ଘରେ ଏବଂ ବିଦ୍ୟାଳୟରେ ଉଭୟ ସ୍ଥାନରେ ଆପଣଙ୍କ ସନ୍ତାନର ଶିକ୍ଷା ପାଇଁ ପିସି ନିହାତି ଆବଶ୍ୟକ ଏହା ମାଧ୍ୟମରେ ପିଲାମାନେ ତତ୍କାଳ ଜ୍ଞାନ ଲାଭ କରିପାରନ୍ତି, ବିଷୟକୁ ଗଭୀର ଭାବରେ ବୁଝିପାରନ୍ତି ଏବଂ ନିଜେ ନିଜର ମୂଲ୍ୟାୟନ କରିପାରନ୍ତି। ଭାରତରେ ଏବେ ଅପେକ୍ଷାକୃତ ଭାବେ ନୂଆ, କିନ୍ତୁ ବିଶ୍ୱବ୍ୟାପୀ କ’ଣ ଆଶା କରାଯାଉଛି ଓ କ’ଣ ତ୍ୟାଗ କରାଯିବ ସେ ବିଷୟରେ ବହୁ ଅନୁମାନ କରାଯାଉଛି। ଆପଣ କିପରି ଭାବରେ ଭ୍ରାନ୍ତ ଧାରଣାରୁ ପ୍ରକୃତ ଘଟଣାକୁ ପୃଥକ କରିବେ ସେ ବିଷୟରେ ଜାଣିବାର କଥା ଦିଆଯାଇଛି:
ଧରି ନିଅନ୍ତୁ ଯେ ଆପଣ ନିଜ ଇଚ୍ଛା ମୁତାବକ କ’ଣ କରିବେ ତାହାର ସ୍ୱାଧୀନତା ସହିତ ଆପଣଙ୍କ କାର୍ଯ୍ୟ ଦିବସକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛନ୍ତି- କିପରି ଅନୁଭବ କରୁଛନ୍ତି, ଖୁବ ଭଲ ନା?
ଠିକ ସେହିପରି ଭାବରେ ଯେତେବେଳେ ପିଲମାନେ ନିଜର ଅଧ୍ୟୟନ ଯୋଜନା କରନ୍ତି ସେମାନଙ୍କୁ ମଧ୍ୟ ଖୁସି ଲାଗେ। ନିଜ ସାଧ୍ୟ ଅନୁଯାୟୀ ଶିକ୍ଷା କରନ୍ତି ପିଲାମାନେ ପିସି ବ୍ୟବହାର କରି ବିଦ୍ୟାଳୟରେ ହେଉ ବା ଘରେ, ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଶିକ୍ଷା କରିପାରନ୍ତି ଏହି ଫଳାଫଳ ସେମାନଙ୍କର ବିଷୟକୁ ଭଲ ଭାବରେ ବୁଝିବା ସହିତ ଅଧ୍ୟୟନରେ ଆଗ୍ରହ ବୃଦ୍ଧି କରିଥାଏ।
ଆଉ ସେକାଳ ନାହିଁ ଯେତେବେଳେ ପିତାମାତାମାନେ ଟର୍ମ ରିପୋର୍ଟ କାର୍ଡ ପାଇଁ ଅପେକ୍ଷା କରି ରହୁଥିଲେ ଏବଂ ପିଲା କିପରି କରୁଛି ଜାଣିବା ପାଇଁ ପ୍ୟାରେଣ୍ଟ ଟିଚର ମିଟିଂ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ଏବେ ଶିକ୍ଷକମାନେ ନିୟମିତ ଇମେଲ ପଠାଇ ଅପଡେଟ୍ କରିପାରିବେ ଏବଂ ପିତାମାତା କ୍ଲାଉଡ ବେସଡ ପୋର୍ଟାଲ୍ କିମ୍ବା ଏକ ୱିକି ସ୍ପେସ୍ କ୍ଲାସରୁମ୍ ମାଧ୍ୟମରେ ବର୍ଷସାରା ପରୀକ୍ଷା ଦେଖିପାରିବେ। ଏହିପରି ଭାବରେ ପିତାମାତାମାନେ ତାଙ୍କ ପିଲାର ସ୍ଥିତି କ’ଣ ଜାଣିପାରିବେ ଏବଂ ଠିକ ସମୟରେ ସହାୟତା ଯୋଗାଇ ଦେଇପାରିବେ।
