ପରୀକ୍ଷା ଶେଷ ହୋଇଯାଇଛି ଏବେ ଦୀପାବଳି ଛୁଟିର ସମୟ ଏବଂ ପିଲାମାନେ ଯାହା ଇଛା କରିବାକୁ ଚାହାଁନ୍ତି କିନ୍ତୁ ପାଠ ପଢ଼ା କଣ ହେବ। ବହୁ ପିତାମାତାଙ୍କ ପରି ଆପଣ ମଧ୍ୟ ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ ଆପଣଙ୍କ ଶିଶୁ କେବଳ ପରୀକ୍ଷା ପୂର୍ବରୁ ବ୍ୟସ୍ତ ବିବ୍ରତ ହୋଇ ପଢ଼ିବା ପରିବର୍ତ୍ତେ ନିୟମିତ ପଢ଼ିବା ଅଭ୍ୟାସ ରଖୁ।
ପିସିରେ ଏଣ୍ଟର କରନ୍ତୁ
ଏହି ପିସି ଆପଣଙ୍କର ସବୁ ବୟସର ଓ ସ୍ତରର ପିଲାମାନଙ୍କ ପାଇଁ ପାଠ ପଢ଼ାକୁ ଶିକ୍ଷଣୀୟ ତଥା କୌତୁକିଆ କରିବା ପାଇଁ ଏକ ଅପରିହାର୍ଯ୍ୟ ସାଧନ। ଛୁଟି ଦିନରେ ଏହା ପିଲାମାନଙ୍କ ପାଇଁ ସେମାନେ ସ୍କୁଲରେ କଣ ଶିଖିଛନ୍ତି ପରୀକ୍ଷା କରିବାର ପ୍ରକୃଷ୍ଠ ସମୟ ହୋଇଥାଏ, ବିଷୟକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ନ୍ତୁ ଏବଂ ସେମାନଙ୍କର ପସନ୍ଦ ଅନୁଯାୟୀ ସୃଜନଶୀଳ ହୁଅନ୍ତୁ।[1]
ଏଠାରେ ଦୀପାବଳି ଛୁଟି ଦିନକୁ ଆପଣଙ୍କ ଶିଶୁ ପାଇଁ କୌତୁକିଆ ତଥା ଶିକ୍ଷଣୀୟ କରିବା ପାଇଁ କେତୋଟି ବିଷୟ ଦିଆଯାଇଛି:
ବହୁ ସମୟରେ ଗେମିଂକୁ "ସମୟ ନଷ୍ଟ" ଭାବରେ ବର୍ଣ୍ଣନା କରାଯାଇଥାଏ କିନ୍ତୁ ପ୍ରକୃତରେ ସଠିକ୍ ଖେଳ ସହାୟକ ହୋଇପାରେ। ଏହି ୱେବସାଇଟ୍- ଲର୍ଣ୍ଣିଂ ଗେମ୍ସ ଫର୍ କିଡ୍ସ ଛାତ୍ରଛାତ୍ରୀମାନଙ୍କର ଇଂରାଜୀ ବ୍ୟାକରଣରେ ଉନ୍ନତି ଆଣିବା, ନୂଆ ଶଦ୍ଦ ଶିଖିବା ଏବଂ ବିଜ୍ଞାନ ଓ ଗଣିତର ବିଭିନ୍ନ ବିଷୟ ସହିତ ଅଧିକ ଅଭ୍ୟସ୍ତ ହେବା ତଥା ବିଦ୍ୟାଳୟରେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତାଗୁଡ଼ିକୁ ଅଧିକ ମନେରହିବା ପରି ଏବଂ କୌତୁକିଆ ଶୈଳୀରେ ଶିକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ।[2]
