ଆପଣ ତିନୋଟି ସ୍କୁଲ୍ ପରବର୍ତ୍ତୀ କ୍ଲବରେ ଯୋଗଦେବା ଉଚିତ୍

 

ଯଦି ଆପଣ ନିଜର ଉପର ଶ୍ରେଣୀର ପିଲାମାନଙ୍କୁ ସଠିକ ସ୍କୁଲ୍ ପରାମର୍ଶ ବିଷୟରେ ପଚାରିବେ ସେମାନଙ୍କର ଉତ୍ତର ହେବ ପାଠ ପ୍ରତି ଗୁରୁତ୍ୱ ଦେବା ସହିତ ଅତିକମ୍ରେ ଗୋଟିଏ ଆନୁସଙ୍ଗିକ କାର୍ଯ୍ୟକଳାପ ନିୟମିତ କରିବେ। ଆପଣଙ୍କର ଅଂଶଗ୍ରହଣ କେବଳ କଲେଜରେ ଆବେଦନ କଲାବେଳେ ସାହାଯ୍ୟ କରିବ ନାହିଁ, ଏହା ମଧ୍ୟ ଆପଣଙ୍କୁ ସାମଗ୍ରିକ ଭାବରେ ସାଂସାରିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିବ କାରଣ ଆପଣ ନିୟମିତ ଭାବରେ ନିଜ ଭାବ ପ୍ରକାଶର ମାଧ୍ୟମ ହେବ?

ଏଠାରେ ତିନୋଟି ସ୍କୁଲ ପରବର୍ତ୍ତୀ କ୍ଲବ ବିଷୟରେ ଦିଆଯାଇଛି, ଯେଉଁଥିରେ ଆପଣ ଯୋଗଦେବା ଉଚିତ୍ କିମ୍ବା ଯଦି ଆପଣଙ୍କ ସ୍କୁଲରେ ଏହା ନାହିଁ ତେବେ ଆରମ୍ଭ କରିବା ଉଚିତ୍:

 

1) କୋଡିଂ: ଅନଲାଇନରେ ସବୁକିଛି କରିବାର ମୂଳଦୁଆ

ଭାରତ ବାହାରେ ପ୍ରତି 3ଜଣ ପିଲାଙ୍କ ମଧ୍ୟରୁ ଜଣେ 15 ବର୍ଷ ହେବା ପୂର୍ବରୁ କୋଡ୍ କରିବା ଶିକ୍ଷା କରିବା ଆରମ୍ଭ କରିଥାନ୍ତି। ଭାରତରେ 10ଜଣକ ଭିତରୁ ମାତ୍ର ଜଣେ ଏହା କରିଥାନ୍ତି।. ଆପଣ Scratch, Code ଏବଂ Codecademy ପରି ୱେବସାଇଟ୍ ସାହାଯ୍ୟରେ ସ୍କୁଲ୍ ପରବର୍ତ୍ତୀ ମୌଳିକ ବିଷୟଗୁଡ଼ିକ ଶିକ୍ଷା କରି ଅନ୍ୟମାନଙ୍କଠାରୁ ଆଗରେ ରହିପାରିବେ। ଆପଣଙ୍କର ଗ୍ରୁପ୍ ବା ଦଳ ଯେତେ ଛୋଟ ହେଲେ ମଧ୍ୟ କୌଣସି ଅସୁବିଧା ନାହିଁ, ଆପଣଙ୍କୁ କେବଳ ଆକ୍ସେସ୍ କରିବା ପାଇଁ ୱାଇଫାଇ ସହିତ ଏକ ପିସି ଆବଶ୍ୟକ ହେବ!

