PC ପ୍ରୋ ସିରିଜ୍‌: ଆପଣଙ୍କ ଉପସ୍ଥାପନା ବା ପ୍ରେଜେଣ୍ଟେସନକୁ କିପରି ସ୍ୱତନ୍ତ୍ର କରିବେ!

 
 

ପୁରୁଣା ପ୍ରଚଳିତ କଥା ଅନୁସାରେ, ଗୋଟେ ଛବି ଗୋଟେ ହଜାର ଶବ୍ଦର ମୂଲ୍ୟ ବହନ କରେ ।

ଆମେ ଯାହା ଦେଖିଥାଉ ତାହାର ଆମ ଉପରେ ଶକ୍ତିଶାଳୀ ପ୍ରଭାବ ରହିଥାଏ – ସେଥିପାଇଁ ଗୋଟେ ଗୋଟେ ସଠିକ ଛବି ସହିତ ଉତ୍ତମ ରୂପେ ସମ୍ପାଦିତ ଉପସ୍ଥାପନା ବା ପ୍ରେଜେଣ୍ଟେସନ ଆପଣଙ୍କ ଶିକ୍ଷାଦାନକୁ ପରବର୍ତ୍ତୀ ସ୍ତରକୁ ନେଇପାରିବ ।

ଛବି କ୍ରପ୍ କରିବା:

ଏହା ଛବିର ଅନାବଶ୍ୟକ ଅଂଶକୁ ଦୂର କରିବା ବେଳେ ପ୍ରାସଙ୍ଗିକ ଅଂଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ।

କିପରି:

  • ଗୋଟେ ପ୍ରେଜେଣ୍ଟେସନ ଖୋଲନ୍ତୁ
  • ମେନୁରେ ଇନସର୍ଟ୍ ବାଛନ୍ତୁ
  • ଇମେଜ୍ ରେ ତଳକୁ ସ୍କ୍ରୋଲ୍ କରନ୍ତୁ
  • କମ୍ପ୍ୟୁଟର୍ ରୁ ଅପଲୋଡ୍ କରନ୍ତୁ ବାଛନ୍ତୁ
  • ଇମେଜ୍ ବାଛନ୍ତୁ ଏବଂ ଖୋଲନ୍ତୁ କ୍ଲିକ୍ କରନ୍ତୁ
  • ଛବି ବା ଇମେଜ୍ କ୍ରପ୍ କରିବାକୁ, ଏହା ଉପରେ ଦୁଇ ଥର କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ବାଞ୍ଛିତ ଆକାରକୁ କଳା ଟ୍ୟାବ୍ ଗୁଡିକୁ ଟାଣନ୍ତୁ

 

ଇମେଜ୍ କଲଆଉଟ୍ :

ଏହା ହେଉଛି ପାୱାରପଏଣ୍ଟର ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ବୈଶିଷ୍ଟ୍ୟ । କଲଆଉଟ୍ ରେ, ଆପଣ ଛବିର ଗୋଟେ ନିର୍ଦ୍ଦିଷ୍ଟ ଅଂଶ ଉପରକୁ ଧ୍ୟାନ ଆକର୍ଷିତ କରିବା ପାଇଁ ଗୋଟେ ଆକୃତି କୁ କାଟିଥାନ୍ତି ।

କିପରି:

  • ସମ୍ପାଦିତ ବା ଏଡିଟ୍ କରାଯିବାକୁ ଥିବା ଛବିକୁ କପି ପେଷ୍ଟ୍ କରନ୍ତୁ
  • ଏହା ଉପରେ ଆଉ ଏକ ଛବି ଆଚ୍ଛାଦିତ ବା ଓଭରଲେ କରନ୍ତୁ
  • ଇନସର୍ଟ୍ ଟ୍ୟାବ୍ ରୁ ଆକୃତିଗୁଡିକ ବା ଶେପ୍ସ ଚୟନ କରନ୍ତୁ
  • ବାଞ୍ଛିତ ଆକୃତି ଚୟନ କରନ୍ତୁ
  • ଫର୍ମାଟ୍ କୁ ଯାଆନ୍ତୁ ଏବଂ ଫର୍ମାଟ୍ ବିକଳ୍ପଗୁଡ଼ିକରେ ତଳକୁ ସ୍କ୍ରୋଲ୍ କରନ୍ତୁ
  • ଫର୍ମାଟ୍ ବିକଳ୍ପଗୁଡ଼ିକରେ ଆକାର ଓ ଅବସ୍ଥିତି ଉପରେ କ୍ଲିକ୍ କରନ୍ତୁ
  • ଗୋଟେ ଉପଯୁକ୍ତ ଆକୃତି ସୃଷ୍ଟି କରିବାକୁ, ପ୍ରସ୍ଥ ଓ ଉଚ୍ଚତା ସମାନ ହେବା ଉଚିତ,
  • ମୂଳ ଛବିରେ ଫର୍ମାଟ୍ ବିକଳ୍ପଗୁଡ଼ିକୁ ଯାଆନ୍ତୁ ଏବଂ ଉଜ୍ଜ୍ୱଳତା କମ୍ କରନ୍ତୁ । ଏହା କଲଆଉଟ୍ କୁ ମୂଳ ଛବି ବିପକ୍ଷରେ ସ୍ୱତନ୍ତ୍ର କରିବାରେ ସାହାଯ୍ୟ କରିବ

