ଅନଲାଇନ୍ ଶିକ୍ଷା ପାଇଁ ଆପଣଙ୍କର 2021 ନବ ବର୍ଷ ରେଜୋଲୁସନରେ ଅନ୍ତର୍ଭୁକ୍ତ କରିବାକୁ ଥିବା ଜିନିଷଗୁଡିକ

 

ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ ବଦଳି ଯାଇଛି। ଆଜି ଏକ କମ୍ପ୍ୟୁଟର ସ୍କ୍ରିନରୁ ଶିକ୍ଷାଦାନ ଚାଲିଛି। 2021 ଆଗକୁ ଆସୁଥିବା ଦିନଗୁଡିକୁ ଆଖିରେ ରଖି, ଆମକୁ PC ଶିଖିବା ପାଇଁ ଦାୟିତ୍ଵବାନ ହୋଇ ନିଷ୍ପତ୍ତି ନେବାକୁ ପଡିବ।

PC ଶିକ୍ଷା ପାଇଁ ଏହି ସବୁ ଜିନିଷ ଆପଣ ନିଜର  ନବ ବର୍ଷ ରେଜୋଲୁସନରେ ଅନ୍ତର୍ଭୁକ୍ତ କରିପାରିବେ।

ଇଣ୍ଟର୍ନେଟ ସୁରକ୍ଷା ବଜାୟ ରଖନ୍ତୁ

ଆପଣ ନିଜ ପିତାମାତାଙ୍କ ବିନା ଅନୁମତିରେ ଇଣ୍ଟରନେଟରେ ନିଜର ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ନରଖିବା ପାଇଁ ନିଶ୍ଚିତ କରନ୍ତୁ। ଆପଣଙ୍କର ପିତାମାତା ବ୍ୟତୀତ ଅନ୍ୟ କାହା ସହିତ ଆପଣଙ୍କର ପାସୱାର୍ଡ ସେୟାର କରନ୍ତୁ ନାହିଁ। ଯେତେବେଳେ ଆପଣ ଏକ ସାର୍ବଜନୀନ କମ୍ପ୍ୟୁଟର ବ୍ୟବହାର କରନ୍ତି, ସେତେବେଳେ ଆପଣ ଆକ୍ସେସ୍ କରିଥିବା ଆକାଉଣ୍ଟଗୁଡିକରୁ ଲଗ୍ ଆଉଟ୍ କରିବାକୁ ଭୁଲନ୍ତୁ ନାହିଁ।

ଆପଣଙ୍କର ସ୍କ୍ରୀନ ଟାଇମକୁ ଧ୍ୟାନରେ ରଖନ୍ତୁ

ଆପଣ ଯେତେବେଳେ ନିଜ ସମୟକୁ ଇଣ୍ଟରନେଟରେ ମନୋରଞ୍ଜନ ଏବଂ ଶିକ୍ଷା ଉଦ୍ଦେଶ୍ୟ ପାଇଁ ବ୍ୟବହାର କରନ୍ତି, ସେତେବେଳେ ଆପଣ ଅନଲାଇନରେ ବ୍ୟତୀତ କରୁଥିବା ସମୟ ବିଷୟରେ ଧ୍ୟାନ ଦେବା ଆବଶ୍ୟକ। ଅଯଥାରେ ଅନଲାଇନରେ ଘଣ୍ଟା ଘଣ୍ଟା ସମୟ ବିତାନ୍ତୁ ନାହିଁ।

ଅନଲାଇନ୍ କ୍ଲାସ୍ ମାଧ୍ୟମରେ ନୂତନ କୌଶଳ ଶିଖନ୍ତୁ

ଆପଣଙ୍କର ସୁବିଧା ପାଇଁ 2021 ରେ PC ଶିଖିବା ବ୍ୟବହାର କରନ୍ତୁ। ସେହି କ୍ଲାସଗୁଡିକରେ ନାମ ଲେଖାନ୍ତୁ ଯାହା ଆପଣଙ୍କର ଆଗ୍ରହ ଏବଂ ପ୍ରତିଭାକୁ ଜାଗ୍ରତ କରେ, ଆପଣଙ୍କର ଦକ୍ଷତାକୁ ବଢାଇଥାଏ, ଆପଣଙ୍କୁ ନୂତନ କୌଶଳ ଶିଖିବାକୁ ସକ୍ଷମ କରେ ଏବଂ ଆପଣଙ୍କ ସମୟର ସଦୁପଯୋଗ କରିବାରେ ସହାୟ ହୁଏ।

ଅନଲାଇନରେ ଅନ୍ୟମାନଙ୍କ ପ୍ରତି ଦୟା ଭାବ ରଖନ୍ତୁ

ଆଜିକାଲି କଟୁ ବକ୍ତବ୍ୟ ଏବଂ ନିଚ୍ଚ ଟିପ୍ପଣୀ ଇଣ୍ଟରନେଟରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହିପରି କଟୁ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ଏବଂ 2021କୁ ସମସ୍ତଙ୍କ ପାଇଁ ଏକ ସକାରାତ୍ମକ ବର୍ଷରେ ପରିଣତ କରନ୍ତୁ। ଟ୍ୱିଟ୍, ପୋଷ୍ଟ ଏବଂ କମେଣ୍ଟଗୁଡିକୁ ପ୍ରୋତ୍ସାହିତ କରି ଇଣ୍ଟର୍ନେଟକୁ ଅଧିକ ସୁରକ୍ଷିତ କରନ୍ତୁ।

ଅବଶିଷ୍ଟ ବର୍ଷ ପାଇଁ ଏହି ରେଜୋଲୁସନଗୁଡିକୁ ଅନୁସରଣ କରିବାକୁ ନିଶ୍ଚିତ କରନ୍ତୁ ଏବଂ ଇଣ୍ଟରନେଟକୁ ଦାୟିତ୍ଵବାନ ଭାବେ ଶିଖିବା ପାଇଁ ବ୍ୟବହାର କରନ୍ତୁ।