ଆଜିକାଲି ପିସି ହେଉଛି ଶିକ୍ଷାଲାଭର ଏକ ଅଭିନ୍ନ ଅଙ୍ଗ

 

ପର୍ମିନ୍ଦର ଶର୍ମା ଜଣେ ଲେଖକ, ବ୍ଲଗର ଏବଂ ବ୍ୟାଙ୍କର ଓ ଦୁଇଟି ସୁନ୍ଦର ପିଲାଙ୍କର ମାଆ।

1) ‘‘ଶିକ୍ଷା ପାଇଁ ପିସି’’ ବିଷୟରେ ଆପଣଙ୍କ ମତାମତ କଣ?

ଶିକ୍ଷା କ୍ଷେତ୍ରରେ ପିସିର ବ୍ୟବହାରକୁ ଆମେ ଅଣଦେଖା କରିପାରିବା ନାହିଁ। ଏହା କେବଳ ପିଲାମାନଙ୍କ ପାଇଁ ସୃଜନଶୀଳତାର ଦିଗ ଉନ୍ମୁକ୍ତ କରିନଥାଏ ବରଂ ସେମାନଙ୍କୁ ଡିଜିଟେକ୍ର ବିଭିନ୍ନ ଦିଗ ସହିତ ପରିଚିତ କରି ରଖିଥାଏ।

ପିସି କିମ୍ବା ସ୍ମାର୍ଟ କ୍ଲାସରେ କିମ୍ବା ହୋମ୍ୱାର୍କ ଆପ୍ରେ ଆସାଇନମେଣ୍ଟ କରିବା ହେଉ କିମ୍ବା ଶିକ୍ଷାଲାଭ ପାଇଁ ପିସିର ବ୍ୟବହାର ହେଉ ସବୁ ବିଷୟ ପାଇଁ ପିସି ଆବଶ୍ୟକ ହୋଇପଡ଼ିଛି।

2) ପିତାମାତା ଭାବରେ, ଆପଣଙ୍କ ସନ୍ତାନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଆପଣ କଣ କରିପାରିବେ?

ପିତାମାତାମାନେ ପିଲାମାନଙ୍କୁ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ଦାୟୀ ହୋଇଥାନ୍ତି। କିନ୍ତୁ ମୁଖ୍ୟ ଦାୟିତ୍ୱ ହୋଇଥାଏ ପିଲାମାନଙ୍କୁ ଏହି ପୃଥିବୀ ଓ ଏହାର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିବା। ଆଜିକାଲିର ଟେକ୍ନୋଲୋଜି ପିଲାମାନଙ୍କର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହା ପିଲାମାନଙ୍କୁ ଟେକ୍ନୋଲୋଜି ବିଷୟରେ ଯଥେଷ୍ଟ ସୂଚନା ପ୍ରଦାନ କରିବା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ।

‘‘ବେଳେ ବେଳେ ଆମେ ପିଲାମାନଙ୍କୁ ଗ୍ୟାଜେଟ୍ ନିଶାରୁ ମୁକ୍ତ କରିବା ବିଷୟରେ ଚିନ୍ତା କରିଥାଉ, ଆମେ ମନେରଖିବା ଆବଶ୍ୟକ ଯେ ଏହା କେବଳ ଟେକ୍ନୋଲୋଜିଠାରୁ ପିଲାଙ୍କୁ ଦୂରେଇ ଦେବା ନୁହେଁ ବରଂ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ବିଷୟରେ ସେମାନଙ୍କୁ ଅଭ୍ୟସ୍ତ କରିବା ଅଟେ।’’

ପିଲାମାନେ ଚାରିପଟ ପୃଥିବୀର ଆଧୁନିକ ବିକାଶ ବିଷୟରେ ପିଲାମାନେ ଅଧିକ ଅଭ୍ୟସ୍ତ ହୋଇଥାନ୍ତି, ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥାନ୍ତି।

3) ଆପଣ କିପରି ଭାବରେ ଆପଣଙ୍କର କୁନି କୁନି ପିଲାମାନଙ୍କୁ ଅନଲାଇନରେ ସୁରକ୍ଷିତ ରଖିପାରିବେ?