 

 

ଇମେଜ୍ ଓଭରଲେ:

ପାଠ୍ୟ ବା ଟେକ୍ସଟ ପଢିବା ପାଇଁ କଷ୍ଟକର ହୋଇପାରେ ଏବଂ ବହୁତ ଆକୃତି ଥିବା ଗୋଟେ ଛବିରେ ସହଜରେ ହଜିଯାଇପାରେ । ଇମେଜ୍ ଓଭରଲେ ଟେକ୍ସଟକୁ ପଠନଯୋଗ୍ୟ କରିବାରେ ସାହାଯ୍ୟ କରିଥାଏ । ଏହା ମୂଳ ଛବିରେ ଗୋଟେ ଅର୍ଦ୍ଧସ୍ୱଚ୍ଛ ଆକୃତି ଯୋଡିବା କୁ ଜଡିତ କରିଥାଏ, ଯାହାକି ଉଭୟ ଟେକ୍ସଟ ଓ ଇମେଜ୍ କୁ ଦୃଶ୍ୟଲବ୍ଧ କରାଇବା ପାଇଁ ଯଥେଷ୍ଟ ଗାଢ ହୋଇଥାଏ ।

କିପରି:

  • ଇନସର୍ଟ୍ ମେନୁ ବାର୍ ରେ ଶେପ୍ସ ବାଛନ୍ତୁ
  • କୋଣଗୁଡିକୁ ଧରିବା ସେଗୁଡ଼ିକୁ ଆପଣଙ୍କ ଛବିକୁ ଫିଟ୍ କରିବା ପାଇଁ ଟାଣନ୍ତୁ
  • ମେନୁ ବାର୍ ରେ ରଙ୍ଗ ପୂରଣ କରନ୍ତୁକୁ ଯାଆନ୍ତୁ
  • ନିମ୍ନରେ କଷ୍ଟମ୍ କ୍ଲିକ୍ କରନ୍ତୁ
  • ସ୍ୱଚ୍ଛତା ପାଇଁ ଗୋଟେ ଛୋଟ ୱିଣ୍ଡୋ ଖୋଲିବ
  • ଏହା ପ୍ରାୟ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ହେବା ପର୍ଯ୍ୟନ୍ତ ସ୍ୱଚ୍ଛତାକୁ କମ୍ କରନ୍ତୁ । ଟେକ୍ସଟ ପଢିବା ପାଇଁ ଯଥେଷ୍ଟ ଗାଢ ହେବା ଏବଂ ଛବି ସ୍ପଷ୍ଟ ହେବା ପାଇଁ ଏହା ଆବଶ୍ୟକ ହୋଇଥାଏ

ହାତରେ ଏହି ଦକ୍ଷତାଗୁଡ଼ିକ ସହିତ, ସମସ୍ତେ ଆପଣଙ୍କ ପ୍ରେଜେଣ୍ଟେସନ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଆହୁରି ଉତ୍ତମ ପ୍ରାପ୍ତ କରିବାକୁ ଏଠାରେ ଶ୍ରେଣୀ ପାଇଁ ଆପଣଙ୍କ ପ୍ରେଜେଣ୍ଟେସନ ଦକ୍ଷତାକୁ ମାର୍ଜି କରିବାକୁ ପାଞ୍ଚଟି ଉପାୟ ରହିଛି