ଆମ ଚାରିପଟେ ଶବ୍ଦର ସମ୍ଭାର। ଆମ କଥାବାର୍ତ୍ତାର, ଆମେ ସ୍କୁଲରେ ପଢ଼ୁଥିବା ପାଠର ଏବଂ ଆମେ ଉପଭୋଗ କରୁଥିବା ଟିଭି ସୋ, କ୍ରିକେଟ୍ ମ୍ୟାଚ ଏବଂ ଏହିପରି ଅନେକ ବିଷୟର ଆଧାର ହୋଇଥାଏ ଶବ୍ଦ। ତେଣୁ, ଆପଣ କିପରି ନୂଆ ନୂଆ ଶବ୍ଦ ଶିଖିବେ?
ପ୍ରତ୍ୟେକ ବୟସ ବର୍ଗ ପାଇଁ ତଥା ବଡ଼ମାନଙ୍କ ପାଇଁ ବହୁ ପରୀକ୍ଷିତ ଓ ପ୍ରମାଣିତ ପରାମର୍ଶ ହେଉଛି ଦୈନିକ ପଢ଼ିବା, ଯାହାକି ଶବ୍ଦଜ୍ଞାନରେ ଉନ୍ନତି ଆଣିଥାଏ। ଆପଣ ପଢ଼ିବା ଦ୍ୱାରା ନୂଆ ନୂଆ ଶବ୍ଦ ଜାଣିଥାନ୍ତି ଓ ଭାଷାର ଭାବକୁ ବୁଝିଥାନ୍ତି। ଏଠାରେ କୌଶଳ ହେଉଛି ପ୍ରକୃତରେ ଯାହା ଆପଣଙ୍କୁ ଭଲ ଲାଗେ ଓ ଆପଣ ଦୀର୍ଘକାଳୀନ ଭିତ୍ତିରେ କରିବାକୁ ଚାହାଁନ୍ତି ସେସବୁ ଉପରେ ଧ୍ୟାନ ଦେବା। ଆପଣଙ୍କ ସ୍କୁଲ୍ ଲାଇବ୍ରେରୀକୁ ଯାଆନ୍ତୁ ପିଲାମାନଙ୍କ ପାଇଁ ଉଭୟେ କାଳ୍ପନିକ ଓ ଅଣକାଳ୍ପନିକ ବହି ଗୁଡ୍ ରିଡସ ଏବଂ ରିଡ ଏନି ବୁକସ ଦେଖନ୍ତୁ ଯଦି ଆପଣଙ୍କୁ ଅଧିକ ସମୟ ପଢ଼ିବା ପାଇଁ ଭଲ ଲାଗୁନାହିଁ ତେବେ ଖବର ଏକାଠି କରି ଉପସ୍ଥାପନ କରୁଥିବା ୱେବସାଇଟ୍ ଯେପରିକି ଫ୍ଲିପବୋର୍ଡ ଏବଂ ଇନସର୍ଟରେ ସବ୍&zwnjସ୍କ୍ରାଇବ୍ କରନ୍ତୁ ଯାହାକି ଆପଣଙ୍କ ପସନ୍ଦରେ ନିବନ୍ଧ ଆପଣଙ୍କ ଚାହିଦା ଅନୁଯାୟୀ ଦର୍ଶାଇବ।
ଚ୍ୟାଲେଞ୍ଜକୁ ଭଲ ପାଆନ୍ତି? ଆପଣଙ୍କୁ ଭଲ ଲାଗୁଥିବା ଗୋଟିଏ ଗେମ୍ ଦ ପ୍ରୋବ୍ଲେମ ସାଇଟ୍, ଇସିଇ ଇଙ୍ଗଲିସ୍ ଏବଂ ଫ୍ରି ରାଇସରୁ ରୁ ବାଛନ୍ତୁ ଆପଣ ସ୍କୁଲରେ ବ୍ରେକ ସମୟରେ ଏବଂ ସ୍କୁଲ ଶେଷ ହେବା ପରେ ଆପଣଙ୍କ ପିସିରେ ଖେଳିପାରିବେ। ଶ୍ରେଷ୍ଠ ଅଂଶ ହେଉଛି ଆପଣ &lsquo&lsquoବୋର୍ ହେବାର&rsquo&rsquo ବା ଅଧାରୁ ମନ ଛାଡ଼ିଯିବାର ସମ୍ଭାବନା ନାହିଁ। ଆପଣଙ୍କର ଉତ୍ସାହର କାରଣ ଯାହା ହେଉନା କାହିଁକି, ନିଜର ଶ୍ରେଷ୍ଠ ସ୍କୋରଠାରୁ ଅଧିକ ସ୍କୋର କରିବା କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କର ସ୍କୋର ରେକର୍ଡ ଭାଙ୍ଗିବା ହେଉ- ଏପରିକି ଦିନକୁ ଗୋଟିଏ ଗେମ୍ ଆପଣଙ୍କୁ ଗୋଟିଏ ଦୁଇଟି ଶବ୍ଦ ବାଛିବାକୁ ସାହାଯ୍ୟ କରିବ। ଏହା କେତେ ଭିନ୍ନ ଜାଣିବା ପାଇଁ ଖେଳନ୍ତୁ।
ଯଦି ଆପଣ ନିଜର ଗେମ୍ ତିଆରି କରିବା କଥା ଭାବୁଛନ୍ତି ତେବେ ଦିନକୁ ଗୋଟିଏ ଶବ୍ଦ ଚ୍ୟାଲେଞ୍ଜ ଧାର୍ଯ୍ୟ କରନ୍ତୁ। ଏହା ଆପଣ ସହପାଠୀ, ବନ୍ଧୁ କିମ୍ବା ଟିଉସନ ଗ୍ରୁପ ମଧ୍ୟରେ କିମ୍ବା ଏପରିକି ୱାର୍ଡ ଥିଙ୍କ ସାହାଯ୍ୟରେ ଆପଣଙ୍କ ପରିବାର ସାହାଯ୍ୟରେ କରିପାରିବେ। ଗୋଟିଏ ଦଳରେ ଏହା କିପରି କାର୍ଯ୍ୟ କରିବ ଏଠାରେ ଦର୍ଶାଯାଇଛି।
1) ଜଣେ ମଡରେଟରଙ୍କୁ ନ୍ୟସ୍ତ କରନ୍ତୁ: ଜଣେ ବ୍ୟକ୍ତି ଯେ କି ୱେବସାଇଟରୁ ଶବ୍ଦ ଓ ଅର୍ଥ ଖୋଜିବେ।
2) ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଅର୍ଥ ଲେଖିବାକୁ ଦିଅନ୍ତୁ
3) ମଡରେଟର ଯାଞ୍ଚ କରନ୍ତି ଏବଂ ଗୋଟିଏ ବିନ୍ଦୁରେ ଠିକ୍ ଉତ୍ତର ଦିଅନ୍ତୁ। ଶେଷରେ ଏହାକୁ ମେଳ କରନ୍ତୁ ଏବଂ ବିଜେତା କ&rsquoଣ ଚାହାନ୍ତି ସ୍ଥିର କରିବାକୁ ଦିଅନ୍ତି!
ତେଣୁ #DellAarambh ବ୍ୟବହାର କରି ଆମକୁ ଟୁଇଟ କରନ୍ତୁ ଏବଂ ଆପଣଙ୍କ ସନ୍ତାନ ଆଜି କ&rsquoଣ ନୂଆ ଶବ୍ଦ ଶିଖିଛନ୍ତି ଜଣାନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.