ସାଇବର ଜଗତ ହେଉଛି ବାସ୍ତବ ଜଗତ ସଦୃଶ, ବିପଦରେ ପରିପୂର୍ଣ୍ଣ ଏପରିକି ବିପଦଠାରୁ ଅଧିକ ଘାତକ ହୋଇଥାଏ, ଯାହାକି ଅଦୃଶ୍ୟ ହୋଇଥାଏ। ପିଲାମାନଙ୍କୁ ଏହି ଜଗତ ପ୍ରତି ଉନ୍ମୁକ୍ତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ସୁରକ୍ଷିତ ରଖିବା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

‘‘ଆପଣ କେତେବେଳେ ପିଲାମାନଙ୍କୁ ରାସ୍ତା ଅତିକ୍ରମ କରିବାକୁ ହେବ ଶିଖାଇବା ପରି ଏହା ହୋଇଥାଏ। ଆମେ ପିଲାମାନଙ୍କୁ ଟ୍ରାଫିକ୍ ନିୟମ ଶିଖାଇବା ପରି ଜେବ୍ରା କ୍ରସିଂ, ଫୁଟ୍ପାଥ୍ ଇତ୍ୟାତି ପରି ସୁରକ୍ଷିତ ସ୍ଥାନ ବିଷୟରେ କହିବା ଓ ସେସବୁ ଅନୁସରଣ କରିବା ପାଇଁ କହିବା ପରି ହୋଇଥାଏ।’’

ଆମ୍ଭେମାନେ ସାଇବର କ୍ରାଇମ୍ର ବିଷୟରେ ପିଲାମାନଙ୍କୁ ଜଣାଇବା ଆବଶ୍ୟକ। ଯାହାଫଳରେ ସେମାନେ ନିଜର ସାଇବର ଅଧିକାର ବିଷୟରେ ସଚେତନ ହୋଇପାରିବେ। ଏହି ବିପଦର ଆଶଙ୍କା ଅତିକ୍ରମ କରିବା ପାଇଁ ଆମ୍ଭେମାନେ ସାଇବର କାର୍ଯ୍ୟକଳାପ ଉପରେ ନିକଟରୁ ନଜର ରଖିବା ସହ ଏଥିପାଇଁ ଦିଆଯାଇଥିବା ଉପଯୁକ୍ତ ସମାଧାନ ଇନଷ୍ଟଲ୍ କରିବା ଆବଶ୍ୟକ।

4) ସାଇନ୍ ଅଫ୍ କରିବା ପୂର୍ବରୁ, ଆମ୍ଭମାନଙ୍କୁ ଆପଣଙ୍କର ସର୍ବାଧୁନିକ ବହି ବିଷୟରେ କହନ୍ତୁ।

ମୋର ସବୁଠାରୁ ନୂଆ ବହି - ଫ୍ରମ୍ ମଙ୍କିଙ୍ଗ ଟୁ ପ୍ୟାରେଣ୍ଟିଂ ପରିବାରର ମୂଲ୍ୟବୋଧ ଓ ସମ୍ପର୍କ ଉପରେ ଆଧାରିତ। ଏହାର ସାମଗ୍ରିକ ବିଷୟ ଆପଣଙ୍କର ଆଧାରିତ, ଆପଣଙ୍କ ସହଧର୍ମୀ, ଆପଣଙ୍କ ଶାଶୂଶ୍ୱଶୂର, ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଲାଳନପାଳନ ବିଧି ଉପରେ ଆଧାରିତ। ଏହା ପିତାମାତାଙ୍କର ଦୈନନ୍ଦିନ ଆବଶ୍ୟକତା ଯେପରିକି ପାଠ ପଢ଼ିବାରେ ଅସୁବିଧା, ଜିଦ୍ କରିବା, ଅତ୍ୟଧିକ ସକ୍ରିୟ ହେବା, କଥା କଥାରେ କନ୍ଦାକଟା କରିବା ଇତ୍ୟାଦିରେ ସମାଧାନ ପ୍ରଦାନ କରେ।