ଶିକ୍ଷଣ ବା ଲର୍ନିଂର ଉପାୟ, ରୋଟ୍‍ ନୁହେଁ, ରାଇଟ୍‍

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ରୋଟ୍ ଲର୍ନିଂ ସହିତ ପରିଚିତ,ଏହା ଏକ ମୁଖସ୍ଥ କରିବା କୌଶଳ ଯାହା ଛାତ୍ରଛାତ୍ରୀମାନଙ୍କୁ ପଢ଼ିଥିବା ମନେପକାଇବା ଓ ମନେରଖିବାରେ ତାଙ୍କୁ ସାହାଯ୍ୟ କରିବାକୁ ପୁନରାବୃତ୍ତି ଉପରେ ଆଧାରିତ ଅଟେ। ଅବଶ୍ୟ, ଶିକ୍ଷଣର ଏହି ପ୍ରକାର ଧାରଣାଗୁଡ଼ିକୁ ବୁଝିବା ପରିବର୍ତ୍ତେ ତାକୁ ମୁଖସ୍ଥ କରିବା ପାଇଁ ଉତ୍ସାହିତ କରେ।


ମାନସିକ ଚାପ ସମସ୍ୟା

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପାଠ୍ୟକ୍ରମ ସଂଜ୍ଞା, ଧାରଣା, ସୂତ୍ର ଏବଂ ତଥ୍ୟକୁ ମୁଖସ୍ଥ କରିବା ଉପରେ ଧ୍ୟାନ ଦେଇଥାଏ, ମାତ୍ର 14% ଭାରତୀୟ ଶ୍ରେଣୀଗୃହରେ ପାଠ୍ୟ ପୁସ୍ତକ ବ୍ୟତୀତ ଶିକ୍ଷାଦାନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ଏହା ଭବିଷ୍ୟତର ନିଯୁକ୍ତି ଉପରେ ପ୍ରଭାବ ପକାଇଥାଏ, ଅଧ୍ୟୟନରୁ ଜଣାପଡ଼ିଛି ଯେ 25%ରୁ କମ୍ ଭାରତୀୟ ସ୍ନାତକ ଇଞ୍ଜିନିୟର କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। 1

ବାସ୍ତବତା ହେଉଛି ଯେ ଜଣେ ଛାତ୍ର ବା ଛାତ୍ରୀ କେବଳ ବାସ୍ତବ ଜୀବନରେ ଏକ ଧାରଣା ପ୍ରୟୋଗ କରିବାରେ ସକ୍ଷମ ହେବ ଯେତେବେଳେ ସେ ଧାରଣାକୁ ବୁଝିବ, କେବଳ ଏହାକୁ ମୁଖସ୍ଥ କରିବ ନାହିଁ। ଏହା ହେଉଛି କିଛି ବିଷୟ ଯାହାକି କର୍ମକ୍ଷେତ୍ରରେ ସୃଜନଶୀଳତା, ଜଟିଳ ଚିନ୍ତା କରିବା ଏବଂ ଜଟିଳ ସମସ୍ୟାର ସମାଧାନ କରିବା ହେଉଛି ଆଜିର ‘ଡିଜିଟାଲ୍ ଇଣ୍ଡିଆନ୍ସ’ ପାଇଁ ତିନୋଟି ବାଞ୍ଛନୀୟ ଦକ୍ଷତା।

 

 

ସମାଧାନ?

ରୋଟ୍ ଲର୍ନିଂ ଠାରୁ ଦୂରେଇ ଯିବା । ଏଥିପାଇଁ, ଆମେ ପ୍ରତିବର୍ଷ ଜୁନ୍ 10 ତାରିଖରେ ରାଇଟ୍&zwjକୁ ପ୍ରୋତ୍ସାହିତ କରିବାକୁ ଆଣ୍ଟି-ରୋଟ୍ ଡେ ପାଳନ କରୁ, ଲର୍ନିଂର ଉପାୟ ନୁହେଁ ରୋଟ୍&zwj।

