ଆପଣଙ୍କ ଶିଶୁର ଅଧ୍ୟୟନ ପାଇଁ ତିନୋଟି ପ୍ରଭାବଶାଳୀ ଉପାୟ

 

ପ୍ରତ୍ୟେକ ଶିଶୁ ଭିନ୍ନ ହୋଇଥାନ୍ତି ଓ ନିଜ ଶୈଳୀରେ ଅଧ୍ୟୟନ କରିଥାନ୍ତି। କେତେକ ବିଷୟକୁ ଭଲ ପାଆନ୍ତି ବୋଲି କଠିନ ପରିଶ୍ରମ କରିବାକୁ ଭଲ ପାଆନ୍ତି ଓ ଆଉ କେତେକ ବାଧ୍ୟ ହୋଇ ପାଠ ପଢ଼ିଥାନ୍ତି। ପିତାମାତା ଭାବରେ ଆପଣ ଚାହାନ୍ତି ଯେ ଆପଣଙ୍କ ଶିଶୁର ମଙ୍ଗଳ ହେଉ ଏବଂ ଶିଶୁର ଅଧ୍ୟୟନ ଜଗତ ସହିତ ଅନୁକୂଳ ସମ୍ପର୍କ ଓ ମନୋଭାବ କାମନା କରିଥାନ୍ତି।

ପରୀକ୍ଷା ଯୋଗୁଁ ଦିନକୁ ଦିନ ଚାପ ବଢ଼ୁଥିବା କାରଣରୁ ଆପଣଙ୍କ ଶିଶୁକୁ ଅଧିକ ଆତ୍ମବିଶ୍ୱାସୀ ହେବାରେ ସାହାଯ୍ୟ କରନ୍ତୁ ଏବଂ ନିମ୍ନଲିଖିତ ପ୍ରମାଣିତ ଓ ପ୍ରଭାବଶାଳୀ ଅଧ୍ୟୟନ ପଦ୍ଧତି ସହ ଆପଣଙ୍କ ଶିଶୁକୁ ପରୀକ୍ଷାର କଠିନ ସମୟ ପାଇଁ ପ୍ରସ୍ତୁତ କରନ୍ତୁ:

1. ପରୀକ୍ଷା ଅଭ୍ୟାସ କରନ୍ତୁ

ଅଧ୍ୟୟନର ଅତି ସାଧାରଣ ଉପାୟ, ଏହା ସବୁବେଳେ ଆପଣଙ୍କ ଶିଶୁର ଉନ୍ନତିରେ ସହାୟକ ହୋଇଥାଏ। ବାରମ୍ବାର ପ୍ରଶ୍ନପତ୍ର ସମାଧାନ କରିବା ଶିଶୁକୁ ସୂଚନା ମନେ ରଖିବା ପାଇଁ ସାହାଯ୍ୟ କରେ ଓ ପ୍ରତିଥର ଆହୁରି ଭଲ କରିବା ପାଇଁ ଶିଶୁକୁ ଉତ୍ସାହିତ କରେ। ଏହା ସହିତ ଆପଣଙ୍କ ଶିଶୁକୁ ପୁନଃ ଶିକ୍ଷାଲାଭ କରିବା ପାଇଁ ଅଧ୍ୟାୟ ଚିହ୍ନଟ କରିପାରେ।

ଶିକ୍ଷକମାନେ ଗୁଗୁଲ୍ ଫର୍ମ ମାଧ୍ୟମରେ ପ୍ରଶ୍ନୋତ୍ତର ପ୍ରଦାନ କରିପାରିବେ କିମ୍ବା ଛାତ୍ରଛାତ୍ରୀମାନେ ବିଷୟଭିତ୍ତିକ ୱେବସାଇଟରୁ ନିଜର ପରୀକ୍ଷା ଅଭ୍ୟାସ କରିପାରିବେ।

