- ଶ୍ରୀମତୀ ରଶ୍ମି କାଠୁରିଆ, 2007 ମସିହାରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଦ୍ୱାରା ସମ୍ମାନିତ ଜାତୀୟ ସ୍ତରରେ ଶ୍ରେଷ୍ଠ ଇ-ଶିକ୍ଷକ
ୱିକି ହେଉଛି ଏକ ୱେବସାଇଟ୍ ଯାହାକି ଉପଭୋକ୍ତାଙ୍କୁ ଏହି ସାଇଟ୍ର ପୃଷ୍ଠାରେ ନିଜର ବିଷୟବସ୍ତୁ ଯୋଗ କରିବାକୁ କିମ୍ବା ସମ୍ପାଦନ କରିବାକୁ ଦେଇଥାଏ।(୧) ୱିକି ପିଡିଆ ବିଷୟରେ ଭାବନ୍ତୁ କିନ୍ତୁ ଛୋଟ ଧରଣର,ଏହାକୁ ପିସି ସକ୍ଷମ ଶିକ୍ଷାଲାଭ ସୁବିଧା ଦିଆଯାଉଥିବା ଶ୍ରେଣୀଗୃହର ଚାହିଦା ଅନୁଯାୟୀ ପ୍ରସ୍ତୁତ କରନ୍ତୁ। ଏହା ମିଳିତ ଗବେଷଣାଭିତ୍ତିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସାହଜନକ ଶିକ୍ଷାଲାଭର ସୁବିଧା ଦେଇଥାଏ। ଅଧିକନ୍ତୁ ଶିକ୍ଷକମାନେ ସେମାନଙ୍କ ଆସାଇନମେଣ୍ଟ ଅଗ୍ରଗତି (ଉଭୟେ ବ୍ୟକ୍ତିଗତ ଓ ଦଳଗତ ସ୍ତରରେ) ନିରୀକ୍ଷଣ କରିପାରିବେ ଏବଂ ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ପଠନ ସାମଗ୍ରୀକୁ ସୁସଂଯୋଜିତ କରିପାରିବେ ଏବଂ ଛାତ୍ରଛାତ୍ରୀଙ୍କର ସ୍ୱାଧୀନ ମନୋଭାବକୁ ବଜାୟ ରଖିପାରିବେ!
ଗୁଗୁଲ ସାଇଟ୍ରେ ଗୋଟିଏ ୱେବସାଇଟ୍ ସୃଷ୍ଟି କରନ୍ତୁ ଏବଂ ଏହାକୁ ଗ୍ରେଡ୍, ବିଷୟ ଏବଂ ଯଦି ଆବଶ୍ୟକ ଅଧ୍ୟାୟ ଅନୁଯାୟୀ ନାମକରଣ କରନ୍ତୁ।(୨)
ଆପଣଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରି- ଗ୍ରୁପ୍ ଆସାଇନମେଣ୍ଟ କିମ୍ବା ଏକ ସଂଯୋଜିତ ଜ୍ଞାନର ଭଣ୍ଡାର (ଏହା ଉଭୟ ହୋଇପାରେ!), ସୂଚନା ସଂଯୋଜିତ କରନ୍ତୁ ଏବଂ ନିର୍ଦ୍ଦେଶନାମା ସହ ସୁରକ୍ଷା ପଦକ୍ଷେପ ସେଟ୍ଟପ୍ କରନ୍ତୁ।(୩) ଆପଣ ୱେବରେ ଯେକୌଣସି ସ୍ଥାନରୁ ଲିଙ୍କ ଆହରଣ କରିପାରିବେ ଏବଂ ପୂର୍ବବର୍ତ୍ତୀ ଆସାଇନମେଣ୍ଟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ନମୁନା ଭାବରେ ଦେଖାଇପାରିବେ। ଛାତ୍ରଛାତ୍ରୀମାନଙ୍କୁ ଯେତେ ସମ୍ଭବ ସ୍ୱାଧୀନ ଭାବରେ ଛାଡ଼ିଦିଅନ୍ତୁ ଫଳରେ ସେମାନେ ଯୋଡ଼ି ହୋଇରହିଥିବା ପରି ଅନୁଭବ କରିବେ, ନିୟନ୍ତ୍ରଣରେ ରହିବେ ଏବଂ ପୁଣି ଆସିବା ପାଇଁ ଉତ୍ସାହିତ ହେବେ।