ଆଜିର ଟେକ୍ନୋଲୋଜି ଚାଳିତ ଦୁନିଆରେ, PC ଶିକ୍ଷା ମାଧ୍ୟମରେ ଲର୍ନିଂର ସଠିକ୍ ଉପାୟ ଅବଲମ୍ବନ କରିବା ସମ୍ଭବ ଅଟେ। ଏହା ନିମ୍ନୋକ୍ତ ମାଧ୍ୟମରେ କରାଯାଇପାରିବ:

 

  • ଇ-ବୁକ୍&zwj
    ପାଠ୍ୟପୁସ୍ତକ ଏବଂ ନୋଟଗୁଡ଼ିକର ସାମ୍ପ୍ରତିକ ଆକାର ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ କରିପାରେ, ଯେଉଁଥି ପାଇଁ କ୍ଷୁଦ୍ର, ସଂକ୍ଷିପ୍ତ ଏବଂ ଇଣ୍ଟରାକ୍ଟିଭ୍ ଇ-ବୁକ୍ ଏବଂ PDF ଯୋଗାଇବା ଗୁରୁତ୍ୱପୂର୍ଣ୍ଣ ଅଟେ।

  • ଇଣ୍ଟରଆକ୍ଟିଭ୍&zwj ମିଡିଆ
    ଅଡିଓ, ଭିଡିଓ ଏବଂ ଆନିମେସନ୍ ଛାତ୍ରଛାତ୍ରୀଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ସେମାନଙ୍କ ଧ୍ୟାନକୁ ବଜାୟ ରଖେ, ଏକ ଧାରଣା ଯେପରି ସେମାନଙ୍କ ସହିତ ଅଧିକ ସମୟ ରହିବାକୁ ସୁନିଶ୍ଚିତ କରେ।

  • ପ୍ରୋଜେକ୍ଟ ଓ ପ୍ରେଜେଣ୍ଟେସନ
    ବ୍ୟକ୍ତିଗତ ଉପସ୍ଥାପନା ବା ପ୍ରେଜେଣ୍ଟେସନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଯୋଗାଯୋଗ ଦକ୍ଷତାର ଉନ୍ନତି ସହିତ ଏକ ଧାରଣାକୁ ବୁଝିବାର ମାତ୍ରା ପ୍ରଦର୍ଶନ କରିବାରେ ସାହାଯ୍ୟ କରେ।

  • ସାଥୀଙ୍କ ଠାରୁ ଶିକ୍ଷଣ
    ଗୁଗୁଲ୍ (Google) ଡକ୍ୟୁମେଣ୍ଟ ଏବଂ ଭର୍ଚୁଆଲ ତର୍କ ପରି ଅନଲାଇନ୍ ସାମଗ୍ରୀଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଯୋଗ କରିପାରିବେ, ସୃଷ୍ଟି କରିପାରିବେ ଏବଂ ପରସ୍ପର ଠାରୁ ଶିଖିପାରିବେ।

  • ସନ୍ଦେହ ମୋଚନ ଅଧିବେଶନ
    କୁଇଜ୍ ଏବଂ ମତାମତ ଫର୍ମ ମାଧ୍ୟମରେ, ଜଣେ ଛାତ୍ର ବା ଛାତ୍ରୀଙ୍କର ଏକ ଧାରଣା ବିଷୟରେ ବୁଝାମଣା ମାପ କରାଯାଇପାରିବ ଏବଂ ଫଳସ୍ୱରୂପ ସନ୍ଦେହ ଦୂର କରାଯାଇପାରିବ।

  • ଅତିଥି ଅଧ୍ୟାପକ
    ଅନଲାଇନ୍ ଲର୍ନିଂରେ କୌଣସି ପାର୍ଥିବ ପ୍ରତିବନ୍ଧକ ନଥାଏ, ଯାହାକି ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅତିଥି ଅଧ୍ୟାପକମାନଙ୍କୁ ଡିଜିଟାଲ୍&zwj ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାରେ ସକ୍ଷମ କରିଥାଏ।

 

ଆମର ଅନଲାଇନ୍ ଲର୍ନିଂ ୱେବିନାର୍ ଜରିଆରେ ଆଜି ଆପଣ ଏହି ଶିଫ୍ଟକୁ ଆକର୍ଷଣୀୟ ଓ ଇଣ୍ଟରାକ୍ଟିଭ୍ ଲର୍ଣ୍ଣିଂରେ ପରିଣତ କରିପାରିବେ।