍ଟର କିମ୍ବା ବ୍ରୋସର ସୃଷ୍ଟି କରିପାରିବେ ଯାହାକି ସେମାନେ ଶିକ୍ଷା କରିଥିବା ବିଷୟ ଦର୍ଶାଇବା ପାଇଁ ପରିକଳ୍ପନା କରାଯାଇଥାଏ।
ଏହା ହେଉଛି ଶିକ୍ଷକମାନଙ୍କ ପାଇଁ ବାସ୍ତବରେ ଏକ ନିର୍ଣ୍ଣାୟକ ସାଧନ। ଗୁଗୁଲ ମ୍ୟାପ୍ ବ୍ୟବହାର କରି ବହୁତ କିଛି କରିହୁଏ। ଖୁବ୍ କମ୍ ଶିକ୍ଷକ ଏହାର ଉପାଦେୟତା ବ୍ୟବହାର କରିଥାନ୍ତି। ଆପଣ ଟୁର୍ ପ୍ରସ୍ତୁତ କରିପାରିବେ, ଆପଣ ଦୂରତା ମାପ କରିପାରିବେ, ଏବଂ ବିଭିନ୍ନ ଦିଗ ଉପରେ ନଜର ପକାଇପାରିବେ ଓ ବିଭିନ୍ନ ପ୍ରକାରର ମାନଚିତ୍ର ତୁଳନା କରିପାରିବେ- ଗୋଟିଏ ପ୍ଲାଟଫର୍ମରେ ସବୁକିଛି କରିପାରିବେ।
ଗୁଗୁଲ୍ ଆର୍ଥ ହେଉଛି ବିଭିନ୍ନ ମହାଦେଶ, ଦେଶ, ସହର ଏବଂ ମହାସାଗର ଆବିଷ୍କାର କରିବା ପାଇଁ ଶ୍ରେଷ୍ଠ ସାଧନ। ଗୁଗୁଲ୍ ଆର୍ଥ ବ୍ୟବହାର କରିବା ପାଇଁ ଗୋଟିଏ ଉପାୟ ହେଉଛି ପୃଥିବୀର ଗୋଟିଏ ସ୍ଥାନରେ ଜୁମ୍ ଇନ୍ କରିବା । ଜୁମ୍ ଇନ୍ ବାସ୍ତବରେ କ୍ଲୋଜ୍ ହୋଇଥାଏ। ପିଲାମାନେ ତାହା ପରେ ହଁ ବା ନାରେ ପ୍ରଶ୍ନର ଉତ୍ତର ଦେଇଥାନ୍ତି। ପ୍ରତ୍ୟେକ ପ୍ରଶ୍ନ ପାଇଁ ଉତ୍ତର ପାଇବା ପରେ ଆପଣ ଜୁମ୍ ଆଉଟ୍ କରି ଏହା ପ୍ରକାଶିତ କରନ୍ତି।
ଭୂଗୋଳ ପଢ଼ାଇବା ପାଇଁ ଆପଣ ଅନ୍ୟ କୌଣସି ଟୁଲ୍ ବ୍ୟବହାର କରିଛନ୍ତି କି? #DellAarambh (ଡେଲ୍ ଆରମ୍ଭ) ବ୍ୟବହାର କରି ଟ୍ୱିଟ୍ କରନ୍ତୁ ଏବଂ ଆମକୁ ଜାଣିବାକୁ ଦିଅନ୍ତୁ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