ଆପଣଙ୍କ ପିସିକୁ ଅଧିକ ନିରାପଦ କରିବ ଏହି ତିନୋଟି ବ୍ୟାବହାରିକ ସୂଚନା

 

ସଦାସର୍ବଦା ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଥାଏ।

- ଚାର୍ଲସ ଏମ୍. ହାୟେସ୍

 

ଟେକ୍ନୋଲୋଜି ହେଉଛି ଆମର ଦୈନନ୍ଦିନ ଜୀବନର ଏକ ବିଶାଳ ଅଂଶ। ଏହା ଉପାଦେୟ, ସୂଚନାତ୍ମକ ଏବଂ କୌତୁକିଆ କିନ୍ତୁ ଆପଣ ବ୍ରାଉଜ୍ କରିବା ସମୟରେ କେତେ ନିରାପଦ ଅନୁଭବ କରନ୍ତୁ ନା କାହିଁକି ତାହା ସତ୍ତ୍ୱେ ବିପଦଜନକ ମଧ୍ୟ ହୋଇପାରେ।  ଉତ୍ତମ ପିସି ନିରାପତ୍ତା ବିଧି ବ୍ୟବହାର ଅଭ୍ୟାସ ଆପଣଙ୍କୁ ଓ ଆପଣଙ୍କ ପ୍ରିୟପରିଜନଙ୍କୁ ସୁରକ୍ଷା ପ୍ରଦାନ କରିପାରେ।

 

 ପାସୱାର୍ଡ ସଠିକ ରଖିବା

 

ଆମେ ସମସ୍ତେ ଭୟଙ୍କର ଲେଖା  ଓ ହ୍ୟାକର୍ ମାନଙ୍କର ଅତିରଞ୍ଜିତ ଭିଡିଓ ଦେଖିଥାଉ ଓ ପଢ଼ିଥାଉ।  ଅବଶ୍ୟ, ସେଗୁଡ଼ିକ ମଧ୍ୟରୁ କେତୋଟି ଅତ୍ୟନ୍ତ ଚତୁରତାପୂର୍ଣ୍ଣ ହୋଇଥାଏ କିନ୍ତୁ ପରେ ଅନୁତାପ କରିବାଠାରୁ ବରଂ ସୁରକ୍ଷିତ ରହିବା ସଦାସର୍ବଦା ଶ୍ରେଷ୍ଠ ହୋଇଥାଏ।  ଆପଣ କଣ କରିପାରିବେ ଏଠାରେ ଦିଆଯାଇଛି:

  •  ଦୀର୍ଘ ପାସୱାର୍ଡ ବ୍ୟବହାର କରନ୍ତୁ - ୮ ବର୍ଣ୍ଣ କିମ୍ବା ଅଧିକ ସୁପାରିଶ୍ କରାଯାଉଛି।
  •  ବର୍ଣ୍ଣର ଏକ ଦୃଢ଼ ସମାହାର ବ୍ୟବହାର କରନ୍ତୁ କେବେବି ସମାନ ପାସୱାର୍ଡ ଏକାଧିକ ସାଇଟ୍ ପାଇଁ ବ୍ୟବହାର କରନ୍ତୁ ନାହିଁ।
  • ଆପଣଙ୍କ ପାସୱାର୍ଡ ଅନ୍ୟ କାହାକୁ ଜଣାନ୍ତୁ ନାହିଁ ଏବଂ ତାହା ଲେଖି ରଖନ୍ତୁ ନାହିଁ (ବିଶେଷକରି ଆପଣଙ୍କ ମନିଟରରେ ସଂଲଗ୍ନ ହୋଇଥିବା ଏକ ନୋଟ୍ ରେ ପୋଷ୍ଟ୍ କରନ୍ତୁ ନାହିଁ)।
  • ସାମୟିକ ବ୍ୟବଧାନରେ ଆପଣଙ୍କ ପାସୱାର୍ଡ ଅପଡେଟ୍ କରନ୍ତୁ, ଅତି କମ୍ ରେ ୬ ମାସରେ ଥରେ (୯୦ ଦିନ ହେଲେ ଭଲ)।

 

 ଯଦି ଏହା ସନ୍ଦେହଜନକ ମନେ ହେଉଥାଏ, ଏହା ଖୋଲନ୍ତୁ ନାହିଁ

 

