ପିସି ପ୍ରୋ ସିରିଜ୍‌: ଏହି #WorldStudentsDayରେ ଲେଖାଚୋରି ବିପକ୍ଷରେ ଦୃଷ୍ଟିକୋଣ ଗ୍ରହଣ କରନ୍ତୁ

 

ଜଣେ ଜେନ୍ ଜେଡ୍ କିମ୍ବା ମିଲେନିଆଲ ହେବାର ସୁନ୍ଦରତା ହେଉଛି ସ୍କୁଲ୍ ରେ କମ୍ପ୍ୟୁଟର୍ ରହିବା । ଯେତେବେଳେ ତୁମ ପାଖରେ ଭଲ, ବଳିଷ୍ଠ ପିସି (ଆପଣ ଗୋଟେ ସଠିକ କମ୍ପ୍ୟୁଟର ବାଛିବାକୁ ନିଶ୍ଚିତ କରନ୍ତୁ) ଫଳରେ ଆପଣଙ୍କ ଆଙ୍ଗୁଠିଟିପରେ ହାତପାଆନ୍ତାରେ ସୂଚନା ରହିଥାଏ, କିନ୍ତୁ ଏକମାତ୍ର ଆତ୍ମସଂଜମତା ରକ୍ଷା କରିବା ହେଉଛି ଲେଖାଚୋରିରୁ ଦୂରେଇ ରହିବା । ଏହା ବହୁତ ଅନୈତିକ ବିଷୟ ଅଟେ ଯେହେତୁ ଏହା ନିମ୍ନୋକ୍ତ ବିଷୟକୁ ପ୍ରୋତ୍ସାହିତ କରିଥାଏ:

ଧାରଣାରଚୋରି: ଏହାବିଦ୍ୟାର୍ଥୀଆଚରଣସଂହିତାରଉଲ୍ଲଂଘନରକାରଣହୋଇଥାଏଯେହେତୁତୁମେମୂଳତଃକେହିଜଣଙ୍କରଧାରଣାଓକାମଚୋରିକରିଥାନ୍ତି।

ସାଥୀଙ୍କୁ ଅସମ୍ମାନ: ଯଦି ତୁମର ଅନ୍ୟଜଣେ ବିଦ୍ୟାର୍ଥୀଙ୍କ ଗୃହକାମ ବା ହୋମ୍ ୱାର୍କ୍ ନକଲ ବା କପି କରିବାର ପ୍ରବୃତ୍ତି ରହିବ, ସମ୍ମତି ବିନା ତୁମେ ସେମାନଙ୍କର ଉତ୍ତରକୁ ଅବିକଳ ଭାବେ ଟିପି ନେବାର ସମ୍ଭାବନା ରହିବ । ଶିକ୍ଷକ ଏହା ପ୍ରକୃତରେ କାହାର କାମ ବୋଲି ଜାଣିପାରିବେ ନାହିଁ ଏବଂ ଅନ୍ୟ ବିଦ୍ୟାର୍ଥୀ ଜଣଙ୍କ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ ହୋଇଥାନ୍ତି ଏବଂ ସ୍କୁଲ୍ ରେ ଆପଣ ଜଣେ ଠକ ଭାବେ ପରିଗଣିତ ହୋଇଥାନ୍ତି ।

ଏହା ଅଧ୍ୟୟନ କରିବାର ଉଦ୍ଦେଶ୍ୟକୁ ଦୂରେଇ ରଖିଥାଏ: ସ୍କୁଲ୍ ରେ ପରୀକ୍ଷା ପ୍ରଶ୍ନପତ୍ର ଓ ମୂଲ୍ୟାଙ୍କନର ଉତ୍ତର ଦେବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ତୁମର ଜଟିଳ ଚିନ୍ତାଧାରା ଓ ତାର୍କିକ ଯଥାର୍ଥତା ବା ଲଜିକାଲ ରିଜିନିଂ ଗୁଣମାନର ବିକଶିତ ହେବା । ଯଦି ତୁମେ ଲେଖାଚୋରି କରିବ, ତୁମେ ଏହି ଶୈକ୍ଷଣିକ ଉଦ୍ଦେଶ୍ୟକୁ ବ୍ୟର୍ଥ କରିବ ।

ଆପଣ ଗୋଟେ ପିସି ବ୍ୟବହାର କରି କିପରି ଲେଖାଚୋରିକୁ ଏଡାଇପାରିବେ?

