ଲେସନ ପ୍ଲାନ୍ କରିବା ମଧ୍ୟରେ ଶିକ୍ଷକମାନଙ୍କୁ ଏକାଠି ଅକାଧିକ କ୍ଲାସ୍ ନେବାକୁ ପଡ଼େ ଓ ବହୁ ଟେଷ୍ଟର ମାର୍କିଂ କରିବାକୁ ପଡ଼େ- ଶିକ୍ଷକମାନଙ୍କୁ ବହୁତ କାମ କରିବାକୁ ପଡ଼ିଥାଏ। ଯେତେବେଳେ ହୋମୱାର୍କର କଥା ଆସେ ସାଧାରଣ ନୀତି ହେଉଛି ପାଠ୍ୟପୁସ୍ତକର ଅଧ୍ୟାୟ ଶେଷରେ ରହିଥିବା ପ୍ରଶ୍ନ ଓ ୱାର୍କସିଟ୍ ପ୍ରଦାନ କରାଯାଇଥାଏ। ଯଦି ସାମାନ୍ୟ ଗଭୀର ତର୍ଜମା ସହିତ ହୋମୱାର୍କ ଦେବେ ତେବେ ଏହା ସାଧାରଣଠାରୁ ସାମାନ୍ୟଭିନ୍ନ ହେବ। ଏଠାରେ ତିନୋଟି ଅଭିନବ ଚିନ୍ତାଧାରା ଦିଆଯାଇଛି ଯାହାକୁ ଆପଣ ଶ୍ରେଣୀରେ ବ୍ୟବହାର କରିପାରିବେ।
ପିଲାମାନଙ୍କୁ ସେମାନେ ଜାଣିଥିବା ଶବ୍ଦ ସହିତ ଅଭ୍ୟସ୍ତ କରିବା ପାଇଁ ପିଲାମାନଙ୍କୁ Discovery Education’s custom puzzle maker ବୈଶିଷ୍ଟ୍ୟ ବ୍ୟବହାର କରି ସେମାନଙ୍କର ସୃଜନଶୀଳ ଓ ପ୍ରତିଯୋଗୀ ପ୍ରତିଭା ବିକଶିତ କରନ୍ତୁ। ଏହା ବୈଜ୍ଞାନିକ ପଦ ହୋଇପାରେ, ପ୍ରତିଶଦ୍ଦ ହୋଇପାରେ କିମ୍ବା ଐତିହାସିକ ବ୍ୟକ୍ତିତ୍ୱ ହୋଇପାରେ - ପିଲାମାନେ ନୂଆନୂଆ ଶଦ୍ଦ ମନେରଖିବା ସହ ସେ ବିଷୟରେ ଅଧିକ ଜାଣିବାକୁ ଓ ଗବେଷଣା କରିବାକୁ ଉତ୍ସାହିତ ହୋଇଥାନ୍ତି।
Google’ର ସର୍ଚ ଇଞ୍ଜିନ୍ ପରି , Google Earth ର ଏକ ଫିଚର ରହିଛି ଯାହାକୁ କୁହାଯାଏ “I’m Feeling Lucky”, ଏହାକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ ଗୋଟିଏ ରଚନା ପାଇଁ, ଉପସ୍ଥାପନା ପାଇଁ କିମ୍ବା ସମୁଦାୟ ପ୍ରୋଜେକ୍ଟ ପାଇଁ ନୂଆ ସ୍ଥାନ ବିଷୟରେ ସୂଚନା ପାଇପାରିବେ। ସମୁଦାୟ ବ୍ରାଉଜିଂ ଅନୁଭୂତି ଏକାଗ୍ରତା ବଢ଼ାଇଥାଏ, ଛାତ୍ରଛାତ୍ରୀମାନେ ଏଥିରେ ଅଧିକ ଯୋଡ଼ିତ ହୋଇଥାନ୍ତି ଏବଂ ଏହି ପ୍ରକ୍ରିୟାକୁ ଅଧିକ ଉପଭୋଗ ମଧ୍ୟ କରିଥାନ୍ତି।
ଦୁଇ ପ୍ରକାରର ଛାତ୍ରଛାତ୍ରୀ ଥାଆନ୍ତି- କିଛି ପିଲା ଅଙ୍କକୁ ଭଲ ପାଆନ୍ତି, ଆଉ କିଛି ଅଙ୍କକୁ ଏଡ଼ାଇଥାନ୍ତି। ଆପଣ ହୋମୱାର୍କ ପାଇଁ ଇଣ୍ଟରଆକ୍ଟିଭ୍ ଗେମ୍ ଦେଇ ଏହାକୁ କୌତୁକିଆ କରିପାରିବେ। ପିଲାମାନେ ଗେମ୍ ଖେଳିବା ଆଳରେ ଅଙ୍କ ସମାଧାନ କରିପାରିବେ। ହାଇସ୍କୋର ହାସଲ କଲେ ଓ ଦିଆଯାଇଥିବା ସମୟ ମଧ୍ୟରେ ଅଙ୍କ ସମାଧାନ କଲେ ପିଲାମାନେ ଯେତେ ଥର ଖେଳିବେ ଅଧିକରୁ ଅଧିକ ଉତ୍ସାହିତ ହେବେ।
ଏହି ଆଇଡିଆ ହେଉଛି କେବଳ ଏକ ଆରମ୍ଭ ମାତ୍ର, ଏକ ପିସି ଏବଂ WikiSpaces Classroom ସହିତ ଆପଣ ଆହୁରି ଅନେକ ଏକକ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଭିତ୍ତିକ ଉପାୟ ଅବଲମ୍ବନ କରି ନିର୍ଦ୍ଦିଷ୍ଟ ଶିକ୍ଷାଲାଭର ଆଭିମୁଖ୍ୟ ପୂରଣ କରିପାରିବେ ଓ ଆପଣଙ୍କ ଛାତ୍ରଛାତ୍ରୀଙ୍କର ପାଇଁ ବିଷୟଭିତ୍ତିକ ହୋମୱାର୍କ ପ୍ରକ୍ରିୟାକୁ ଉପଭୋଗ୍ୟ କରିପାରିବେ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