ତିନୋଟି ଜିନିଷ ଯାହା ଡିଜିଟାଲ୍ ଅଭିଭାବକ 2018ରେ କରିବା ଉଚିତ

 

କେବଳେ ଗୋଟିଏ ପିଢି ପୂର୍ବରୁ, କେବେଳ ଅଳ୍ପକିଛି ଲୋକ କମ୍ପ୍ୟୁଟର୍ ବ୍ୟବହାର କରୁଥିଲେ । ବର୍ତ୍ତମାନ, ଏପରି କୌଣସି ଦିନ ନାହିଁ ଯେଉଁଦିନ ଆପଣ ସ୍କ୍ରିନ୍ରେ କିଛି ଦେଖୁନାହାନ୍ତି – ଏହା ଆପଣଙ୍କ ଫୋନ୍, ଟାବ୍ଲେଟ୍ ବା ପିସି ହୋଇପାରେ । ଏଣୁ ଏହା ଅଭିଭାବକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ସେମାନେ ସବୁବେଳେ ସତର୍କତା ଅବଲମ୍ବନ କରିବେ ଓ ନିଜ ସନ୍ତାନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବେ ।

ଏଠାରେ ଏପରି ତିନୋଟି ଜିନିଷ ବିଷୟରେ କୁହାଯାଇଛି ଯାହା ଡିଜିଟାଲ୍ ଅଭିଭାବକ 2018ରେ କରିବା ଉଚିତ

1) ଜିନିଷକୁ ମିଳିତଭାବେ ବୁଝନ୍ତୁ

ସୋସିଆଲ୍ ମିଡିଆକୁ ନେଇ ଦ୍ୱନ୍ଦରେ ଅଛନ୍ତି କି? ବା ଆପଣ ପଢୁଥିବା ଖବରକୁ ଫିଲ୍-ଟର୍ କରିବାପାଇଁ ଚାହୁଁଛନ୍ତି କି? ତେବେ ମିଳିତଭାବେ କାମ କରିବା ମହତ୍ତ୍ୱ ବୁଝିପାରିବା ଅର୍ଥ ହେଉଛି ନିଜର ଅଳ୍ପ ବୟସ୍କ ସନ୍ତାନ ସହିତ ଆପଣଙ୍କ ବନ୍ଧନକୁ ସୁଦୃଢ କରିବା ପାଇଁ ଓ ଏହାସହିତ କିଛି ନୂଆ କଥା ଜାଣିବାପାଇଁ ଏକ ଉତ୍ତମ ସୁଯୋଗ । ଏହିପ୍ରକାରେ, ଆପଣଙ୍କ ସନ୍ତାନ ପିସିର ବ୍ୟବହାରକୁ ସାଧାରଣ ପାରିବାରିକ ଗତିବିଧି ଭାବେ ଗ୍ରହଣ କରିବ ଓ କୌଣସି ବିଷୟ ବୁଝିନପାରିଲେ, ଆପଣଙ୍କୁ ସେ ସମ୍ବନ୍ଧରେ ପ୍ରଶ୍ନ କରିବାପାଇଁ ଅନିଚ୍ଛା ପ୍ରକାଶ କରିବ ନାହିଁ ।

2) ସୋସିଆଲ୍ ହୁଅନ୍ତୁ

କିପରିଭାବେ ପିସିର ସର୍ବୋତ୍ତମ ବ୍ୟବହାର କରିପାରିବେ ତାହା ଜାଣିବାପାଇଁ ମିଳିତଭାବେ ପିସି ବ୍ୟବହାର କରନ୍ତୁ, ଏଥିପାଇଁ ସୋସିଆଲ୍ ହେବା ଜରୁରୀ । ଆପଣଙ୍କ ସନ୍ତାନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଲେ ସେମାନେ ଏହା ପସନ୍ଦ କରିବେନାହିଁ କିନ୍ତୁ ସଦ୍ୟତମ ନାମ, ଭିଡିଓ କ୍ଲିପ୍, ସେଲିବ୍ରେଟି ନ୍ୟୁଜ୍, ଚଳଚିତ୍ର ଓ ସେମାନଙ୍କ ସାଙ୍ଗମାନଙ୍କ କଥା ଆଲୋଚନା କରିବା ଦ୍ୱାରା ସେମାନେ ଆପଣଙ୍କୁ କିଛି କହିବାରେ ଦ୍ୱିଧା ଅନୁଭବ କରିବେନାହିଁ ।