ଏହା ଏକ ଚମତ୍କାର ପ୍ରକଳ୍ପ ଯାହାକି ପିଲାମାନଙ୍କୁ କିଛି ଦିନ ଧରି ଜଡ଼ିତ କରି ରଖିବ ଏବଂ ଏହାର ଉପାଦାନରେ ଦୀପାବଳିକୁ ଧରିରଖିବାର ସଠିକ୍ ଉପାୟ ହେବ। ସ୍କ୍ରାପ୍ ବୁକ୍ ସଜାଇବା ପିଲାମାନଙ୍କୁ ଜିନିଷ ପତ୍ର ସଂଯୋଜିତ କରିବା ଓ ବିଭିନ୍ନ ସମୟକୁ ରେକର୍ଡ କରି ରଖିବାର କଳା ଶିଖାଇଥାଏ, ସେମାନେ ନିଜର ସୃଜନଶୀଳତାର ବ୍ୟବହାର କରିଥାନ୍ତି ଏବଂ ଯଥାସମ୍ଭବ ଶ୍ରେଷ୍ଠ ଉପାୟରେ କିପରି ଉପସ୍ଥାପନା କରିବେ ଶିକ୍ଷା କରିଥାନ୍ତି। ଏପରି ଏକ ପ୍ଲାଟଫର୍ମ ହେଉଛି କାନ୍ ଭା ଯାହାକି ଅତ୍ୟନ୍ତ କଳାତ୍ମକ ତଥା ଏକକ ଶୈଳୀରେ ଜୀବନର ସ୍ମରଣୀୟ ମୁହୂର୍ତ୍ତକୁ ସାଇତି ରଖିଥାଏ।[3]
ପିଲାମାନଙ୍କୁ ଭିଡିଓ ବିଷୟବସ୍ତୁ ରେକର୍ଡ କରିବା ପାଇଁ ଓ ପିସିରେ ଭିଡିଓ ସୃଷ୍ଟି କରିବା ପାଇଁ ଶିକ୍ଷା ଦିଅନ୍ତୁ। ଏହା ସେମାନଙ୍କୁ କେବଳ ମୌଳିକ ତତ୍ୱ ବୁଝିବାକୁ ଦେଇନଥାଏ ତାହା ସହିତ ମୁଖ୍ୟ ବିଷୟଗୁଡ଼ିକ ଯେପରିକି କାହାଣୀ କହିବା ଏବଂ ଭିଡିଓକୁ ଯୋଗାଯୋଗର ମୁଖ୍ୟ ପଦ୍ଧତି ଭାବରେ ବ୍ୟବହାର କରିବାକୁ ଶିଖାଇଥାଏ।
ଏକ କ୍ଷୁଦ୍ର ଅନଲାଇନ୍ ପାଠ୍ୟକ୍ରମ ପାଇଁ ଗୋଟିଏ କ୍ଷେତ୍ରରେ ସେମାନଙ୍କୁ ସାଇନ୍ କରନ୍ତୁ ଏହା ସେମାନଙ୍କୁ ଚମତ୍କୃତ କରିବ।[4] ଏହା ସେମାନଙ୍କୁ ଘରେ ଓ କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରଖି ତାଙ୍କର ରୁଚି ବଢ଼ାଇବାରେ ସାହାଯ୍ୟ କରିବ। ଏହା ସ୍କୁଲର ବିଷୟ ହେବା ଜରୁରୀ ନୁହେଁ କିନ୍ତୁ ସେମାନେ ଜାଣିବାକୁ ଚାହୁଁଥିବା ଯେ କୌଣସି କ୍ଷେତ୍ର ହୋଇପାରେ।
ପିସି ଆପଣଙ୍କ ଶିଶୁ ପାଇଁ କେବଳ ଦୀପାବଳି ଛୁଟି ସମୟରେ ନୁହେଁ ବର୍ଷ ସାରା ମନୋରଞ୍ଜନ ଓ ଶିକ୍ଷାର ସନ୍ତୁଳନ ହୋଇଥାଏ। ସର୍ବୋପରି ଏହା ହେଉଛି 2017 ମସିହାର ପିଲାମାନେ ବ୍ୟବହାର କରୁଥିବା ପ୍ରଥମ ଶିକ୍ଷା ସାଧନଗୁଡ଼ିକ ମଧ୍ୟରୁ ଗୋଟିଏ।[5]
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