ଆଜି ଗୁରୁ ଦିବସରେ, ଗୋଟିଏ ପିସି ସହିତ ଆପଣଙ୍କ ଶିକ୍ଷାଦାନର ସ୍ତର ବୃଦ୍ଧି କରନ୍ତୁ

 

 

ଏହି ପିସି ହେଉଛି ଶିକ୍ଷା କରିବା ପାଇଁ ଏକ ସାଧନ।
ଏହି ପିସି ହେଉଛି ଗବେଷଣା ପାଇଁ ଏକ ସାଧନ।
ଏହି ପିସି ହେଉଛି ଆପଣଙ୍କୁ ପରୀକ୍ଷା କରିବା ପାଇଁ ଏକ ସାଧନ।
ଏହି ପିସି ହେଉଛି ଅନେକ ଜିନିଷ।
ଆପଣଙ୍କ ପାଇଁ।
ହଁ, ଆପଣ- ହେଉଛନ୍ତି ଶିକ୍ଷକ।

ଏଠାରେ ଦିଆଯାଇଛି କିପରି:

ଏହି ପିସି ଆପଣଙ୍କର ଶିକ୍ଷଣ ସାଧନଗୁଡ଼ିକ ଏକାଠି କରେ।

ପିସି ସାହାଯ୍ୟରେ ଆପଣଙ୍କ ଆଙ୍ଗୁଠି ଟିପରେ ସୂଚନା ଲାଭ କରିବାର କୌଣସି ସୀମା ନାହିଁ। ଆପଣଙ୍କୁ କେବଳ ଆପଣ ଚାହୁଁଥିବା ସୂଚନା ଠିକ୍ ସ୍ଥାନରେ ଖୋଜିବା ଦରକାର। ଆପଣ ପରବର୍ତ୍ତୀ ଶ୍ରେଣୀରେ ପଢ଼ାଇବାକୁ ଚାହୁଁଥିବା ବିଷୟ ଗବେଷଣା କରିବାଠାରୁ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଭିଡିଓ ବ୍ୟବହାର କରି ବିଷୟକୁ ଅଣ୍ଟରଆକ୍ଟିଭ୍ କରିବା ପର୍ଯ୍ୟନ୍ତ, ସବୁକିଛି ଏକାଠି କରିପାରେ ଏହି ପିସି।

ଏହି ପିସି ସମସ୍ତ ଆଧୁନିକ ଶିକ୍ଷଣ ସାଧନ ଏକାଠି କରେ

ଆପଣଙ୍କ ଶ୍ରେଣୀକୁ ତୁନ୍ଦ୍ରା ଅଞ୍ଚଳକୁ ନେବାକୁ ଚାହାଁନ୍ତି କି?
ଆପଣଙ୍କର ଉତ୍ତର ହେଉଛି ଭର୍ଚୁଆଲ୍ ଫିଲ୍ଡ ଟ୍ରିପ୍ସ।

ଆପଣଙ୍କ ଶ୍ରେଣୀରେ ଆପଣ ସବୁକିଛି ଗୋଟିଏ ସ୍ଥାନରେ ଚାହାଁନ୍ତି କି- ଆସାଇନମେଣ୍ଟ, ପରୀକ୍ଷା, ପ୍ରଶ୍ନପତ୍ର ଇତ୍ୟାଦି?
ଏହାର ଗୋଟିଏ ଉପାୟ ହେଉଛି କ୍ଲାଉଡ୍ ଷ୍ଟୋରେଜ୍।

ଆପଣ ଗୋଟିଏ ରଚନା ପାଇଁ ଶ୍ରେଣୀକୁ ଉତ୍ସାହିତ କରିବା ପାଇଁ ଚାହାନ୍ତି କି?
ଏହାର ଗୋଟିଏ ଉପାୟ ହେଉଛି ଟେଡ୍ ଭିଡିଓଜ୍।

ଏଠାରେ ମାତ୍ର ତିନୋଟି ଉଦାହରଣ ଦିଆଯାଇଛି, ଗୋଟିଏ ପିସି ସହିତ ଆପଣଙ୍କ ଛାତ୍ରଙ୍କର ପ୍ରିୟ ଶିକ୍ଷକ ହେବା ପାଇଁ ସମସ୍ତ ଜିନିଷ ପାଇପାରିବେ।

ଏହି ପିସି ବିଶ୍ୱର ଶିକ୍ଷକ ସମ୍ପ୍ରଦାୟକୁ ଏକାଠି କରେ

ପିସି ବିଷୟରେ ସବୁଠାରୁ ବଡ଼ ଅଂଶ ହେଉଛି ଏହା ଆପଣଙ୍କୁ ପୃଥିବୀ ଚାରିପଟେ ଯେ କୌଣସି ବ୍ୟକ୍ତିଙ୍କ ସହ ସହଜରେ ସଂଯୁକ୍ତ କରିପାରେ। ଜଣେ ଶିକ୍ଷକ ଭାବରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସାରା ବିଶ୍ୱର ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କର ମନୋଭାବକୁ ବୁଝିବା ଏବଂ ମାଇକ୍ରୋସଫ୍ଟ ଏଜୁକେଟର କମ୍ୟୁନିଟି ସହିତ ଆପଣ ଆରମ୍ଭ କରିପାରିବା।

ଅଧିକ ଜାଣିବା ପାଇଁ, ଏଠାକୁ ଯାଆନ୍ତୁ:
https://www.dellaarambh.com/post/three-discussion-forums-every-teacher-should-be-part-of

ଏ ସବୁର ସାରାଂଶ ଶୁଣନ୍ତୁ ଶ୍ରୀମତୀ ଗୌରି- ଜଣେ ଅଧ୍ୟକ୍ଷଙ୍କ ମୁହଁରୁ, କିପରି ଜଣେ ଶିକ୍ଷକଙ୍କ ହାତରେ ଜ୍ଞାନକୌଶଳର ସାଧନ ଧରାଇଦେଲେ ସମାଜରେ ଅଭୂତପୂର୍ବ ପରିବର୍ତ୍ତନ ହୋଇପାରିବ। ସେ ମଧ୍ୟ କହନ୍ତି ଯେ କିପରି ଭାବରେ ଆରମ୍ଭ ଅଧିବେଶନ ତାଙ୍କ ଶିକ୍ଷକମାନଙ୍କର ଶିକ୍ଷା କରିବାର ବିଶ୍ୱାସ ବଢ଼ାଇଥିଲା ଓ ସେମାନଙ୍କୁ ଅଧିକ ଅଭିନବ ଉପାୟରେ ଶିକ୍ଷାଦାନ କରିବାରେ ସାହାଯ୍ୟ କରିଥିଲା।