ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ

ଗତ କିଛି ବର୍ଷ ଧରି ସମସ୍ତ ପିଲାମାନେ ଅନଲାଇନ ଶିକ୍ଷଣ ପ୍ଲାଟଫର୍ମଗୁଡ଼ିକ ସହିତ ଖାପଖୁଆଇ ଚାଲିଛନ୍ତି l 

ମହାମାରୀ ଦାଉରୁ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ଯଦିଓ ଆମର ଏହା ଏକ ମାତ୍ର ଉପାୟ ଥିଲା ତଥାପି ଅନଲାଇନ ଶିକ୍ଷଣ ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି l ଶିକ୍ଷଣ ପ୍ରକ୍ରିୟାକୁ ଏହା ଅତ୍ୟନ୍ତ ଖରାପ ଭାବରେ ପ୍ରଭାବିତ କରିଛି l ଦୁରନ୍ତ ଶିକ୍ଷାକୁ ଅଳ୍ପ ଦୂରତାଯୁକ୍ତ କରିବା ପାଇଁ ଏଠାରେ କେତେଗୁଡ଼ିଏ ସରଳ ଉପାୟ ଦିଆଯାଇଛି:

କଥୋପକଥନଯୁକ୍ତ ଶିକ୍ଷଣ: ଯେତେବେଳେ କ୍ୟାମେରା ଅଫ୍ ଥାଏ କିମ୍ବା ମ୍ୟୁଟ୍ କରିଦିଅନ୍ତି ଛାତ୍ର ସେତେବେଳେ ସହଜରେ ଅମନଯୋଗୀ ହୋଇଯିବେ l ଏହା ସଫଳ କରିବାକୁ ସେସନ୍ ସାରା ପିଲାମାନଙ୍କୁ ମନଯୋଗୀ କରି ରଖିବା ହିଁ ଗୁରୁତ୍ୱପୂର୍ଣ୍ଣ କଥା ଅଟେ l ସେଇଥି ପାଇଁ ଅଡ଼ିଓ ଏବଂ ଭିଡିଓ ଅନ୍ କରି ରଖିବାକୁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ l

କୌତୁକପୂର୍ଣ୍ଣ କାର୍ଯ୍ୟକଳାପ: ସହପାଠୀମାନଙ୍କର ଅନୁପସ୍ଥିତି ଶିକ୍ଷଣକୁ ବିରକ୍ତିପୂର୍ଣ୍ଣ କରିଦିଏ l ଭୌତିକ ଉପସ୍ଥିତିର ଅଭାବ ସହିତ ତାଳ ଦେବା ପାଇଁ କୌତୁକପୂର୍ଣ୍ଣ କାର୍ଯ୍ୟକଳାପ କରନ୍ତୁ l ଉଦାହରଣ ସ୍ୱରୂପ, ବିଭିନ୍ନ କିସମର ଗଛଲତା ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ ବଗିଚା ଭିତରେ ପଠା ପଢ଼ାନ୍ତୁ l

ପରୀକ୍ଷା କରନ୍ତୁ: ଛୋଟ, ଅପ୍ରତ୍ୟାଶିତ ପରୀକ୍ଷାଗୁଡ଼ିକ ଦ୍ୱାରା ପାଠ ବିଷୟଗୁଡ଼ିକ ପ୍ରତି ପିଲାମାନେ ଅଧିକ ଦୃଷ୍ଟି ଦେବେ l  ଗୋଟିଏ ସପ୍ତାହରେ ଗୋଟିଏ MCQ କିମ୍ବା ବିଭିନ୍ନ ବିଷୟଗୁଡ଼ିକ ସମ୍ପର୍କରେ ଗୋଟିଏ ଛୋଟ ଉପସ୍ଥାପନା ଶିକ୍ଷଣକୁ ଆନନ୍ଦପୂର୍ଣ୍ଣ ଏବଂ ପ୍ରଭାବଶାଳୀ କରିବ l ତାହା ଛଡ଼ା, ପିଲାମାନେ ସାମାଜିକ ଦକ୍ଷତାଗୁଡ଼ିକ ବିକାଶ କରିବାରେ ମଧ୍ୟ ଏହା ସାହାଯ୍ୟ କରିବ l

ପ୍ରଶଂସା କରନ୍ତୁ ଏବଂ ପୁରସ୍କାର ଦିଅନ୍ତୁ: କଠିନ ପରିଶ୍ରମ ପାଇଁ ପ୍ରଶଂସା ଏବଂ ପୁରସ୍କାର ପିଲାମାନଙ୍କୁ ଭଲ କରିବାକୁ ପ୍ରେରଣା ପ୍ରଦାନ କରେ l ଛୋଟ ଛୋଟ ପୁରସ୍କାର ବହୁତ ଆଗକୁ ନିଏ ଏବଂ ଗୋଟିଏ ସଠିକ ଉତ୍ତର ପାଇଁ ପ୍ରଶଂସା ପିଲାମାନଙ୍କୁ ମନଯୋଗୀ ହୋଇ ରହିବାକୁ ଦିଏ l ଆହୁରି ଅଧିକ କଠିନ ପରିଶ୍ରମ କରିବା ପାଇଁ ମଧ୍ୟ ଏହା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ l

ଏଗୁଡ଼ିକ ଛଡ଼ା କଥୋପକଥନଯୁକ୍ତ କାର୍ଯ୍ୟକଳାପ ବିଷୟରେ ଚିନ୍ତା କରିବା ପାଇଁ ଶିକ୍ଷକମାନେ ଦଳ ଗଠନ କରିପାରିବେ, ପ୍ରଶ୍ନ/ଉତ୍ତର ସେସନ୍ ଆୟୋଯନ କରିପାରିବେ ଏବଂ ଅନଲାଇନ ଶିକ୍ଷଣକୁ କୌତୁକପୂର୍ଣ୍ଣ କରିବାକୁ ଅତିଥି ଶିକ୍ଷକମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିପାରିବେ l