ଆପଣଙ୍କ ପିସି କ୍ଲିନ୍‌ କଲା ବେଳେ ତିନୋଟି ତ୍ରୁଟି ଏଡ଼ାଇବା ଉଚିତ

ଏ ବିଷୟରେ ଚିନ୍ତା କରନ୍ତୁ। ଆପଣ ପ୍ରତିଦିନ ଘରେ ପିସି ବ୍ୟବହାର କରନ୍ତୁ କିମ୍ବା ବିଦ୍ୟାଳୟରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟରେ ବ୍ୟବହାର କରନ୍ତୁ। ଆପଣଙ୍କ ମଧ୍ୟରୁ କେତେକଙ୍କ ଘରେ ପିସି ରହିଥାଏ ଏବଂ ସ୍କୁଲରେ ମଧ୍ୟ ପଢ଼ିବା ପାଇଁ ପିସି ଲାଗି ତେଣୁ ଅନାବଶ୍ୟକ ଆବୁରୁଜାବୁରୁ ଡାଟା ବର୍ଷ ବର୍ଷ ଧରି ଜମା ହୋଇରହିଥାଏ...

ଏହା ପରିଷ୍କାର ବା କ୍ଲିନ୍ କରିବାକୁ ଚାହାଁନ୍ତି କି?

ଆପଣ ପିସି କ୍ଲିନ୍ କଲା ବେଳେ ଏହି ତିନୋଟି ତ୍ରୁଟି ଏଡ଼ାଇବା ଆବଶ୍ୟକ:

1. ଯଥେଷ୍ଟ ଡିଲିଟ୍ ନ କରିବା

ଇମେଲ୍ ରୁ ଆରମ୍ଭ କରିବା। ଅତ୍ୟନ୍ତ ନିରୁଦ୍ ବିଘ୍ନ ଭାବରେ ଅନସବସ୍କ୍ରାଇବ୍ ବଟନ୍ ଲଗାନ୍ତୁ ଏବଂ ଆପଣଙ୍କର ଜଙ୍କ ବଟନ୍ କ୍ଲିଅରଆଉଟ୍ କରନ୍ତୁ। ତାହା ପରେ ଆପଣ ବ୍ରାଉଜରରେ ସେଭ୍ କରି ରଖିଥିବା ବୁକ୍ ମାର୍କ ଉପରେ ନଜର ପକାନ୍ତୁ ଏବଂ କେବଳ ପ୍ରକୃତରେ ଆବଶ୍ୟକଗୁଡ଼ିକ ରଖନ୍ତୁ। ଶେଷରେ ଗୋଟି ଗୋଟି କରି ପ୍ରତିଟି ଫୋଲଡର ଯାଞ୍ଚ୍ କରନ୍ତୁ, ଆଉଟ୍ ଅଫ୍ ଡେଟ୍ କିମ୍ବା ଅତି ସରଳ ଭାବରେ ଆପଣଙ୍କ ପାଇଁ ଏବେ ଅନାବଶ୍ୟକ ମନେ ହେଉଥିବା ସମସ୍ତ ଡାଟା ଡିଲିଟ୍ କରନ୍ତୁ। ଯେତେବେଳେ କି ଆପଣ ରିସାଇକେଲ୍ ବିନ୍ କ୍ଲିଅର୍ କରିବାକୁ ଭୁଲନ୍ତୁ ନାହିଁ।

