ତିନୋଟି ମେକରସ୍ପେସ୍ ପ୍ରୋଜେକ୍ଟ ପିଲାମାନଙ୍କର ପ୍ରିୟ

 

Makerspace ହେଉଛି ଏପରି ଏକ ସ୍ଥାନ ପିଲାମାନେ ବିଭିନ୍ନ ପ୍ରକାରର ଟୁଲ୍ ଓ ସାମଗ୍ରୀ ବ୍ୟବହାର କରି ନୂଆ ନୂଆ ଜିନିଷ ସୃଷ୍ଟି କରିପାରନ୍ତି, ଉଦ୍ଭାବନ କରିପାରନ୍ତି, ଚିନ୍ତା କରିପାରନ୍ତି ଏବଂ ବିଭିନ୍ନ ବିଷୟରେ ଗବେଷଣା କରି ତଥ୍ୟ ଆବିଷ୍କାର କରିଥାନ୍ତି। [1] ଏହି ସ୍ପେସ୍ ପିଲାମାନଙ୍କୁ କେବଳ ବିଦ୍ୟାଳୟରେ ପଢ଼ିଥିବା ବିଷୟ ପ୍ରୟୋଗ କରିବାକୁ ଉତ୍ସାହିତ କରେ ନାହିଁ ତାହା ସହିତ ନୂଆ ନୂଆ ଜିନିଷ ମଧ୍ୟ ଶିଖିବାକୁ ଉତ୍ସାହିତ କରିଥାଏ। ପିଲାମାନଙ୍କୁ Makerspaceରେ ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଅନୁସରଣ କରିବାକୁ ପଡ଼େ ନାହିଁ। ଏହା ସେମାନଙ୍କୁ ନିଜେ କରିବା ସହ ଶିକ୍ଷାଲାଭ କରିବା ସୁଯୋଗ ଦେଇଥାଏ।

ଏହି ତିନୋଟି  ମେକରସ୍ପେସ୍ ପ୍ରୋଜେକ୍ଟ (Makerspace Projects) ଆପଣଙ୍କୁ ଆପଣଙ୍କ ସନ୍ତାନ  ଏକ ମେକରସ୍ପେସ୍ (Makerspace)ରେ ଯୋଗ ଦେବା ପରେ କଣ କଣ ଶିଖିପାରିବ ସେ ବିଷୟରେ ସୂଚନା ଦେଇଥାଏ। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷଣୀୟ ହେବା ସହିତ କୌତୁକିଆ ମଧ୍ୟ ହୋଇଥାଏ।

1. 4-ହୁଇଲ୍ ବେଲୁନ୍ କାର୍

ଏହି ପ୍ରୋଜେକ୍ଟ ପିଲାମାନଙ୍କ ପାଇଁ ଉଭୟ ଶିକ୍ଷଣୀୟ ଓ ମନୋରଞ୍ଜନକାରୀ ହୋଇଥାଏ। ପିଲାମାନେ ପାଠ୍ୟପୁସ୍ତକରେ ପଦାର୍ଥ ବିଜ୍ଞାନରେ ପଢ଼ୁଥିବା ବିଭିନ୍ନ ପଦ ଯେପରିକି ସଂବେଗ, ବଳ, ଘର୍ଷଣ ଏବଂ ବେଗ ଇତ୍ୟାଦି। ବେଲୁନ୍,ଷ୍ଟ୍ର, ବୋତଲ ଏବଂ ଟେପ୍ ପରି ସାମଗ୍ରୀରେ ଜୀବନ୍ତ ହୋଇଥାଏ। କେବଳ ସେତିକିନୁହେଁ ପିଲାମାନେ ଘରର ପୁରୁଣା ଜିନିଷକୁ ଏହି ପ୍ରକଳ୍ପରେ ବ୍ୟବହାର କରିଥାନ୍ତି। ଯାହାକି ସେମାନଙ୍କୁ ତାଙ୍କ ନିଷ୍ପତ୍ତିର ପରିବେଶ ଉପରେ ପ୍ରଭାବ ବିଷୟରେ ଅବଗତ ହେବାରେ ସାହାଯ୍ୟ  କରିଥାଏ।

