ଇତିହାସ ପଢ଼ାଇବା ବାସ୍ତବରେ କଠିନ ହୋଇଥାଏ; ବିଜ୍ଞାନର ବିଷୟ ଏବଂ ଅଙ୍କର ଆଲଗୋରିଦିମ୍ ବ୍ୟାଖ୍ୟା କରାଯାଇପାରେ, ସଠିକ୍ ସାଧନ ସହ ସ୍ପଷ୍ଟ ଭାବରେ ବୁଝାଇ ଦିଆଯାଇପାରେ କିନ୍ତୁ ଆପଣ ଇତିହାସକୁ କିପରି ରୋଚକ ଶୈଳୀରେ ଉପସ୍ଥାପନ କରିବେ ଏବଂ ପିଲାମାନେ ଏହାକୁ ସହଜରେ ମନେ ରଖିପାରିବେ।
ପାରମ୍ପରିକ ଭାବରେ ଇତିହାସ କହିଲେ ଆମେ ବିଭିନ୍ନ ଘଟଣା ଓ ତାରିଖ ମନେରଖିବାକୁ ବୁଝିଥାଉ,କିନ୍ତୁ ଏହାକୁ ମନେରଖିବା ପାଇଁ ବହୁତ କିଛି କରାଯାଇପାରିବ। ସଠିକ ସାଧନ ଏବଂ ଟେକ୍ନୋଲାଜିର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଇତିହାସ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉତ୍ସାହଜନକ ହୋଇପାରିବ। ସେମାନେ ନିଜର କଳ୍ପନା ଶକ୍ତିର ବ୍ୟବହାର କରି ଶ୍ରେଣୀଗୃହରେ ଅଧିକ ମନୋନିବେଶ କରିପାରିବେ।
ଏଠାରେ କେତେକ ସାଧନ ଓ ୱେସାଇଟ୍ ଦିଆଯାଇଛି ଯାହାକି ଭଲ ଭାବରେ ଇତିହାସ ଶିଖାଇବା ପାଇଁ ବ୍ୟବହାର କରାଯାଇପାରିବ।
ପିଲାମାନେ ବହିରୁ ପଢ଼ିବା ତୁଳନାରେ କୌଣସି କାର୍ଯ୍ୟ କରି ବା ଦେଖି ଅଧିକ ଶିଖିଥାନ୍ତି। ଇତିହାସ ଶ୍ରେଣୀରେ କେବଳ ଯୁଦ୍ଧ ବିଷୟରେ ପଢ଼ିବା ପରିବର୍ତ୍ତେ ପିଲାମାନଙ୍କୁ ସିନେମା ପ୍ରସ୍ତୁତ କରିବାକୁ କହନ୍ତୁ। ତାହା ପରେ ପିଲାମାନେ ଭିଡିଓରେ ନିର୍ଦ୍ଦେଶକଙ୍କ ଧାରା ବିବରଣୀ ଯୋଗ କରିପାରିବେ, ଯୁଦ୍ଧର ବିଭିନ୍ନ ବିଷୟକୁ ହାଇଲାଇଟ୍ କରିପାରିବେ, ଶିକ୍ଷକ ଏହି ଡିଭିଡିକୁ ରଖି ଆଗାମୀ ବର୍ଷଗୁଡ଼ିକରେ ଦେଖାଇପାରିବେ। ପ୍ରତିବର୍ଷ ପିଲାମାନେ ନୂଆ ଯୁଦ୍ଧ ବା ଐତିହାସିକ ଘଟଣାରେ ଉପରେ ମଧ୍ୟ ସିନେମା ପ୍ରସ୍ତୁତ କରିପାରିବେ।
ପିଲାମାନେ ପେସବୁକ୍ ବ୍ୟବହାର କରି ଇତିହାସର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କର ପ୍ରୋଫାଇଲ୍ ତିଆରି କରିପାରିବେ ଓ ପିଲାମାନଙ୍କୁ ତାଙ୍କ ସହିତ ବନ୍ଧୁତା କରିବାକୁ କହିବେ। ପିଲାମାନେ ବହୁ ସମୟରେ ଐତିହାସିକ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ପଢ଼ିବାକୁ ବିରକ୍ତିକର ମନେ କରିଥାନ୍ତି। ଅବଶ୍ୟ, କ୍ରମେ ଏହି ବ୍ୟକ୍ତିତ୍ୱଙ୍କ ସହ ଇଣ୍ଟରଆକ୍ଟ କରି ସେମାନେ ବାସ୍ତବତାକୁ ଅଧିକ ଭଲ ଭାବରେ ବୁଝିପାରିଥାନ୍ତି ଓ ପିଲାମାନେ ଐତିହାସିକ ଘଟଣାବଳିର ଦୃଶ୍ୟପଟକୁ ହୃଦୟଙ୍ଗମ କରିଥାନ୍ତି।
ଧରିନିଅନ୍ତୁ ଯେ ଜାତିର ପିତାଙ୍କର ଫ୍ରେଣ୍ଡ୍ ହେବା!
