ଅନ୍ ଲାଇନରେ ପଦାର୍ଥ ବିଜ୍ଞାନ (Physics) ସର୍ଚ୍ଚ କରନ୍ତୁ।
ଆପଣ ଦେଖିବେ ଯେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ପ୍ରଶ୍ନ ମଧ୍ୟରେ ରହିଛି ପଦାର୍ଥ ବିଜ୍ଞାନ ପ୍ରଶ୍ନାବଳି ("physics questions") ଯାହାକି ଦର୍ଶାଇଥାଏ ଯେ ଏହି ବିଷୟକୁ ବୁଝିବାର ଓ ଗଭୀର ଭାବରେ ଜାଣିବାର ଆବଶ୍ୟକତା ରହିଛି। ତେଣୁ ଜଣେ ଶିକ୍ଷକ ଭାବରେ ଏକ ପିସି ବ୍ୟବହାର କରି ଭଲ ଭାବରେ ପଦାର୍ଥବିଜ୍ଞାନ ପଢ଼ାଇବାକୁ ଆପଣ କ"ଣ କରିପାରିବେ?
ଜଣେ ଫିଜିକ୍ସ ଶିକ୍ଷକ ଲେସନ ପ୍ଲାନ୍, ସିମୁଲେସନ, ଆକ୍ଟିଭିଟି ଆଇଡ଼ିଆ, ଅତିରିକ୍ତ ପଠନ, ୱାର୍କସିଟ୍ ଏବଂ କୁଇଜ୍ ସହିତ ଗୋଟିଏ ଟୁଲ୍ କିଟ୍ ଇତ୍ୟାଦି ଗୋଟିଏ ସ୍ଥାନରେ ଆବଶ୍ୟକ କରିଥାନ୍ତି। ପ୍ରତ୍ୟେକ ଅଧ୍ୟାୟ ପାଇଁ ଆକ୍ସେସ କରି ହେଉଥିବା ରିସୋର୍ସ ସହିତ ଏକ ନିର୍ଦ୍ଦିଷ୍ଟ ଯୋଜନା କରିବା ଦ୍ୱାରା ଆପଣଙ୍କର ସମୟ ସଞ୍ଚିତ ହୋଇଥାଏ ଏବଂ ଛାତ୍ରଛାତ୍ରୀଙ୍କର ଶ୍ରେଣୀର ମନ ଲାଗିଥାଏ। ଏଥିପାଇଁ ଆପଣ ଆବଶ୍ୟକ କରିଥାନ୍ତି କେବଳ ଗୋଟିଏ ପିସି।
ଇ ସିମୁଲେସନ ଶ୍ରେଣୀରେ ଉପସ୍ଥାପନ କରିବା ଚମତ୍କାର ହୋଇଥାଏ କାରଣ ପଢ଼ାଯାଉଥିବା ବିଷୟଗୁଡ଼ିକ ଯେପରି ଜୀବନ୍ତ ହୋଇଉଠେ ଏବଂ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହୁଏ। ପିଏଚ୍"ଇଟିରେ ବିଭିନ୍ନ ବିଷୟ ସମ୍ପର୍କରେ ଓ ସବୁ ବୟସର ଶିକ୍ଷାଲାଭ ସ୍ତର ଅନୁଯାୟୀ ସିମୁଲେସନମାନ ରହିଛି। ଅଧିକନ୍ତୁ ଅନଲାଇନ୍ ସିମୁଲେସନ ଶ୍ରେଣୀଗୃହରେ ବ୍ୟବହାର ପାଇଁ ଡାଉନଲୋଡ୍ କରିବାକୁ ଉପଲବ୍ଧ ରହିଛି ଯାହାଫଳରେ ଏହାକୁ ଲୋଡ କରିବା ପାଇଁ ଓ ବାରମ୍ବାର ବ୍ୟବହାର କରିବା ପାଇଁ ସମୟ ଖର୍ଚ୍ଚ ହୋଇନାହିଁ।