ଛାତ୍ରଛାତ୍ରୀଙ୍କ ଇମେଲ୍ ଆଇଡି ଇମ୍ପୋର୍ଟ କରନ୍ତୁଏବଂ ସେମାନଙ୍କ ନିଜର ୱିକି କ୍ଲାସରୁମ୍ ବ୍ୟବହାର କରିବାକୁ ଆମନ୍ତ୍ରଣ କରନ୍ତୁ। କହିବା ବାହୁଲ୍ୟ ଯେ ଶ୍ରେଣୀରେ ସେମାନଙ୍କୁ ନିଶ୍ଚୟ ଭଲ ଭାବରେ ପଢ଼ାଇ ଦିଆଯିବ ଏବଂ ଧୀରେ ଧୀରେ ଆପଣଙ୍କ ପାଠପଢ଼ାରେ ୱିକି ସାମିଲ୍ କରିବାକୁ ଚେଷ୍ଟା କରନ୍ତୁ।
କୌଣସି ନୂଆ ବିଷୟ ଯେଉଁଥିରେ ନୂଆ ନୂଆ କଥା ରହିଥାଏ କିନ୍ତୁ ଦୀର୍ଘକାଳୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସେ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ। ସ୍କୋରବୋର୍ଡ ମାଧ୍ୟମରେ (ଆମେ ସମସ୍ତେ ଜନ୍ମରୁ ପ୍ରତିଦ୍ୱନ୍ଦ୍ୱୀ) ଭାବରେ ଏହାର କରାଯିବ। ଏହା ସହିତ ରିୱାର୍ଡ ବା ପୁରସ୍କାର ବ୍ୟବସ୍ଥା ରଖିପାରିବେ। ତଳ ଭିତରେ ଅନୁକୂଳ ପ୍ରତିଯୋଗିତା ମାଧ୍ୟମରେ କେହି ଏକୁଟିଆ ହୁଅନ୍ତି ନାହିଁ ବା ପଛରେ ପଡିଯିବା ପରି ଅନୁଭବ କରନ୍ତି ନାହିଁ।(୪) ଏହି ପୁରସ୍କାର ଆନୁସଂଗିକ ବିଷୟ ସମ୍ପର୍କିତ ଯେପରିକି ନିଜର ବିଷୟ ଭିତ୍ତିକ ଫିଲ୍ଡରେ ବାଛିବା କିମ୍ବା ନମ୍ବର ଆକାରରେ ହୋଇପାରିବ।
"ଶ୍ରେଣୀଗୃହରେ ଜ୍ଞାନକୌଶଳ ବ୍ୟବହାର ନିଶ୍ଚୟ ଏକ ମଙ୍ଗଳକାରୀ ବିଷୟ ଏବଂ ବର୍ତ୍ତମାନର ସମୟ ହେଉଛି ଆମେ ସମସ୍ତେ ଏକ ଭର୍ଚୁଆଲ୍ କ୍ଲାସରୁମ୍ ସୃଷ୍ଟି କରିବା ଓ ଏହାକୁ ବ୍ୟବହାର କରିବା!"
ଶିକ୍ଷାଦାନ ନିମନ୍ତେ ଶ୍ରେଣୀ ଗୃହରେ ପିସି ସମର୍ଥ ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ବ୍ୟବହାର ପାଇଁ ଚାହୁଁଥିବା ଅନ୍ୟ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ଶ୍ରୀମତୀ ରଶ୍ମି କାଠୁରିଆଙ୍କର ବକ୍ତବ୍ୟ।(୫)
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