ଘୋଷା ପାଠ ଠିକ୍ ନୁହେଁ- ଏହାକୁ ଏଡାଇବାର ତିନୋଟି କାରଣ

 

ଆପଣ ଏହା ମଧ୍ୟରୁ କେଉଁଟି?

ଆପଣ ଜଣେ ଘୋଷି ଘୋଷି ପାଠ ପଢ଼ୁଥିବା ଛାତ୍ର ସାମାନ୍ୟ ଭାବରେ ବିଷୟକୁ ଶିକ୍ଷା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତରେ କିଛି ଚମତ୍କାର ହୋଇଯିବ ବୋଲି ଭାବୁଛନ୍ତି। ସରଳ ଭାବରେ କହିଲେ ଘୋଷା ପାଠ ହେଉଛି ଦିଆଯାଇଥିବା ପାଠକୁ ବାରମ୍ବାର ପଢ଼ି ମନେ ରଖିବା । ଏହାର କ୍ଷୁଦ୍ରକାଳୀନ ଲାଭ ରହିଥାଏ କିନ୍ତୁ ଆପଣଙ୍କର ଶିକ୍ଷାଲାଭର ସମ୍ଭାବନାକୁ ଆଗେଇ ନେବା ପାଇଁ ଆପଣ ପ୍ରକୃତରେ ନିଜେ ଯାହା ବାରମ୍ବାର ପଢ଼ୁଛନ୍ତି ସେସବୁ ବୁଝିବା ପାଇଁ ଉଦ୍ୟମ କରିବା ଆବଶ୍ୟକ।

ଘୋଷା ପାଠ ତ୍ୟାଗ କରିବା ପାଇଁ ତିନୋଟି କାରଣ:

1. ଯଦି ଆପଣ ବିଷୟକୁ ବୁଝିବେ ନାହିଁ ତେବେ ଆପଣ ଯାହା ଶିକ୍ଷା କଲେ ଭୁଲିଯିବେ

ଯଦି ଆପଣ ପ୍ରିଲିମ୍ ଏବଂ ଫାଇନାଲ୍ ପରୀକ୍ଷାରେ ଭଲ କରିବାକୁ ଚାହାଁନ୍ତି ଆପଣଙ୍କୁ ‘‘ଘୋଷା ଚକ୍ର’’ରୁ ବାହାରିବା ପାଇଁ ଯାହା ପଢ଼ୁଛନ୍ତି ତାହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ହେବ।

2. ଯେତେବେଳେ କେବଳ ଘୋଷି ପଢ଼ାଯାଇଥାଏ ସେତେବେଳେ ଅଧ୍ୟୟନ ‘‘ଯନ୍ତ୍ରବତ୍’’ ହୋଇଯାଇଥାଏ

‘‘ଅଧିକାଂଶ ଭାରତୀୟ ଯୁବକ ଯୁବତୀ (ପ୍ରାୟ 80-85%) ଯଥାର୍ଥ ଭାବରେ କୌଣସି ଚାକିରି ପାଇଁ ତାଲିମ୍ପ୍ରାପ୍ତ ନୁହେଁ। ଆମର ଶିକ୍ଷା ପ୍ରଣାଳୀ ଯାହାକି ଘୋଷା ବିଦ୍ୟା ଉପରେ କେନ୍ଦ୍ରିତ ଶିଳ୍ପୋଦ୍ୟୋଗୀ ହେବା ପାଇଁ ଠିକ୍ ନୁହେଁ।’’

- ଇନଫୋସିସ୍ ପ୍ରତିଷ୍ଠାତା, ନାରାୟଣ ମୂର୍ତ୍ତି [1]

ଘୋଷି ଘୋଷି ପଢ଼ିବା ଆମର ଅଧ୍ୟୟନଶୈଳୀକୁ ଅଧିକ ଯନ୍ତ୍ରବତ୍ କରିଦେଉଛି। ଯାହାକି ଆମର ଶିକ୍ଷାପ୍ରତି ଅନାଗ୍ରହ ସୃଷ୍ଟି ହେଉଛି। ଏହା ଦୁଇପ୍ରକାରର ହୋଇପାରେ। ଆପଣ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପାଠପଢ଼ାକୁ ଛାଡ଼ିଦେବେ କିମ୍ବା ନୋଟ୍ ଟିପି ଟିପି ବୋର୍ ହୋଇଯିବେ। ଏହାର ସମାଧାନ ହେଉଛି କିଛି ବିବିଧତା ବା ପରିବର୍ତ୍ତନ ଯୋଗ କରିବା!