କାହାଣୀ କହିବା କିଛି ନୂଆ କଥା ଶିଖିବାର ଓ ଜଟିଳ ବିଷୟ ସରଳ ଭାବରେ ଜୀବନରେ ପ୍ରତିଫଳିତ କରିବାର ସବୁଠାରୁ ଉପଭୋଗ୍ୟ ମାଧ୍ୟମ ହୋଇଥାଏ। ଆଉ ଯଦି ଏଇ କାହାଣୀରେ ସୁପର ହିରୋ କମିକ୍ ପ୍ରବେଶ କରନ୍ତି ତେବେ ଏଥିପ୍ରତି ରୁଚି ଆହୁରି ଅଧିକ ବଢ଼ିଯାଏ। ଫିଜିକ୍ସ ସେଣ୍ଟ୍ରାଲର କ୍ୱେଷ୍ଟ ସିରିଜ୍ ଶିକ୍ଷକମାନଙ୍କର ଅତିପ୍ରିୟ। କାରଣ ଏଥିରେ ମନୋରଞ୍ଜନକାରୀ ଶୈଳୀରେ ବିଷୟଜ୍ଞାନ ବ୍ୟାଖ୍ୟା କରାଯାଇଛି ଯାହାକି ଛାତ୍ରଛାତ୍ରୀମାନଙ୍କୁ ବିଷୟକୁ ଦୀର୍ଘକାଳ ପର୍ଯ୍ୟନ୍ତ ମନେ ରଖିବାକୁ ସାହାଯ୍ୟ କରିଥାଏ।
ଛାତ୍ରଛାତ୍ରୀମାନେ ବଡ଼ ହେଲେ କ"ଣ ହେବେ ପଚାରନ୍ତୁ। ଆଷ୍ଟ୍ରୋନଟ୍ ବା ମହାକାଶ ବିଜ୍ଞାନୀ ଏକ ସାଧାରଣ ଉତ୍ତର ହୋଇପାରେ। ଏହା ସୁସ୍ପଷ୍ଟ ଯେ ମହାକାଶ ଓ ନିକଟରେ ଇସ୍ରୋର ସଫଳତା ଯୁବପିଢ଼ି ମଧ୍ୟରେ ନୂତନ ଉନ୍ମାଦନା ଭରି ଦେଇଛି। ଏ ବିଷୟରେ ଆଜିକାଲି ଅଧିକରୁ ଅଧିକ ଚର୍ଚ୍ଚା ହେଉଛି। ଯଦି ନାସାର ମହାକାଶର ଭିଡ଼ିଓ ଓ ପରୀକ୍ଷା ଦେଖାଇ ଦିଆଯାଏ ତେବେ ପିଲାମାନଙ୍କ ପାଇଁ କଠିନ ବିଷୟ ଶିକ୍ଷା କରିବା ଅତ୍ୟନ୍ତ ସହଜ ହୋଇଯାଏ।
ଫିଜିକ୍ସ ହେଉଛି ଏକ ବିଶାଳ ବିଷୟ ଯାହାର ପରିସର ବ୍ୟାପକ। ଆଗ୍ରହୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକରୁ ଅଧିକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଆପଣ ପିସି ବ୍ୟବହାର କରି ପ୍ରକୃତରେ ଶିକ୍ଷା ଦେବାଠାରୁ ଗବେଷଣା କରି ଲେସନ ପ୍ଲାନ୍ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସବୁକିଛି କରିପାରିବେ। ଆସନ୍ତୁ ଏକ ପିସି ସହାୟତାରେ ସ୍କୁଲ୍"ରେ ପଦାର୍ଥ ବିଜ୍ଞାନ ପ୍ରତି ରୁଚିର ନୂତନ ସ୍ରୋତ ପ୍ରବାହିତ କରିବା।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