2. ଯଥେଷ୍ଟ ସଂଯୋଜିତ ନ ହେବା

ଆମେ ସମସ୍ତେ ସଂଯୋଜିତ ହୋଇଥାଉ - ଭିନ୍ନ ଭିନ୍ନ ମାତ୍ରାରେ। ଆମ ମଧ୍ୟରୁ କେତେକ ସମସ୍ତ ଡାଟା ଡାଉନଲୋଡ୍ ଫୋଲଡରରେ ରଖିଥାଏ, ଆଉ କେତେକ ବିଷୟ, ଆସାଇନମେଣ୍ଟ ଅନୁଯାୟୀ ନାମ ଦେଇଥାଉ। ଏବଂ ଆମ ଭିତରୁ କେତେକ ଏହା ମଝାମଝି ରହିଥାନ୍ତି ପ୍ରଥମେ ଆରମ୍ଭ୍ କରନ୍ତି ଏବଂ ତାହା ପରେ ଦୈନନ୍ଦିନ କାର୍ଯ୍ୟ ସହିତ ମଧ୍ୟ ଫାଇଲ୍ ସଜାଡ଼ି ରଖିଥାନ୍ତି। ଏହା ହେଉଛି ଆପଣଙ୍କ ଫାଇଲ୍ କୁ ସଜାଡ଼ି ରଖିବାର ସରଳ ଓ ଉପାଦେୟ ସମାଧାନ ଯାହାଫଳରେ ଫାଇଲ୍ ଡୁପ୍ଲିକେଟ୍ ହୁଏ ନାହିଁ ଏବଂ ଆପଣ ଯାହା ପ୍ରଥମେ ଚାହାଁନ୍ତି ଖୋଜି ପାଇପାରନ୍ତି। ସବୁଠାରୁ ବଡ଼ ବ୍ୟବହାରିକ ସୂଚନା ହେଉଛି ଆପଣଙ୍କ ଡାଉନଲୋଡ୍ କୁ ସେଟ୍ କରନ୍ତୁ ‘‘ଆସ୍କ ହୋୟାର ଟୁ ସେଭ୍ ଇଚ୍ ଫାଇଲ୍ ବିଫୋର ଡାଉନଲୋଡିଂ’’।

3. ଡିଫ୍ରାଗିଙ୍ଗ୍ ନ କରିବା

ଆପଣଙ୍କ ହାର୍ଡଡ୍ରାଇଭରେ ଷ୍ଟୋର ହୋଇଥିବା ଫାଇଲ୍ ଗୁଡ଼ିକ ସମୟ କ୍ରମେ ଫ୍ରାଗମେଣ୍ଟରେ ସ୍ପ୍ଲିଟ୍ ହୋଇ ସ୍ପେସ୍ ଅଧିକାର କରେ ଓ ଆପଣଙ୍କ ପିସିକୁ ଅଧିକ ସ୍ଲୋ କରିଦିଏ। ୱିଣ୍ଡୋଜ୍ ଡିସ୍କ ଫ୍ରାଗମେଣ୍ଟର ମାଧ୍ୟମରେ ଡିଫ୍ରାଗିଙ୍ ଗ୍ କରିବା ହେଉଛି ଆପଣଙ୍କ ପିସି ଭିତରୁ କ୍ଲିନ୍ କରିବାର ଏକ ଆକର୍ଷଣୀୟ ଉପାୟ। ଆପଣଙ୍କୁ ଆପଣଙ୍କର ଡାଟାର ବ୍ୟାକଅପ୍ ନେବାକୁ ହେବ, କଣ୍ଟ୍ରୋଲ୍ ପ୍ୟାନେଲ୍ ରେ ଡିଫ୍ରାଗ୍ ପ୍ରୋଗ୍ରାମ୍ ଖୋଲିବାକୁ ହେବ ଏବଂ ତାହା ଡିଫ୍ରାଗ୍ ରେ ହିଟ୍ କରିବାକୁ ହେବ। ଏହା ଆପଣଙ୍କ ପାଖରେ ରହିଥିବା ଡାଟାର ପରିମାଣ ଉପରେ ନିର୍ଭର କରି କିଛି ମୁହୂର୍ତ୍ତରୁ କିଛି ଘଣ୍ଟା ପର୍ଯ୍ୟନ୍ତ ନେଇପାରେ।

ଶେଷରେ କିନ୍ତୁ ଏଥିରେ ସୀମିତ ନୁହେଁ, ଭରସାଯୋଗ୍ୟ ସ୍କ୍ରିନ୍ କ୍ଲିନର ସଲ୍ୟୁସନ୍ ସହିତ ଆପଣଙ୍କ ପିସି ପୋଛି ସଫା କରିଦିଅନ୍ତୁ ଏବଂ ଏକ ବ୍ରସ୍ କିମ୍ବା ଷ୍ଟିକିନୋଟ୍ ସାହାଯ୍ୟରେ ଆପଣଙ୍କ କୀବୋର୍ଡରୁ ଧୂଳି ଝାଡ଼ିଦିଅନ୍ତୁ। ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ।
ସଫା କରିବା ଆନନ୍ଦମୟ ହେଉ!