3) ଅପ୍ଗ୍ରେଡ୍, ଅପ୍ଗ୍ରେଡ୍, ଅପ୍ଗ୍ରେଡ୍

କଳ୍ପନା କରନ୍ତୁ ଯେ, ଆପଣଙ୍କ ସନ୍ତାନ ଗତ ଏକ ସପ୍ତାହ ସମୟ ପଦାର୍ଥ ବିଜ୍ଞାନର ଏକ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବାବାରେ ବିତାଇଛି ଓ ଏହାକୁ ସେଭ୍ କରିବାପାଇଁ ପ୍ରସ୍ତୁତ ହେବା ଠିକ୍ ପୂର୍ବରୁ, ପିସି କ୍ରାସ୍ ହୋଇଗଲା ।

ଏହାଠାରୁ ଅ୍ଧିକ ନିରୁତ୍ସାହକାରୀ ଓ ନୈରାଶ୍ୟଜନକ ଆଉ କଣ ହୋଇପାରେ?

ସମାଧାନକ୍ଷମ ଏହିପରି ସମସ୍ୟା ଦୂର କରିବାପାଇଁ ସବୁଠାରୁ ଉତ୍ତମ ରାସ୍ତା ହେଉଛି ଅପରେଟିଂ ସିଷ୍ଟମ୍, ପିସି ଓ ଶିକ୍ଷାର ଉତ୍ସକୁ ଯେତେବେଳେ ଆବଶ୍ୟକ ଅପ୍ଗ୍ରେଡ୍ କରନ୍ତୁ, କାହିଁକି ନା, ପ୍ରତିକାର ଅପେକ୍ଷା ନିବାରଣ କରିବା ଭଲ ।

ଆପଣ ଯଦି ପଛରେ ଆରମ୍ଭ କରିବେ, ତେବେ ସମ୍ଭାବନା ଅଛି ଯେ ଆପଣ ସବାଶେଷରେ ସମାପ୍ତ ମଧ୍ୟ କରିବେ । ଆପଣଙ୍କ ସନ୍ତାନଙ୍କ ପାଇଁ କଣ ଭଲ କାମ କରିବ ଓ କଣ କରିବନାହିଁ, ତାହାର ଏକ ଯାଞ୍ଚତାଲିକା ମନରେ ରଖି ଆପଣଙ୍କ ପିସି ଯାତ୍ରାର ଶୁଭାରମ୍ଭ କରନ୍ତୁ, କେଉଁ ଟାଇପ୍ର ପିସି କିଣିବେ ବା କେଉଁ ସଫ୍ଟେୱେର୍ ଇନ୍ଷ୍ଟାଲ୍ କରିବେ ବା କଣ କଣ ପଢିବେ, ସେ ଯାହା ହେଉ । ଶିକ୍ଷା ପାଇଁ ପିସି ଦୁନିଆର ସଦ୍ୟତମ ଗତିବିଧି କଣ ରହିଛି ସେ ବିଷୟରେ ଜାଣିବାପାଇଁ ଆପଣ ଅନ୍ୟ ଅଭିଭାବକ ମାନଙ୍କୁ ପଚାରନ୍ତୁ, ଅଭିଭାବକ-ଶିକ୍ଷକ ସନ୍ଧ୍ୟାରେ ଶିକ୍ଷକଙ୍କ ସହିତ ଏସମ୍ବନ୍ଧରେ ସବିଶେଷ ଆଲୋଚନା କରନ୍ତୁ ଓ ଅନ୍ଲାଇନ୍ରେ ଅନୁସନ୍ଧାନ କରନ୍ତୁ, ।

ସୁଖଦ ଡିଜିଟାଲ୍ ଅଭିଭାବକତ୍ୱ!