2. ଅର୍ଗାନାଇଜର ଭାବରେ ଲେଗୋ

ଲେଗୋ (Lego) ହେଉଛି ଏକ କୌତୁକିଆ ତଥା ପରିବର୍ତ୍ତନଶୀଳ  ମେକରସ୍ପେସ୍ (Makerspace) ସାମଗ୍ରୀ ଯାହାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଜିନିଷ ତିଆରି କରାଯାଇପାରେ। ଆପଣଙ୍କ ସନ୍ତାନ ମନୋହରୀ ସାମଗ୍ରୀ ବା ମୁଦ୍ରା, ପଥର, ଚାର୍ଜିଂ କେବୁଲ ଇତ୍ୟାଦିର ସଂଗ୍ରାହକ ହୋଇପାରେ। ବିଭିନ୍ନ ଆକାରର ଜିନିଷ ସାଇତି ସଜାଇ ଡ୍ରୟାର ଏବଂ ସାଇତି ରଖିବା ପାଇଁ ଖାଲି ସ୍ଥାନ ତିଆରି କରିପାରେ। ଏହା ପିଲାମାନଙ୍କୁ ବିଭିନ୍ନ ଆକୃତି, ଆକାର ଓ ବାସ୍ତବ ଜୀବନ ଦୃଶ୍ୟପଟରେ ସ୍ଥାନର ମହତ୍ୱ ବୁଝିବା ପାଇଁ ଓ ମୌଳିକ ଜ୍ୟାମିତି ତତ୍ତ୍ୱ ସହଜରେ ମନେରଖିବାକୁ ସକ୍ଷମ କରିଥାଏ।

3. କଣ୍ଡକ୍ଟିଭ୍ ଗ୍ରୀଟିଂ କାର୍ଡ

କାର୍ଯ୍ୟାଭ୍ୟାସ ଅନୁଭୂତି ପିଲାମାନଙ୍କୁ ବିଦ୍ୟାଳୟରେ ପଢ଼ାଯାଉଥିବା ବିଷୟ ପଦାର୍ଥ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟ ବ୍ୟାଖ୍ୟା କରିବାରେ ସାହାଯ୍ୟ କରିଥାଏ। ପିତାମାତା ବା ସୁପରଭାଇଜରଙ୍କ ତତ୍ତ୍ୱାବଧାନରେ କଣ୍ଡକ୍ଟିଭ ଗ୍ରୀଟିଂ କାର୍ଡ ତିଆରି କରିବା ବିଦ୍ୟୁତ ଶକ୍ତିର ଉପାଦେୟତା, ଇଲେକ୍ଟ୍ରିକାଲ ଭୋଲଟେଜ୍ ବିଷୟ ଶିକ୍ଷା କରିବା ପାଇଁ ଚମତ୍କାର ଉପାୟ ହୋଇଥାଏ। ଏହି ପ୍ରୋଜେକ୍ଟ ପିଲାମାନଙ୍କୁ ବୈଦ୍ୟୁତିକ ଉପକରଣ ସହ ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ବିଶେଷ ଅବସରରେ ଅଭିନବତା ପାଇଁ ସୁଯୋଗ ଦେଇଥାଏ।

ପ୍ରତିଟି ମେକରସ୍ପେସ୍ ପ୍ରୋଜେକ୍ଟ ଆପଣଙ୍କ ପିଲାକୁ କିଛି ନୂଆ କଥା ଶିଖାଇଥାଏ। ଗୋଟିଏ ପ୍ରକଳ୍ପ ସଫଳତାର ସହ ଶେଷ କରିବା ପରେ ପିଲା ଭିତରେ ଯେଉଁ ଆନନ୍ଦ ସୃଷ୍ଟି ହୁଏ ତାହା ଅନ୍ୟ କୌଣସି ପ୍ରକାରେ ମିଳେ ନାହିଁ। ଏହାସହିତ ପିଲାର ଆତ୍ମବିଶ୍ୱାସ ବଢ଼େ ଏବଂ ପିଲା ଶିକ୍ଷାଲାଭ ସହ ଆଗାମୀ ପ୍ରୋଜେକ୍ଟ କରିବା ପାଇଁ ଆଗଭର ହୋଇଥାନ୍ତି। ମେକରସ୍ପେସ୍ ହେଉଛି ଭବିଷ୍ୟତର ପାଠାଗାର ଏବଂ ଆପଣଙ୍କ ପିଲାମାନଙ୍କୁ ଆଗାମୀକାଲିର ଟେକ୍ନୋଲୋଜି ଦ୍ୱାରା ଚାଳିତ ଦୁନିଆରେ ସଫଳତା ହାସଲ ପାଇଁ ଆବଶ୍ୟକ ଦକ୍ଷତା ଓ ମାନସିକ କ୍ଷମତା ବିକଶିତ କରିଥାଏ।

ଆପଣଙ୍କ ସନ୍ତାନ  ମେକରସ୍ପେସ୍ ପ୍ରୋଜେକ୍ଟ ଚେଷ୍ଟା କରିଦେଖିଛନ୍ତି କି ? #DellAarambh ବ୍ୟବହାର କରି  ଆପଣଙ୍କୁ ସୃଜନଶୀଳତା ବିଷୟରେ ଆମକୁ Twitter ରେ ଜଣାନ୍ତୁ