ଆପଣ ଟେଡ୍ ଟକ୍ ଭିଡ଼ିଓଜ୍ ଏବଂ ଗୁଗଲ ସ୍କଲାର ଦେଖି ଆପଣଙ୍କ ଶିକ୍ଷାଲାଭ ଶୈଳୀରେ ପରିବର୍ତ୍ତନ ଆଣିପାରିବେ।

3. ବାସ୍ତବ ଜୀବନକୁ ବିଷୟବସ୍ତୁ ସହିତ ସଂଯୁକ୍ତ କରିବା କଷ୍ଟକର ହୋଇଥାଏ

‘‘ତିନି ପ୍ରକାରର ରକ୍ତବାହୀ ନାଳୀ ରହିଛି, ଶିରା, ଧମନୀ ଏବଂ ସଁବାଳୁଆ।’’

ପ୍ରକୃତରେ ଯିଏ ଏହାକୁ ଲେଖିଛନ୍ତି ସେ କ୍ୟାପିଲାରୀକୁ କ୍ୟାଟରପିଲାର୍ ବା ସଁବାଳୁଆ ଲେଖିଛନ୍ତି, ଯେ କି ଏହାର ପ୍ରକୃତ ଅର୍ଥ ହୃଦୟଙ୍ଗମ କରିନାହାନ୍ତି! ତେଣୁ ଆପଣ ଯାହା ପଢ଼ି ଘୋଷି ମନେ ରଖିଛନ୍ତି ତାହା କ’ଣ ପରୀକ୍ଷାର ବହୁ ଦିନ ପୂର୍ବରୁ ଆପଣ ବୁଝିଯିବା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।

ଆପଣ ରକ୍ତବାହୀ ନାଳୀ ବିଷୟରେ ଅଧିକ ଶିକ୍ଷା କରିବାକୁ ଚାହାଁନ୍ତି କି? ଏହି ପିସି ରିସୋର୍ସ ଚେକ୍ କରନ୍ତୁ:
https://study.com/academy/lesson/blood-vessels-arteries-capillaries-more.html

ବିଷୟଭିତ୍ତିକ ୱେବସାଇଟ୍ ସହିତ ଏଠାରେ ବିଭିନ୍ନ ପିସି ଟୁଲ୍ ରହିଛି ଯାହାକି ଆପଣଙ୍କୁ ଅଧ୍ୟୟନ ପ୍ରକ୍ରିୟାରେ ପ୍ରତ୍ୟେକ ଦିଗରେ ସାହାଯ୍ୟ କରିବ। ପାଠ୍ୟପୁସ୍ତକରେ ବର୍ଣ୍ଣନା କରାଯାଇଥିବା ପରୀକ୍ଷା ଦେଖିବାଠାରୁ ପ୍ରଭାବଶାଳୀ ଭାବରେ ଆପଣଙ୍କର ନୋଟ୍ ଏପରି ଭାବରେ ସଂଯୋଜିତ କରିବେ ଯେ ଏହା ଆପଣଙ୍କୁ ବିଷୟବସ୍ତୁରେ ଦକ୍ଷତା ହାସଲ କରିବା ପାଇଁ ସାହାଯ୍ୟ କରିବ-ଏକ ପିସି ସହିତ ଆପଣ ପରୀକ୍ଷା ପାଇଁ ଘୋଷି ଘୋଷି ପଢ଼ିବା ଏଡାଇବାକୁ ସକ୍ଷମ ହେବେ।