ଏକାଧିକ କ୍ଲାସରେ ଜଗଲିଙ୍ଗ ହେଉ ବା ରାତି ଅଧରେ ଖାତା ଦେଖି ନମ୍ବର ଦେବା ହେଉ କିମ୍ବା ଶ୍ରେଣୀରେ ଭରପୁର ପିଲାଙ୍କର ପରିଚାଳନା କରିବା ହେଉ, ଯେଉଁମାନେ କି ନିଜ ଇଚ୍ଛାର ମାଲିକ ହୋଇଥାନ୍ତି, ଏପରି କଠିନ କାର୍ଯ୍ୟ ସମ୍ଭାଳିବା ଜଣେ ଶିକ୍ଷକଙ୍କ ପାଇଁ ସହଜ ହୋଇନଥାଏ। 22 ଫେବୃଆରୀକୁ ଡିଜିଟାଲ୍ ଲର୍ଣ୍ଣିଂ ଡେ ଭାବରେ 2012 ମସିହାରୁ ପାଳନ କରାଯାଉଛି ଏବଂ ଏହା ସମସ୍ତ କଠିନ ପରିଶ୍ରମୀ ଶିକ୍ଷାଦାନ କାରୀଙ୍କୁ ସମର୍ପିତ ହୋଇଛି। ଯେଉଁମାନେ କି ଏହି କିଛି ବର୍ଷ ମଧ୍ୟରେ ଡିଜିଟାଲ ଲର୍ଣ୍ଣିଂର ପଦ୍ଧତି ବିଷୟରେ ଅଧିକରୁ ଅଧିକ ଚର୍ଚ୍ଚା କରିଛନ୍ତି।[1] ଏକ ପିସିକୁ ଆକ୍ସେସ୍ କରିବା ଫଳରେ ଶିକ୍ଷକମାନଙ୍କ ପାଇଁ ଏକ ସୁଯୋଗର ଜଗତ ଉନ୍ମୁକ୍ତ ହୋଇଯାଇଥାଏ। ପ୍ରତ୍ୟେକ ଶିକ୍ଷକ ଡିଜିଟାଲ୍ ଲର୍ଣ୍ଣିଂ ଡେରେ ଏଠାରେ ତିନୋଟି ଜିନିଷ ମନେ ରଖିବା ଉଚିତ୍।
ସମସ୍ତ ଶିକ୍ଷକ ଚାହାନ୍ତି ଯେ ତାଙ୍କ କ୍ଲାସରେ ପିଲାମାନେ ମନ ଦେଇ ଶୁଣିବେ ଏବଂ ସେମାନଙ୍କୁ ଯାହା କୁହାଯାଉଛି ଶିଖିବେ। ଏଇ ଡିଜିଟାଲ ଲର୍ଣ୍ଣିଂ ଦିବସରେ ସାଧାରଣ ରୁଟିନ୍ ଓଲଟପାଲଟ ହୋଇ ଯାଇଥାଏ। ଏକ ଭିଡ଼ିଓ ହୋଇପାରେ, ନୂଆ ୱେବସାଇଟ୍ ହୋଇପାରେ କିମ୍ବା ଏକ ଗେମ୍ ହୋଇପାରେ - ଶ୍ରେଣୀ ସମୟରେ କିଛି ନୂଆ କଥା ଚେଷ୍ଟା କରିବା ଯେତେବେଳେ କି ଅଧିକାଂଶ ଅନାଗ୍ରହ ଛାତ୍ରଛାତ୍ରୀ ଓ କେବଳ ଚୁପ୍ ଚାପ୍ ବସୁଥିବା ପିଲାମାନେ ମଧ୍ୟ ଆଗ୍ରହ ଦେଖାନ୍ତି!
ଆପଣ ବୁକ୍ ମାର୍କ କରିବା ପୂର୍ବରୁ ଆପଣଙ୍କ ପାଇଁ କେଉଁଟି କାମ କରୁଛି ସର୍ଚ୍ଚ କରନ୍ତୁ, ଏକ ଟେଷ୍ଟ ରନ୍ ଦିଅନ୍ତୁ, ଯଦି ସମୟ ଅଛି ଏକାଧିକ ସାଇଟ୍ ପରୀକ୍ଷା କରି ଦେଖନ୍ତୁ। ଟେଷ୍ଟ ରନରେ ଆପଣ କିଛି କଥା ଛାଡ଼ି ଯାଆନ୍ତି ନାହିଁ। ଯେତେବେଳେ ଆପଣ ପ୍ରଥମ ଥର ପାଇଁ ଗୋଟିଏ ୱେବସାଇଟ ଶ୍ରେଣୀରେ ଖୋଲନ୍ତି ଏବଂ ଏହା କହେ ଯେ ‘‘ଆପଣଙ୍କ ଦେଶରେ ଉପଲବ୍ଧ ନାହିଁ’’ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା କଥା କଳ୍ପନା କରନ୍ତୁ!
ଅନ୍ୟ ଶିକ୍ଷକଙ୍କର ମେଣ୍ଟରିଂ କରିବାର ସବୁଠାରୁ ବଡ଼ ଲାଭ ହେଉଛି ଆପଣ ଗେମର ସୂତ୍ରଧର ହୋଇ ରହିବେ କାରଣ ଆପଣ ଆପଣଙ୍କ ମେଣ୍ଟିକୁ ଶ୍ରେଷ୍ଠ ପରାମର୍ଶ ଦେବାକୁ ଚାହିଁବେ, ନୂଆ କିମ୍ବା ଜୁନିଅର ଟିଚରଙ୍କୁ ଆପଣଙ୍କ ସ୍କୁଲରେ ବା ଆପଣଙ୍କ ଅଞ୍ଚଳରେ ମେଣ୍ଟରିଂ କରି ଆପଣ ନିଜ ପାଇଁ ଆଦର ସୃଷ୍ଟି କରନ୍ତୁ ଓ ଆପଣଙ୍କ ବୃତ୍ତିଗତ ବିକାଶ ତ୍ୱରାନ୍ୱିତ ହୁଏ।
ଆଜିକାଲି ଟେକ୍ନୋଲୋଜି ଦୈନନ୍ଦିନ ଗ୍ରୋସରୀ ଦୋକାନଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ସବୁଆଡେ ବ୍ୟବହୃତ ହେଲାଣି। ତେଣୁ ସ୍କୁଲରେ ମଧ୍ୟ ଏହାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଆବଶ୍ୟକ। କମ୍ପ୍ୟୁଟର ବ୍ୟବହାରର ଲାଭ କେବଳ ଛାତ୍ରଛାତ୍ରୀଙ୍କୁ ଆଜି ପାଇଁ ପ୍ରସ୍ତୁତ କରେ ନାହିଁ ଆସନ୍ତାକାଲି ପାଇଁ ମଧ୍ୟ ଗଢ଼ି ତୋଳିଥାଏ- ଶିକ୍ଷକମାନେ ମଧ୍ୟ ଯାହା କରନ୍ତି ସେଥିରେ ଭଲ କରିପାରିବେ ଏବଂ ଭବିଷ୍ୟତରେ କ୍ୟାରିଅରର ମାର୍ଗ ଉନ୍ନତ କରିପାରିବେ। ହାପି ଡିଜିଟାଲ୍ ଲର୍ଣ୍ଣିଂ ଡେ!
 
 
 
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