ଆପଣ ପିଲାମାନଙ୍କୁ ଆଧୁନିକ, ବ୍ୟବହାର ପାଇଁ ସହଜ ପରିବେଶରେ ଇତିହାସ ଶିଖାଇ ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟଇ କରିପାରିବେ। ପିଲାମାନଙ୍କୁ ଐତିହାସିକ ଘଟଣାବଳିର ଏକ ୱିକି ପ୍ରସ୍ତୁତ କରିବାକୁ କହନ୍ତୁ। ପିଲାମାନେ ଏକକ ଭାବରେ/ ଦଳଗତ ଭାବରେ ଗୋଟିଏ ଘଟଣାର ସାରାଂଶ ପ୍ରସ୍ତୁତ କରିପାରିବେ, ଉଦାହରଣସ୍ୱରୂପ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହାୱାଇ ଉପରେ ଜାପାନୀମାନଙ୍କର ଆକ୍ରମଣ, ଯେତେବେଳେ କି ଅନ୍ୟ ଏକ ଗୋଷ୍ଠୀ କାର୍ଯ୍ୟକ୍ରମର ଅନ୍ୟ ଅଂଶରେ କାମ କରିବେ ଏବଂ ଆପଣ ଯେତେବେଳେ ଏକ ସମ୍ପୂର୍ଣ୍ଣ ଆଲୋକପାତ ପାଇଁ ଘଟଣାର ବିଭିନ୍ନ ଅଂଶକୁ ଯୋଡ଼ିଥାନ୍ତି। ଆପଣ ଦେଖନ୍ତି ଯେ ବାସ୍ତବରେ ଆପଣଙ୍କ ଛାତ୍ରଛାତ୍ରୀମାନେ ଏହାର ଅଧିକାଂଶ ବିଷୟ ମନେରଖନ୍ତି।
ଇଣ୍ଟରଆକ୍ଟିଭ୍ ମ୍ୟାପ୍ ହେଉଛି ଏକ ୱେବ୍ଭିତ୍ତିକ ମାନଚିତ୍ର ଯେଉଁଥିରେ କ୍ଲିକ୍ କରି ହେଉଥିବା ପ୍ଲେସ ମାର୍କର ରହିଥାଏ। ଯେତେବେଳେ କ୍ଲିକ୍ କରାଯାଏ ଏହି ମାର୍କରଗୁଡ଼ିକ ପାଠ, ଛବି, ଭିଡିଓ ତଥା ସେହି ସ୍ଥାନ ପାଇଁ ଯଥାର୍ଥ ବାହ୍ୟ ସ୍ଥଳର ଲିଙ୍କ ଦର୍ଶାଇଥାଏ। ଶିକ୍ଷକମାନେ ନିର୍ଦ୍ଦିଷ୍ଟ ସହର ବା ଦେଶର ଐତିହାସିକ ଘଟଣା ବିଷୟରେ ପଢ଼ାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରଆକ୍ଟିଭ୍ ମ୍ୟାପ୍ ତିଆରି କରିବାକୁ କହିପାରିବେ। ଏକ ସରଳ କାର୍ଯ୍ୟକଳାପ: ଏହା ସେମାନଙ୍କୁ ବିଷୟକୁ ଭଲ ଭାବରେ ବୁଝିବା ସହ ଘଟଣାକୁ ମନେରଖିବାରେ ସାହାଯ୍ୟ କରିବ।
ଟେକ୍ନୋଲୋଜି ଶିକ୍ଷାବିତମାନଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଭାବଶାଳୀ ମାଧ୍ୟମ ବିଷୟରେ ବୁଝାଇବ ଏବଂ ଏକାଧିକ ମାଧ୍ୟମ ସାହାଯ୍ୟରେ ଛାତ୍ରଛାତ୍ରୀ କଣ ବୁଝିଛନ୍ତି ମୂଲ୍ୟାୟନ କରିଥାଏ। ଇତିହାସ ଶିକ୍ଷା ଦେବା ପାଇଁ ଏହି ପଦ୍ଧତି ବ୍ୟବହାର କରନ୍ତୁ ଏବଂ ଖୁବ୍ ଶୀଘ୍ର ଏହା ସେମାନଙ୍କର ପ୍ରିୟ ବିଷୟ ହୋଇପାରେ। #DellAarambh (ଡେଲ୍ ଆରମ୍ଭ) ବ୍ୟବହାର କରି ଟ୍ୱିଟ୍ କରନ୍ତୁ ଏବଂ ଆମକୁ ଆପଣଙ୍କ ଅନୁଭୂତି ଜଣାନ୍ତୁ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