ଯେଉଁ ଇମେଲ୍ ଗୁଡ଼ିକ ଚିହ୍ନଟଯୋଗ୍ୟ ଅନଲାଇନ୍ ସେବାରୁ ହୋଇଥାଏ ଏବଂ ଆପଣଙ୍କୁ ସମାନ ବ୍ୟକ୍ତିଗତ ବିବରଣୀ ସୁନିଶ୍ଚିତ କରିବା ପାଇଁ ଏକ ସାଇଟ୍ କୁ ଲଗ୍ ଇନ୍ କରିବାକୁ କୁହେ ସେଗୁଡ଼ିକ ସଦାସର୍ବଦା ଫେକ୍ ବା ନକଲି ହୋଇଥାଏ।

ଏହି ଇମେଲ୍ ଗୁଡ଼ିକ ସାଧାରଣତଃ ସ୍ପାମ୍ ଫିଲ୍ଟରର ଇମେଲ୍ ଆପ୍ଲିକେସନରେ ଧରା ପଡ଼ିଥାଏ, କିନ୍ତୁ ଯଦି କୌଣସି ଏହା ମଧ୍ୟ ଦେଇ ସ୍ଲିପ୍ ହୋଇଯାଇଥାଏ ଓ ଆପଣ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତି, ଆପଣଙ୍କ ୱେବବ୍ରାଉଜର ଏହାକୁ ଡିଟେକ୍ଟ କରିବା ଉଚିତ ଏବଂ ଏହା ଆପଣଙ୍କୁ ଆପଣ ସଠିକ ସଫ୍ଟଓୟାର ଧାରଣ ନ କରିବା ପର୍ଯ୍ୟନ୍ତ ସାଇଟ୍ କୁ ବ୍ଲକ୍ କରିଦେଇଥାଏ।

 

 ବ୍ୟାକ୍ ଅପ୍ କରନ୍ତୁ

 

 ରୁଟିନ୍ ବ୍ୟାକ୍ ଅପ୍ ର ସୂଚୀ ପ୍ରସ୍ତୁତ କରିବା ଆପଣଙ୍କୁ ଅପ୍ରତ୍ୟାଶିତ ଘଟଣାରୁ ସୁରକ୍ଷା ଦେଇପାରେ।  ଯଦି ଆପଣ ନିଜର ଡାଟା ବ୍ୟାକ୍ ଅପ୍ କରୁନାହାନ୍ତି ତେବେ ଆପଣ ନିଜର ସାରା ଜୀବନର ଡାଟା ହରାଇବାର ସମ୍ଭାବନା ରହିଛି।

ଆପଣଙ୍କ ଡିଭାଇସର ଫିଜିକାଲ୍ ସିକ୍ୟୁରିଟି ବା ଭୌତିକ ସୁରକ୍ଷା ଟେକ୍ନିକାଲ୍ ସୁରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। 

  • ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପିସି ଛାଡ଼ିଯିବା ଆବଶ୍ୟକ ପଡ଼େ - ଏହାକୁ ଲକ୍ କରିଦିଅନ୍ତୁ ଯାହାଫଳରେ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। 
  •   ଯଦି ଆପଣ ଫ୍ଲାସ୍ ଡ୍ରାଇଭ୍ କିମ୍ବା ଏକ୍ସଟରନାଲ୍ ହାର୍ଡଡ୍ରାଇଭ୍ ରେ ସମ୍ବେଦନଶୀଳ ସୂଚନା ରଖନ୍ତି, ସୁନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ମଧ୍ୟ ଲକ୍ କରି ବା ତାଲା ପକାଇ ରଖନ୍ତି। 
  • ଡେସ୍କଟପ୍ କମ୍ପ୍ୟୁଟରଗୁଡ଼ିକ ପାଇଁ ବ୍ୟବହାର କରୁନଥିବା ସମୟରେ ସିଷ୍ଟମ ସଟ୍-ଡାଉନ୍ କରନ୍ତୁ କିମ୍ବା ଆପଣଙ୍କ ସ୍କ୍ରିନ୍ ଲକ୍ କରିଦିଅନ୍ତୁ।

 

ବର୍ତ୍ତମାନ ଆପଣ ନିଜ ପିଲାଙ୍କୁ ଇଣ୍ଟରନେଟ୍ ରେ ସୁରକ୍ଷିତ ରଖିବା ପିସି ନିରାପତ୍ତା ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି - ହାପି ଡିଜିଟାଲ୍ ପ୍ୟାରେଣ୍ଟିଂ!