ବିୱାଇଓଡ଼ି (ବ୍ରିଙ୍ଗ ଇୟୋର ଓନ୍ ଡିଭାଇସ୍) ଅତ୍ୟନ୍ତ ଉତ୍ସାହଜନକ, ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପିସିର ଉପାଦେୟତା କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରଭାବଶାଳୀ ଉପାୟ। ଛାତ୍ରଛାତ୍ରୀମାନେ ସେମାନଙ୍କର ନିଜ ଡିଭାଇସରେ ଅଭ୍ୟସ୍ତ ହେବେ ଫଳରେ ଲଗ୍ଇନ୍ ଏବଂ ସେଟିଂରେ ସମୟ ଖର୍ଚ୍ଚ ହେବ ନାହିଁ।
ଏବଂ କିପରି ଭାବରେ ପିସି ବ୍ୟବହାର କରିବେ ଶିକ୍ଷାକଲେ ଆପଣ ପ୍ରକୃତ ଶିକ୍ଷାଲାଭରୁ ଅଧିକ ସଞ୍ଚୟ କରିବେ। ଏହାସହିତ ପିଲାମାନେ ଗବେଷଣା, ପ୍ରକଳ୍ପ ଏବଂ ପରୀକ୍ଷା ପାଇଁ ଶ୍ରେଣୀ ଚାଲିଥିବା ସମୟରେ ତତ୍କାଳ ରିସୋର୍ସଗୁଡ଼ିକ ଆକ୍ସେସ କରିପାରିବେ।
ଆମର ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ସମାଜରେ- ବର୍ଦ୍ଧିତ ଷ୍ଟେମ୍ (STEM) (ବିଜ୍ଞାନ, ଜ୍ଞାନକୌଶଳ, ଇଂରାଜୀ ଏବଂ ଅଙ୍କ) ଉପରେ ବିଦ୍ୟାଳୟରେ ଅଧିକ ଧ୍ୟାନ ଦିଆଯିବା ବର୍ତ୍ତମାନ ସମୟର ଚାହିଦା ହୋଇଛି ଏବଂ ଏପରିକି ବର୍ତ୍ତମାନ ଉପଲବ୍ଧ ନଥିବା ନିଯୁକ୍ତିର ଚାହିଦା ପୂରଣ କରିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ! ସ୍କୁଲଗୁଡ଼ିକ ପରୀକ୍ଷାଗାର କାର୍ଯ୍ୟାଭ୍ୟାସ ବୃଦ୍ଧି କରି, ମେକରସ୍ପେସ୍ ପ୍ରୋଜେକ୍ଟ ପ୍ରଚଳନ ଏବଂ ରୋବଟ ଅଲମ୍ପିଆଡ ପରି ଉତ୍ସାହଜନକ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଥାଆନ୍ତି।
ପ୍ରତ୍ୟେକ କ୍ଷେତ୍ରପରି ପରିବର୍ତ୍ତନ ହିଁ ଏକମାତ୍ର ସ୍ଥିରତା। ପିଲାମାନେ ଦ୍ରୁତ ଗତିରେ ବଦଳୁଥିବା ଡିଜିଟାଲ୍ ଜଗତ ପ୍ରତି ପ୍ରସ୍ତୁତ ହେବା ନିମନ୍ତେ ସେମାନଙ୍କୁ ଉପଯୁକ୍ତ ପିସି ଚୟନ କରିବାରୁ ଆରମ୍ଭ କରନ୍ତୁ ଏବଂ ସେମାନଙ୍କର ଶିକ୍ଷାଲାଭ ପ୍ରତି ମନୋଭାବରେ ପରିବର୍ତ୍ତନ ଅନୁଧ୍ୟାନ କରନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