ଉଦ୍ଦିଷ୍ଟଅର୍ଥକୁବୁଝନ୍ତୁ: ପ୍ରସଙ୍ଗକୁବୁଝିବାକୁଚେଷ୍ଟାକରନ୍ତୁଏବଂତୁମେବିଭିନ୍ନଉତ୍ସଯଥାୱିକିପିଡିଆଗୁଗଲ ସ୍କଲାରରୁପାଇଥିବାସୂଚନାକୁଅନ୍ଧଭାବରେକପିପେଷ୍ଟ୍ କରନାହିଁ।ଏହାପରିବର୍ତ୍ତେ, ତୁମେଲେଖାଚୋରିକୁଏଡାଇବାପାଇଁଏହାକୁପୁଣିଥରେନିଜଭାଷାରେସଜାଇବାଉଚିତ।

ଏହାକୁ ଉଦ୍ଧୃତ କରନ୍ତୁ: ଲେଖା ବା ପାଠ୍ୟକୁ ଅନ୍ୟ ଏକ ଉତ୍ସରୁ ନିଆଯାଇଥିବା ଦର୍ଶାଇବା ପାଇଁ ଉଦ୍ଧୃତି ଚିହ୍ନଗୁଡ଼ିକ ବ୍ୟବହାର କରନ୍ତୁ । ତୁମେ ଯେଉଁଠାରୁ ଏହାକୁ ନେଇଛ ସେଠାରେ ଏହା ଯେପରି ରହିଥିଲା ଅବିକଳ ଭାବେ ଭାବେ ସେହିପରି ଉଦ୍ଧୃତ ଲେଖା ଦେଖାଯିବା ଆବଶ୍ୟକ ।

ସଠିକ ଭାବେ ଉଲ୍ଲେଖ କରନ୍ତୁ: ଯେ କୌଣସି ଶବ୍ଦ କିମ୍ବା ଧାରଣା ଯାହା ସିଧାସଳଖ ଭାବେ ଗୋଟେ ଉତ୍ସରୁ ନିଆଯାଇଥାଏ ତାକୁ ଉଲ୍ଲେଖ କରାଯିବା ଦରକାର । ପରୀକ୍ଷା ଦେବା ପରେ ତୁମେ ଏକତ୍ର କରିଥିବା ସିଦ୍ଧାନ୍ତକୁ ଉଲ୍ଲେଖ କରାଯିବା ଉଚିତ ନୁହେଁ ।ଆହୁରିମଧ୍ୟ, ମୌଳିକ ତଥ୍ୟ କିମ୍ବା ସାଧାରଣ ଜ୍ଞାନ ଉଲ୍ଲେଖ କରାଯିବା ଦରକାର ନାହିଁ ।

ଟିପ୍ପଣୀ: Ctrl+Shift+Plusକୁ ନିଜର ଆଦରର ଓ ଗୁରୁତ୍ୱପୂର୍ଣ୍ଣ ସର୍ଟକର୍ଟ୍ କରନ୍ତୁ

ସନ୍ଦର୍ଭ: ଲେଖାଚୋରିକୁ ଏଡାଇବା ପାଇଁ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ଗୋଟେ ସନ୍ଦର୍ଭ ବା ରେଫରେନ୍ସ ପ୍ରଦାନ କରିବା । ତୁମ ଆସାଇନମେଣ୍ଟର ଶେଷରେ ଉଲ୍ଲେଖ ଥାଇ ଗୋଟେ ସନ୍ଦର୍ଭ ପୃଷ୍ଠା କିମ୍ବା କାର୍ଯ୍ୟଗୁଡିକର ପୃଷ୍ଠାର ବ୍ୟବହାର କରନ୍ତୁ ।

ପିସି ଉତ୍ସଗୁଡ଼ିକ ଯାହା ଆପଣଙ୍କୁ ଲେଖାଚୋରିରୁ ତୁମକୁ ସାହାଯ୍ୟ କରିବ ତାହା ହେଉଛି:

1. https://www.duplichecker.com/

2. https://www.grammarly.com/plagiarism-checker

3. https://www.quetext.com/

ଏହା ଆରମ୍ଭରେ ଟିକେ କଷ୍ଟକର ହୋଇପାରେ କିନ୍ତୁ ତୁମେ ଥରେ ଲେଖାଚୋରିକୁ ଏଡାଇବାର ଅଭ୍ୟାସକୁ ଅବଲମ୍ବନ କଲା ପରେ ଏହା ତୁମକୁ ଜଣେ ସୁପର ଫଳପ୍ରସୂ ବିଦ୍ୟାର୍ଥୀ କରାଇବାରେ ସାହାଯ୍ୟ କରିବ । ସେଥିପାଇଁ, ଲେଖାଚୋରିକୁ ନା କୁହନ୍ତୁ ଏବଂ ମୌଳିକତାକୁ ହଁ କୁହନ୍ତୁ!