 

2) କଳା: ସାରା ଜଗତକୁ ଆପଣଙ୍କର ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ

‘‘ପ୍ରତ୍ୟେକ ଶିଶୁ ହେଉଛି ଜଣେ କଳାକାର, ସମସ୍ୟା ହେଉଛି ତୁମେ ବଡ଼ ହେବା ପର୍ଯ୍ୟନ୍ତ କଳାକାର ହୋଇ ରହିବା’’ - ପାବଲୋ ପିକାସୋ
ହାତରେ ଅଏଲ୍ ପେଣ୍ଟ କରିବା କିମ୍ବା ସ୍କେଚ୍ କରିବା ଯଦି ଆପଣଙ୍କର କାର୍ଯ୍ୟ ନୁହେଁ ତେବେ ଆର୍ଟ କ୍ଲବରେ ଆର୍ଟ ଡିଜିଟାଲି ଚିତ୍ର ଆଙ୍କି ନିଜର ହାତର କରାମତି ପରଖି ନିଅନ୍ତୁ। Sketch, YouiDraw ଏବଂ Pixilart ହେଉଛି କେତେକ ଡିଜିଟାଲ୍ ପ୍ଲାଟଫର୍ମ ଯେଉଁଠାରୁ ଆରମ୍ଭ କରିପାରିବେ- ଆପଣଙ୍କ ପିସିରେ ଆହୁରି ବହୁତ ଜିନିଷ ରହିଛି। ଆର୍ଟ କ୍ଲବ ବିଷୟରେ ସବୁଠାରୁ ଭଲ କଥା ହେଉଛି ଆପଣ ଆରାମରେ ଘରକୁ ଫେରିବେ ଏବଂ ଏହା ସହିତ ଅନ୍ତରରେ ସାଫଲ୍ୟର ଆନନ୍ଦ ଅନୁଭବ କରିବେ।

 

3) ସଙ୍ଗୀତ: ଅଧିକ ଧୈର୍ଯ୍ୟବାନ ହେବା ପାଇଁ ଆପଣଙ୍କ ମସ୍ତିଷ୍କକୁ ସଂଯୁକ୍ତ କରନ୍ତୁ

ଧୈର୍ଯ୍ୟବାନ୍ ହେବା ଆପଣଙ୍କ ଜୀବନରେ ସବୁକ୍ଷେତ୍ରରେ ଏପରିକି ପାଠପଢ଼ାରେ, ଖେଳରେ, ସାମାଜିକ ଜୀବନରେ ଏବଂ ଘରେ ସାହାଯ୍ୟ କରିବା। ସଙ୍ଗୀତରେ ଦକ୍ଷତା ହାସଲ କରିବା ଦ୍ୱାରା, ଗୀତ ଲେଖିବାରେ ଦକ୍ଷ ହେବା ଦ୍ୱାରା, ବାଦ୍ୟ ଯନ୍ତ୍ର ବଜାଇବା ଦ୍ୱାରା କିମ୍ବା ଗାଇବା ଦ୍ୱାରା, ଆପଣ ଯେତିକି ସମୟ ଆପଣଙ୍କ ଦକ୍ଷତା ବୃଦ୍ଧିରେ ବିତାଇବେ ଆପଣଙ୍କ ଧୈର୍ଯ୍ୟ ସେତିକି ବଢ଼ିବ। ଆପଣ ନିଜ ପସନ୍ଦର ବାଦ୍ୟ ଯନ୍ତ୍ର ବଜାଇବା YouTube ଟ୍ୟୁଟୋରିଆଲରୁ ଦେଖି ଶିଖିପାରିବେ ଏବଂ ଆପଣଙ୍କ ସ୍କୁଲ୍ ପରବର୍ତ୍ତୀ କ୍ଲବରେ LMMS ବ୍ୟବହାର କରି ମ୍ୟୁଜିକ୍ ତିଆରି କରିପାରିବେ।

କିଏ ଜାଣେ ଏହି କାର୍ଯ୍ୟକଳାପ ହୁଏତ ଆପଣଙ୍କ କ୍ୟାରିଅର୍ ପାଲଟିଯାଇପାରେ?

 

ପିଏସ୍: ଉଭୟେ ଘରେ ଓ ବିଦ୍ୟାଳୟରେ ପିସିର ସର୍ବୋତ୍ତମ ବ୍ୟବହାର କରି ଶ୍ରେଷ୍ଠ ଶିକ୍ଷା ବର୍ଷର ଆନନ୍ଦ ଲାଭ କରନ୍ତୁ!