ତୁମେ, ଆସନ୍ତାକାଲିର ପିଲାମାନେ, ଏକ ଉତ୍ତମ ଏବଂ ଅଧିକ ବ୍ୟକ୍ତିଗତକୃତ ଉପାୟରେ ଅଧ୍ୟୟନ କରିବା ପାଇଁ ତୁମର ସୁବିଧା ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରୁଛ । ଏଠାରେ ଛଅଟି ଉପାୟ ଅଛି ଯେଉଁଥିରେ ଟେକ୍ନୋଲୋଜି ତୁମ ଅଧ୍ୟୟନରୁ ଅଧିକ ଲାଭ ଉଠାଇବାରେ ସାହାଯ୍ୟ କରିପାରିବ ।
 
ଟେକ୍ନୋଲୋଜି-ପରିଚାଳିତ ଶିକ୍ଷା ଯୋଗୁଁ, ତୁମକୁ ତୁମର ସହପାଠୀମାନଙ୍କ ସ୍ପିଡ ସହିତ ତାଳ ଦେଇ ଚାଲିବାକୁ ପଡ଼ିବ ନାହିଁ । ଇ-ଶିକ୍ଷଣ ହେତୁ, ଆପଣ ଏପରି ଏକ ଗତିରେ ଶିଖିପାରିବେ ଯାହାକୁ ଆପଣ ଆରାମଦାୟକ ମନେ କରନ୍ତି ।
 
ବୋଧହୁଏ ଏପରି ଏକ ବିଷୟ ଅଛି ଯାହାକୁ ତୁମେ ସାଧାରଣତଃ ବୁଝିବାକୁ ସକ୍ଷମ ହେଉନାହାଁନ୍ତି । ଭର୍ଚୁଆଲ୍ ଲର୍ନିଂ ବ୍ୟବହାର କରି, ତୁମେ ନିଜ ପାଇଁ ଏହାକୁ ଆଗ୍ରହଜନକ ଏବଂ ଆକର୍ଷଣୀୟ କରିବାକୁ ସେହି ବିଷୟ ଉପରେ ମଜାଦାର ଆଲୋଚନା ଏବଂ ଭିଡିଓ ଦେଖିପାରିବ ।
 
ଟେକ୍ନୋଲୋଜି ଯୋଗୁଁ, ତୁମର ପିତାମାତା ତୁମର ଶିକ୍ଷଣ ପ୍ରକ୍ରିୟାରେ ଅଧିକ ସୂଚିତ ଓ ଜଡ଼ିତ ହୋଇପାରିବ । ତୁମେ ଭର୍ଚୁଆଲ୍ ଲର୍ନିଂ ସମୟରେ କନସେପ୍ଟ ବା ଧାରଣା ବୁଝିବାରେ ଏବଂ ସନ୍ଦେହ ବା ଡାଉଟ୍ କୁ ଦୂର କରିବା ପାଇଁ ସେମାନଙ୍କୁ ପଚାରି ପାରିବ ।
 
ଯଦି ପଢ଼ିବା ସମୟରେ କିମ୍ବା ଏକ ପ୍ରୋଜେକ୍ଟ କରିବା ବେଳେ ତୁମର କିଛି ଡାଉଟ୍ ରହିଥାଏ, ତେବେ ତୁମେ ଏହାକୁ ଅନଲଇନରେ ଉତ୍ତର ଖୋଜି ଟେକ୍ନୋଲୋଜି ସାହାଯ୍ୟରେ ଏହାକୁ ଦୂର କରିପାରିବ ।
 
ଇ-ଶିକ୍ଷଣ ପାଇଁ ନୋଟବୁକ ପରି ସାମଗ୍ରୀର ଆବଶ୍ୟକତା ନାହିଁ କାରଣ ଅନଲାଇନରେ ଅନେକ ମାଗଣା ବିକଳ୍ପ ଉପଲବ୍ଧ ରହିଥାଏ । ଏହା ତୁମର ଅଧ୍ୟୟନକୁ ଅଧିକ ମିତ୍ୟବ୍ୟୟୀ କରିଥାଏ ।
 
ତୁମକୁ କେବଳ ବହି ଓ ପାଠ୍ୟପୁସ୍ତକ ମାଧ୍ୟମରେ ଆଉ ଶିଖିବାକୁ ପଡ଼ିବ ନାହିଁ । ତୁମର ସ୍ଥାନ କିମ୍ବା ବଜେଟ୍ ନିର୍ବିଶେଷରେ ବିଭିନ୍ନ ମାଗଣା ଉତ୍ସ ଉପଲବ୍ଧ ଅଛି, ଯାହା ତୁମକୁ ତୁମର ପ୍ରଶ୍ନର ଉତ୍ତର ଦେବାରେ, ସନ୍ଦେହ ବା ଡାଉଟର ସମାଧାନ କରିବାରେ ଏବଂ ଶିଖିବା ଜାରି ରଖିବାରେ ସାହାଯ୍ୟ କରିବ ।
 
ଅନଲାଇନରେ ଶିକ୍ଷଣର ଲାଭ ପାଆନ୍ତୁ ଯାହା ଫଳରେ ତୁମେ ଉତ୍ତମ-ବଳିଷ୍ଠ ଉପାୟରେ ଅଧ୍ୟୟନ କରିପାରିବେ ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.