2. ବିଭାଜିତ ଅଭ୍ୟାସ

ଦୀର୍ଘ ସମୟ ଧରି ବହୁ ପରିମାଣର ବିଷୟବସ୍ତୁ ପଢ଼ିବା ପରିବର୍ତ୍ତେ ଅଧ୍ୟାୟକୁ ଛୋଟ ଛୋଟ ଭାବରେ ବାଣ୍ଟି ବିରାମ ନେଇ କାର୍ଯ୍ୟ କରିବା ଅଧିକ ଉପାଦେୟ ହୋଇଥାଏ। ଏହା ମସ୍ତିଷ୍କକୁ ଶିକ୍ଷା କରିଥିବା ନୂତନ ସୂଚନା ଗ୍ରହଣ କରିବା ପାଇଁ ସମୟ ଦେଇଥାଏ। ଉଦାହରଣ ସ୍ୱରୂପ ଆପଣଙ୍କ ଶିଶୁ କୌତୁକତର ସହ ଗୋଟିଏ ଦିନରେ ଭୁଗୋଳ ପଢ଼ି ଖୁସି ହେବ, ଗୋଟିଏ ଥରରେ ପଢ଼ିବା ବ୍ୟତୀତ ପ୍ରତି ଘଣ୍ଟାରେ ବିରାମ ନେଇ ଶିକ୍ଷା କଲେ ଅଧିକ କୌତୁକିଆ ହେବ। ବ୍ରେକ୍ ବା ବିରାମ ସମୟରେ ପ୍ରୋତ୍ସାହନମୂଳକ ଟେଡ୍ ଟକ୍ କିମ୍ବା ଶିକ୍ଷା ସମ୍ପର୍କିତ ସ୍ପୋର୍କଲ ଗେମ୍ ଏକ ଭଲ ଉପାୟ ହୋଇପାରେ, ଏହା ଅଧ୍ୟୟନ ବିଷୟଠାରୁ ଭିନ୍ନ ହେଲେ ଭଲ।

ଏଠାରେ ମୁଖ୍ୟ ବିଷୟ ହେଉଛି ଏକ ସୂଚୀ ସ୍ଥାପନ କରିବା, ବିରାମ ପାଇଁ ଲାଗୁଥିବା ସମୟ ଗଣନା କରିବା-ଏପରିକି ଯଦି ଏହାମାତ୍ର 15 ମିନିଟର ବିରାମ ହୋଇଥାଏ!

3. ବ୍ୟାଖ୍ୟାତ୍ମକ ଅନୁସନ୍ଧାନ

ବ୍ୟାଖ୍ୟାତ୍ମକ ଅନୁସନ୍ଧାନ ହେଉଛି ଏକ ପ୍ରକ୍ରିୟା ଯାହାକି ପ୍ରତ୍ୟେକ କାହାଣୀ ପଛର ‘‘କାରଣ’’ ଅନୁସନ୍ଧାନ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରାଯାଇଥାଏ। ପିସି-ସମର୍ଥ ଟୁଲ୍ ଯେପରିକି ଗୁଗୁଲ୍ ସ୍କଲାର ଆପଣଙ୍କ ଶିଶୁ ପାଇଁ ଆରମ୍ଭ ବିନ୍ଦୁ ହୋଇପାରେ ଯେ କି ବାସ୍ତବରେ ବିଷୟବସ୍ତୁକୁ ଗଭୀର ଭାବରେ ଜାଣିବାକୁ ଚାହୁଁଥାନ୍ତି। ‘‘କାହିଁକି’’ ଜାଣିବା ଫଳରେ ଆପଣଙ୍କ ଶିଶୁ ଶ୍ରେଣୀରେ ପଢ଼ାଯାଉଥିବା ବିଷୟବସ୍ତୁ ସହିତ ବାସ୍ତବ ଜଗତର ସମ୍ପର୍କ କ’ଣ ରହିଛି ଯୋଡ଼ିବାକୁ ସକ୍ଷମ ହେବ।

ଏହା କେବଳ ଶିଶୁମାନଙ୍କୁ ନିଜ କ୍ଷମତା ଅନୁଯାୟୀ ଅଧ୍ୟୟନ କରିବାକୁ ସାହାଯ୍ୟ କରେ ନାହିଁ ତାହା ସହିତ ବିଷୟକୁ ଅଧିକ ଭଲଭାବରେ ଓ ଦୀର୍ଘ ଦିନ ପାଇଁ ବୁଝିବାରେ ସାହାଯ୍ୟ କରିଥାଏ।

ଏହା ନିଶ୍ଚିତ ଯେ, ଘୋଷା ବିଦ୍ୟାର ବିକଳ୍ପ ହେଉଛି ଆପଣଙ୍କ ଶିଶୁ ପାଇଁ ଏକ ପିସି ଓ ଆପଣଙ୍କର ସହାୟତା।