ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ

ଶିକ୍ଷଣର ସମସ୍ତ ପାରମ୍ପରିକ ଧାରାକୁ ଗତ ଦୁଇବର୍ଷ ପୁନଃନିର୍ଣ୍ଣୟ କରିସାରିଛି l ଅନଲାଇନ କ୍ଲାସ୍ ସହିତ ପିଲାମାନେ ଦିନର ଅଧିକାଂଶ ସମୟ ସେମାନଙ୍କର ଲାପଟପ୍ ସାମ୍ନାରେ ବସି ବସି କ୍ଲାନ୍ତ ହୋଇଯିବା ସମ୍ପୂର୍ଣ୍ଣ ସାଧାରଣ ହୋଇଯାଇଛି l ସେମାନଙ୍କ ସାଙ୍ଗ ସାଥୀମାନଙ୍କ ସହିତ ଯେଉଁ ଖେଳ କୌତୁକ ହରାଇବାର ଅନୁଭବ ସହିତ ଏହା ଯୋଗ କରୁଛି l ଏହାର ସମାଧାନ କରି ଅନଲାଇନ କ୍ଲାସଗୁଡ଼ିକୁ କୌତୁକପୂର୍ଣ୍ଣ କରିବା ପାଇଁ ଶିକ୍ଷକମାନେ ସାମାଜିକ-ଆବେଗିକ ଶିକ୍ଷଣ ଆଭିମୁଖ୍ୟକୁ ଉପଯୋଗ କରିପାରିବେ l ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଏକ ଗୋଷ୍ଠୀଗତ ଭାବନାକୁ ପୁନଃସ୍ଥାପନ କରିବାକୁ ପ୍ରେରଣା ଦେଇପାରିବେ ଏବଂ ନିମ୍ନଲିଖିତ ଜିନିଷ ଅଭ୍ୟାସ କରିପାରିବେ:

ଚରିତ୍ର-ଅଭିନୟ ଅଭ୍ୟାସ: ସାହିତ୍ୟ ଶ୍ରେଣୀଗୁଡ଼ିକରେ ଚରିତ୍ର-ଅଭିନୟ ହେଉଛି ସାମର୍ଥ୍ୟ ବୃଦ୍ଧି କରିବାର ଏକ ବଢିଆ ଉପାୟ l ବିଦ୍ୟାର୍ଥୀମାନଙ୍କୁ ଭୂମିକା ବାଣ୍ଟି ଦିଆଯିବ ଏବଂ ଆପଣ ସେହି ନାଟକ ବା ବିଷୟ ପଢ଼ାଇବା ସମୟରେ ତାହାକୁ ସେମାନେ ଅଭିନୟ କରିବେ l

କାହାଣୀ ସମୟ ବ୍ୟବହାର କରନ୍ତୁ: ବିଦ୍ୟାର୍ଥୀମାନେ କ୍ଲାସ୍ ଶେଷରେ କାହାଣୀ ସମୟ ପାଇଁ କିଛି ସମୟ ବାହାର କରିବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ l ଶେଷରେ ଏକ ନୈତିକ ଶିକ୍ଷା ରହିଥିବା ଏକ ମଜାଳିଆ ଗପ ଆପଣଙ୍କର କିଶୋର ବିଦ୍ୟାର୍ଥୀମାନଙ୍କ ଦିନଟିକୁ ବହୁତ ଭଲ କରିପାରିବ l ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର କ୍ୟାମେରା ଅନ୍ କରିବାକୁ କୁହନ୍ତୁ ଏବଂ ପ୍ରତ୍ୟେକ କ୍ଲାସ୍ ଶେଷରେ ଗୋଟିଏ ଗପ କୁହନ୍ତୁ l ସମୟାନୁସାରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଏବଂ ସର୍ବସାଧାରଣରେ କଥା କହିବାର ଦକ୍ଷତା ବିକାଶ କରିବାରେ ମଧ୍ୟ ଏହା ସାହାଯ୍ୟ କରେ l

ସୃଜନାତ୍ମକ ଉପସ୍ଥାପନା: ବିଦ୍ୟାଳୟର ପାଠ ବିଷୟ ବ୍ୟତୀତ ଅନ୍ୟ ବିଷୟଗୁଡ଼ିକର ଉପସ୍ଥାପନ ବିଦ୍ୟାର୍ଥୀମାନଙ୍କୁ ନିଜ ନିଜ ଭିତରେ କଥାବାର୍ତ୍ତା କରିବାର ପ୍ରେରଣା ଯୋଗାଇବ l ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାର ଏକ ମନୋଭାବକୁ ଫେରାଇ ଆଣିବା ପାଇଁ ସେମାନେ ମଧ୍ୟ ଏକାଠି କାମ କରି ଗୃପ୍ ପ୍ରକଳ୍ପ ଉପସ୍ଥାପନ କରିପାରିବେ l

ଏହା ବ୍ୟତୀତ, ପ୍ରତିଦିନର କାର୍ଯ୍ୟ ବିଷୟରେ ପିଲାମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ପାଇଁ ଆପଣ ମଧ୍ୟ ପିଲାମାନଙ୍କୁ ଅନୁମତି ଦେଇପାରିବେ, ପିଲାମାନଙ୍କୁ ନିଜ ନିଜ ଭିତରେ ଉନ୍ନତିକୁ ମାପିବାକୁ ସେମାନଙ୍କୁ ଶିକ୍ଷା ଦିଅନ୍ତୁ ଏବଂ ସହଯୋଗୀତାପୂର୍ଣ୍ଣ ଶିକ୍ଷଣ କୌଶଳଗୁଡ଼ିକ ଉପସ୍ଥାପନ କରନ୍ତୁ l ଅନଲାଇନ କ୍ଲାସରେ ବିଦ୍ୟାର୍ଥୀମାନଙ୍କୁ ଏହା ମନୋବଳପୂର୍ଣ୍ଣ ହେବାରେ ସାହାଯ୍ୟ କରେ ଏବଂ ପରୋକ୍ଷ ଅଂଶଗ୍ରହଣକାରୀ ହେବା ଅପେକ୍ଷା ସେମାନଙ୍କ କ୍ୟାମେରା ଅନ୍ କରି ଅଂଶ ଗ୍ରହଣ କରନ୍ତୁ l